‘ମୋ ବସ୍‌’କୁ ଆଉ ଏକ ସଫଳତା, ମିଳିଲା ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨

The Sakala Picture
Published On

ଭୁବନେଶ୍ୱର : ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୂର୍ବରୁ ପୁରସ୍କାର ମିଳିଥିବା ବେଳେ ଏବେ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି। ରାଜ୍ୟରେ ସହରାଞ୍ଚଳ ପରିବହନ ଦିଗରେ କ୍ରୁଟ୍ର ଉଲ୍ଲେଖନୀୟ ପଦକ୍ଷେପ ଏବଂ ସାଧାରଣ ଯାତ୍ରୀମାନଙ୍କ ବ୍ୟବହାରରେ ଆସିପାରୁଥିବା ଉନ୍ନତ ମୋ ବସ୍ ସୁବିଧା ଯୋଗୁଁ ଲଗାତାର କ୍ରୁଟ୍କୁ ଜାତୀୟ […]

ଭୁବନେଶ୍ୱର : ସିଟି ବସ୍‍ ସେବା କ୍ଷେତ୍ରରେ ‘ମୋ ବସ୍‍’କୁ ପୁଣି ଥରେ ସଫଳତା ମିଳିଛି। ଦେଶର ଅଗ୍ରଣୀ ସେବା ପ୍ରଦାନକାରୀ ଭାବେ ମୋ ବସ୍‍ ପରିଚାଳନା ସଂସ୍ଥା କ୍ରୁଟ୍‍କୁ ପୂର୍ବରୁ ପୁରସ୍କାର ମିଳିଥିବା ବେଳେ ଏବେ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱାର୍ଡ-୨୦୨୨ ମିଳିଛି। ରାଜ୍ୟରେ ସହରାଞ୍ଚଳ ପରିବହନ ଦିଗରେ କ୍ରୁଟ୍ର ଉଲ୍ଲେଖନୀୟ ପଦକ୍ଷେପ ଏବଂ ସାଧାରଣ ଯାତ୍ରୀମାନଙ୍କ ବ୍ୟବହାରରେ ଆସିପାରୁଥିବା ଉନ୍ନତ ମୋ ବସ୍ ସୁବିଧା ଯୋଗୁଁ ଲଗାତାର କ୍ରୁଟ୍କୁ ଜାତୀୟ ସ୍ତରରେ ସମ୍ମାନ ଓ ମାନ୍ୟତା ମିଳିଆସୁଛି। ସେପରି ଜନସାଧାରଣଙ୍କ ସହଜ ଯାତାୟତ ଏବଂ ବଜାରର ଚାହିଦା ଅନୁଯାୟୀ କ୍ର୍ରୁଟ୍ ମୋ ବସ୍ ସେବାରେ ଅଭିନବ ଓ ନିରାପଦ ଯାତ୍ରାର ଅନୁଭୂତି ଦେବା ଦିଗରେ କାର୍ଯକାରୀ କରିଥିବା ଉନ୍ନତ ପଦକ୍ଷେପ ଯୋଗୁଁ  କ୍ରୁଟ୍କୁ ସ୍ମାର୍ଟ ସଲ୍ୟୁସନ୍ ଚ୍ୟାଲେଞ୍ଜ ଆଣ୍ଡ୍ ଇନକ୍ଲୁସିଭ୍ ସିଟିଜ୍ ଆୱା଼଼ର୍ଡ଼-୨୦୨୨ ସମ୍ମାନ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସମୟାନୁସାରେ ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ କ୍ରୁଟ୍ର ସେବାକୁ ନିୟମିତ ଭାବରେ ତ୍ୱରାନ୍ୱିତ କରାଯାଉଛି। ସେପରି ଆଗାମୀ ସପ୍ତାହରେ ଇ. ବସ୍ ଏବଂ ଇ. ରିକ୍ସା ଆରମ୍ଭ କରିବାକୁ ଯୋଜନା କରି ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ ନୀତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଯାଉଛି କ୍ରୁଟ୍। କ୍ରୁଟ୍ ହେଉଛି ଏକମାତ୍ର ସହରାଞ୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଯାହାକି ତା’ର ବରିଷ୍ଠ ନାଗରିକ ଯାତ୍ରୀମାନଙ୍କ ପାଇଁ ସଂରକ୍ଷିତ ସିଟ୍ ସହିତ ଟିକେଟ୍ ମୂଲ୍ୟରେ ୫୦% ରିହାତି ଦେଉଛି। ସେପରି ମୋ ବସ୍‌ରେ  ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଏବଂ ଭିନ୍ନକ୍ଷମ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ରହିଛି।

“କ୍ରୁଟ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ମୋ ବସ୍ ସେବା ପ୍ରତିଟି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ। ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ୍ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜନ ପରିବହନକୁ ବ୍ୟବହାର କଲେ ଟ୍ରାଫିକ୍ ସମସ୍ୟାରେ ନିୟମିତ ସୁଧାର ଆସିପାରିବ। ମୋ ବସ୍‌କୁ ବ୍ୟବହାର କରୁଥିବା ସାଧାରଣ ଜନତାଙ୍କ ପାଇଁ କ୍ରୁଟ୍କୁ ଏହି ସମ୍ମାନ ଓ ଜାତୀୟ ମାନ୍ୟତା ମିଳିପାରିଛି।” ବୋଲି କ୍ର୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ ମତ ପ୍ରକାଶ କରିଛନ୍ତି।

କ୍ରୁଟ୍ ଜେନେରାଲ୍ ମ୍ୟାନେଜର୍ ଶ୍ରୀମତି ମହାପାତ୍ର ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଯେ, “କ୍ରୁଟ୍ ସର୍ବଦା ଯାତ୍ରୀମାନଙ୍କୁ ଏକ ଉତ୍ତମ ଓ ସୁରକ୍ଷିତ ଯାତ୍ରାର ଅନୁଭୂତି ଦେବାରେ କାର୍ଯ୍ୟରତ। ଏହି ପୁରସ୍କାର ସାରା ରାଜ୍ୟ ପାଇଁ ଏକ ଗର୍ବର ବିଷୟ। ବର୍ତ୍ତମାନ ମୋ ବସ୍ ସେବା ଜନସାଧାରଣଙ୍କ ଦୈନନ୍ଦିନ ଜୀବନ ସହିତ ଯୋଡ଼ି ହୋଇପାରିଛି। ସହରାଞ୍ଚଳ ପରିବହନ କ୍ଷେତ୍ରରେ ମୋ ବସ୍ ସେବା ବିଶେଷ ପ୍ରଭାବିତ ଢ଼ଙ୍ଗରେ ସମସ୍ତଙ୍କ ପାଖରେ ପହଞ୍ଚିପାରିଛି। ମୋ ବସ୍ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ଥିବାରୁ ଆମେ ରାଜ୍ୟ ସରକାର ଓ ପ୍ରତ୍ୟେକ ଯାତ୍ରୀମାନଙ୍କ ପାଖରେ କୃତଜ୍ଞ। ସର୍ବଦା ଉତ୍ତମ ସେବା ଯୋଗାଇଦେବା ପାଇଁ ଅନବରତ କାର୍ଯ୍ୟ କରୁଥିବା କ୍ରୁଟ୍ ଟିମ୍‌ରେ ପ୍ରତ୍ୟେକ କର୍ମଚାରୀ ଓ ସାରଥିମାନଙ୍କ ପରିଶ୍ରମ ଏବଂ ନିଷ୍ଠା ଯୋଗୁଁ ଏହା ସଫଳ ହୋଇପାରିଛି।”

26 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର