ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର : ୨୦୨୧ରୁ ୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସସୀମା ୩୮କୁ ବୃଦ୍ଧି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ […]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୨୧-୨୨ ଏବଂ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପବ୍ଲିକ୍‍ ସର୍ଭିସ୍‍ କମିଶନ ମାଧ୍ୟମରେ ୨୮୪୮ ପଦବୀ, ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପୂରଣ ଲାଗି ପ୍ରାର୍ଥି ଚୟନ କରାଯାଇଛି। ସେମାନଙ୍କୁ ବିଭିନ୍ନ ବିଭାଗରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯାଉଛି। ଏହା ବ୍ୟତୀତ ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ ୫୮୯୨ ଗ୍ରୁପ୍‍-ଏ ଓ ଗ୍ରୁପ୍‍-ବି ପଦବୀ ପାଇଁ ଚୟନ ପ୍ରକିୟା ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ସେହିପରି ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ୨୩୭୬ ଗ୍ରୁପ୍‍-ବି ଏବଂ ଗ୍ରୁପ୍‍-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ସମସ୍ତଙ୍କୁ ରାଜ୍ୟ କ୍ୟାଡର୍‍ରେ ନିଯୁକ୍ତ କରାଯିବ। ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋଗ୍ରାଫର, ଅବକାରୀ, ଏସ୍‍ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅଡିଟର, ଆରଆଇ, ଅମୀନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ। ଏହାସହ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ଅନ୍ତର୍ଭକ୍ତ ମେଡିକାଲ କଲେଜ ପାଇଁ ଅତିରିକ୍ତ ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୁତତ୍ତ୍ୱବିତ୍‍, ସରକାରୀ ମହାବିଦ୍ୟାଳୟରେ ଅତିରିକ୍ତ ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ବୈଠକରେ କୁହାଯାଇ ଥିଲା ଯେ କୋଭିଡ୍‍ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍‍ ଛାଡ଼ କରିଛନ୍ତି। ୨୦୨୧, ୨୦୨୨ ଓ ୨୦୨୩ ଏହି ୩ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସ ସୀମା କୋହଳ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ସଚିବ ଓ ସବ୍‍ ଅର୍ଡିନେଟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଶାଶ୍ୱତ ମିଶ୍ର, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଅଭୟ, ପବ୍ଳିକ୍‍ ସର୍ଭିସ୍‍ କମିଶନ ସଚିବ ପ୍ରମୋଦ ମିଶ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

06 Aug 2022 By The Sakala

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର : ୨୦୨୧ରୁ ୨୦୨୩ ବର୍ଷ ପାଇଁ ସରକାରୀ ଚାକିରି ବୟସସୀମା ୩୮କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ ଖାଲି ଥିବା ପଦବୀ ଶୀଘ୍ର ପୂରଣ ହେବ। ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଚୟନକାରୀ ସଂସ୍ଥା ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି। ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ, ପୁଲିସ ରିକ୍ରୁଟ୍‍ମେଣ୍ଟ ବୋର୍ଡ ଆଦିଙ୍କୁ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସମୀକ୍ଷାରୁ ଜଣାପଡ଼ିଛି ଯେ ୨୦୨୧-୨୨ ଏବଂ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପବ୍ଲିକ୍‍ ସର୍ଭିସ୍‍ କମିଶନ ମାଧ୍ୟମରେ ୨୮୪୮ ପଦବୀ, ଓଡ଼ିଶା ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୨୫୫୫ ପଦବୀ ଏବଂ ସବ୍‍-ଅର୍ଡିନେଟ୍‍ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ମାଧ୍ୟମରେ ୧୦୩୫୫ ପଦବୀ ପୂରଣ ଲାଗି ପ୍ରାର୍ଥି ଚୟନ କରାଯାଇଛି। ସେମାନଙ୍କୁ ବିଭିନ୍ନ ବିଭାଗରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ଦିଆଯାଉଛି। ଏହା ବ୍ୟତୀତ ଓଡ଼ିଶା ପବ୍ଲିକ୍‍ ସର୍ଭିସ କମିଶନ ୫୮୯୨ ଗ୍ରୁପ୍‍-ଏ ଓ ଗ୍ରୁପ୍‍-ବି ପଦବୀ ପାଇଁ ଚୟନ ପ୍ରକିୟା ଆରମ୍ଭ କରିଛନ୍ତି।

ସେହିପରି ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ୨୩୭୬ ଗ୍ରୁପ୍‍-ବି ଏବଂ ଗ୍ରୁପ୍‍-ସି ପଦବୀ ପାଇଁ ମଧ୍ୟ ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ସମସ୍ତଙ୍କୁ ରାଜ୍ୟ କ୍ୟାଡର୍‍ରେ ନିଯୁକ୍ତ କରାଯିବ। ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ, ଷ୍ଟେନୋଗ୍ରାଫର, ଅବକାରୀ, ଏସ୍‍ଆଇ, ଡାଟା ଏଣ୍ଟ୍ରି ଅପରେଟର, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଅଡିଟର, ଆରଆଇ, ଅମୀନ, ଫରେଷ୍ଟ ଗାର୍ଡ, ଅବକାରୀ କନେଷ୍ଟବଳ, ନର୍ସିଂ ଅଫିସର, ପ୍ରାଣୀଧନ ନିରୀକ୍ଷକମାନଙ୍କୁ ଚୟନ କରାଯିବ। ଏହାସହ ଓଡ଼ିଶା ସିଭିଲ୍‍ ସର୍ଭିସେସ୍‍ ଅନ୍ତର୍ଭକ୍ତ ମେଡିକାଲ କଲେଜ ପାଇଁ ଅତିରିକ୍ତ ପ୍ରଫେସର, କୃଷି ଅଧିକାରୀ, ସ୍ନାତକତ୍ତୋର ଶିକ୍ଷକ, ଭୁତତ୍ତ୍ୱବିତ୍‍, ସରକାରୀ ମହାବିଦ୍ୟାଳୟରେ ଅତିରିକ୍ତ ପ୍ରଫେସର ଆଦି ପଦବୀ ପାଇଁ ଚୟନ ଓ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।

ବୈଠକରେ କୁହାଯାଇ ଥିଲା ଯେ କୋଭିଡ୍‍ ପରବର୍ତ୍ତୀ ସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ ପଦବୀ ନିମନ୍ତେ ଦରଖାସ୍ତ ଓ ପରୀକ୍ଷା ଫିସ୍‍ ଛାଡ଼ କରିଛନ୍ତି। ୨୦୨୧, ୨୦୨୨ ଓ ୨୦୨୩ ଏହି ୩ବର୍ଷ ପାଇଁ ସରକାରୀ ଚାକିରି ପ୍ରବେଶ ବୟସ ସୀମା ମଧ୍ୟ ୩୨ରୁ ୩୮ବର୍ଷକୁ ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ ସଂରକ୍ଷିତ ଶ୍ରେଣୀ ଅନ୍ତର୍ଭୁକ୍ତ ବର୍ଗମାନଙ୍କ ପାଇଁ ମଧ୍ୟ ନିୟମ ଅନୁସାରେ ବୟସ ସୀମା କୋହଳ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୈଠକରେ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ କୁମାର ଦେବ, ପ୍ରମୁଖ ସଚିବ ଓ ସବ୍‍ ଅର୍ଡିନେଟ ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଶାଶ୍ୱତ ମିଶ୍ର, ଷ୍ଟାଫ୍‍ ସିଲେକ୍ସନ୍‍ କମିଶନ ଅଧ୍ୟକ୍ଷ ଅଭୟ, ପବ୍ଳିକ୍‍ ସର୍ଭିସ୍‍ କମିଶନ ସଚିବ ପ୍ରମୋଦ ମିଶ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।

https://www.thesakala.in/latest-odisha-news/good-news-for-government-job-aspirants-many-government-posts-will-be-filled-at-once/article-13916
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର