ବାଧୁଛି ଶ୍ରାବଣ ତାତି: ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ସ୍ୱାଭାବିକଠାରୁ ୪ ଡିଗ୍ରୀ ଉପରେ ପାରଦ

The Sakala Picture
Published On

ଭୁବନେଶ୍ୱର: ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ। ଯେଉଁ ସମୟରେ ଶ୍ରାବଣର ବାରିଧାରା ଅନବରତ ଲାଗି ରହିବା କଥା, ସେହି ସମୟରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଗଲା ୪ ଦିନ ହେବ ସାରା ରାଜ୍ୟରେ ଏମିତି ସ୍ଥିତି ଲାଗି ରହିଥିବାବେଳେ ଏହି ଅବସ୍ଥା ଆହୁରି ୩-୪ ଦିନ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ହେବା ଯୋଗୁଁ ଆକାଶ ନିର୍ମଳ ରହୁଛି। ଫଳରେ ଭୂପୃଷ୍ଠକୁ ସିଧା ସୂର୍ଯ୍ୟକିରଣ […]

ଭୁବନେଶ୍ୱର: ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ। ଯେଉଁ ସମୟରେ ଶ୍ରାବଣର ବାରିଧାରା ଅନବରତ ଲାଗି ରହିବା କଥା, ସେହି ସମୟରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଗଲା ୪ ଦିନ ହେବ ସାରା ରାଜ୍ୟରେ ଏମିତି ସ୍ଥିତି ଲାଗି ରହିଥିବାବେଳେ ଏହି ଅବସ୍ଥା ଆହୁରି ୩-୪ ଦିନ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ହେବା ଯୋଗୁଁ ଆକାଶ ନିର୍ମଳ ରହୁଛି। ଫଳରେ ଭୂପୃଷ୍ଠକୁ ସିଧା ସୂର୍ଯ୍ୟକିରଣ ପଡ଼ୁଛି ଓ ଅସହ୍ୟ ତାତି ଅନୁଭୂତ ହେଉଛି। ତାତି ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ରହୁଛି। ଫଳରେ ଲୋକମାନେ ଶ୍ରାବଣ ମାସରେ ଗ୍ରୀଷ୍ମ ଭଳି ସ୍ଥିତି ଅନୁଭବ କରୁଛନ୍ତି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨ରୁ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଏମିତି ସ୍ଥିତି ଅନୁଭୂତ ହେବ। ଏହି ସମୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ ଯାଏଁ ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ସେଠାରେ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ତ୍ତମାନ ମୌସୁମୀ ଟ୍ରଫଲାଇନ ଉତ୍ତରମୁହାଁ ହୋଇଥିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି କାରଣରୁ ରାଜ୍ୟରେ ବର୍ଷା ପ୍ରକୋପ କମିଛି ଓ ତାତି ସହ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହି ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ସେହିପରି ୪ ତାରିଖ ପରେ ରାଜ୍ୟକୁ ପୁଣି ବର୍ଷା ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୪ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୋଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଓ ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

01 Aug 2022 By The Sakala

ବାଧୁଛି ଶ୍ରାବଣ ତାତି: ସାରା ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ସ୍ୱାଭାବିକଠାରୁ ୪ ଡିଗ୍ରୀ ଉପରେ ପାରଦ

ଭୁବନେଶ୍ୱର: ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ। ଯେଉଁ ସମୟରେ ଶ୍ରାବଣର ବାରିଧାରା ଅନବରତ ଲାଗି ରହିବା କଥା, ସେହି ସମୟରେ ଟାଇଁ ଟାଇଁ ଖରା ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଗଲା ୪ ଦିନ ହେବ ସାରା ରାଜ୍ୟରେ ଏମିତି ସ୍ଥିତି ଲାଗି ରହିଥିବାବେଳେ ଏହି ଅବସ୍ଥା ଆହୁରି ୩-୪ ଦିନ ଲାଗି ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଦୁର୍ବଳ ହେବା ଯୋଗୁଁ ଆକାଶ ନିର୍ମଳ ରହୁଛି। ଫଳରେ ଭୂପୃଷ୍ଠକୁ ସିଧା ସୂର୍ଯ୍ୟକିରଣ ପଡ଼ୁଛି ଓ ଅସହ୍ୟ ତାତି ଅନୁଭୂତ ହେଉଛି। ତାତି ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳିର ପ୍ରଭାବ ରହୁଛି। ଫଳରେ ଲୋକମାନେ ଶ୍ରାବଣ ମାସରେ ଗ୍ରୀଷ୍ମ ଭଳି ସ୍ଥିତି ଅନୁଭବ କରୁଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଗାମୀ ୨ରୁ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଏମିତି ସ୍ଥିତି ଅନୁଭୂତ ହେବ। ଏହି ସମୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩-୪ ଡିଗ୍ରୀ ଯାଏଁ ଅଧିକ ରହିବ। ସେହିପରି ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ସେଠାରେ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ବର୍ତ୍ତମାନ ମୌସୁମୀ ଟ୍ରଫଲାଇନ ଉତ୍ତରମୁହାଁ ହୋଇଥିବା ଯୋଗୁଁ ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ଏହି କାରଣରୁ ରାଜ୍ୟରେ ବର୍ଷା ପ୍ରକୋପ କମିଛି ଓ ତାତି ସହ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହି ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ସେହିପରି ୪ ତାରିଖ ପରେ ରାଜ୍ୟକୁ ପୁଣି ବର୍ଷା ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୪ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୋଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼ ଓ ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର