ପ୍ରକୃତି-ବାବୁସାନ-ତୃପ୍ତିଙ୍କ ସମ୍ପର୍କ କନ୍ଦଳ: ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କଲେ ବାବୁସାନ୍

The Sakala Picture
Published On

ଭୁବନେଶ୍ବର: ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା । ସେଲିବ୍ରେଟିଙ୍କ ବିବାଦ ବଢିବାରେ ଲାଗିଛି। ଜଣଙ୍କ ପରେ ଜଣେ ସୋସିଆଲ ମିଡିଆରେ ଆସି ନିଜର ସ୍ପଷ୍ଟୀକରଣ ରଖୁଛନ୍ତି। ବର୍ତ୍ତମାନ ଅଭିନେତା ବାବୁସାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିରେ ସେ  ସ୍ପଷ୍ଟୀକରଣ ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ […]

ଭୁବନେଶ୍ବର: ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା । ସେଲିବ୍ରେଟିଙ୍କ ବିବାଦ ବଢିବାରେ ଲାଗିଛି। ଜଣଙ୍କ ପରେ ଜଣେ ସୋସିଆଲ ମିଡିଆରେ ଆସି ନିଜର ସ୍ପଷ୍ଟୀକରଣ ରଖୁଛନ୍ତି। ବର୍ତ୍ତମାନ ଅଭିନେତା ବାବୁସାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଥିରେ ସେ  ସ୍ପଷ୍ଟୀକରଣ ଦେଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାବୁସାନ୍। ଭିଡିଓରେ ଯାହା କଥା କୁହାଯାଉଛି ସେ ମୋର ଭଲ ସାଙ୍ଗ। ନା ସେ ମୋତେ ବ୍ଲାକମେଲ କରୁଛି, ନା ସେ ହଇରାଣ କରୁଛି। ସେ ମୋତେ ଭଲ ସହଯୋଗ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଏହା ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରତିକ୍ରିୟା ରଖିଥିଲେ ପ୍ରକୃତି ମିଶ୍ର। କେହି କାହା ଘର ଭାଙ୍ଗନ୍ତି ନାହିଁ ବୋଲି କହିଥିଲେ ପ୍ରକୃତି। ସେ କାହାରି ପରିବାରକୁ ଆଘାତ ଦେଇନାହାନ୍ତି । ଗତକାଲି ରାସ୍ତାରେ ତାଙ୍କ ପ୍ରତି ଘଟିଥିବା ଗୁଣ୍ଡାଗର୍ଦ୍ଦି ଠିକ ନୁହଁ । ଏହା ଆଇନ ସଙ୍ଗତ ନୁହଁ ବୋଲି ପ୍ରକୃତି କହିଥିଲେ। ଘରଭଙ୍ଗା ବୋଲି ମୋତେ କହୁଛନ୍ତି । ହେଲେ କେହି କାହାଘର ଭାଙ୍ଗିପାରିବେନି । ଏହା ପୂର୍ବରୁ ଭାଙ୍ଗିଯାଇଛି । ଯଦି ବାବୁସାନଙ୍କ କାମ କରିବା ଭଲ ଲାଗୁନି ତେବେ ବେକରେ ଗୋଟେ ଶିକୁଳି ଦେଇଦିଅ ଘରେ ରଖିଦିଅ । ବାହାରକୁ କାଇଁ ଛାଡୁଛ ବୋଲି ପ୍ରକୃତି ମିଶ୍ର ଭିଡିଓରେ କହିଥିଲେ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଗତକାଲିର ଘଟଣା ସମୟରେ ପ୍ରକୃତି ସାହାଯ୍ଯ ମାଗୁଥିବା ବେଳେ ତାଙ୍କୁ କେହି ସାହାଯ୍ଯ କରି ନ ଥିଲେ। ବରଂ ସେଲଫି ଉଠାଇଥିଲେ। ଏହାକୁ ନେଇ ସେ କହିଥିଲେ ଯେ, ମୁଁ ସାହାଯ୍ଯ ମାଗୁଥିଲି କିନ୍ତୁ ଲୋକେ ସେଲଫି ଉଠାଉଥିଲେ। ଅପମାନିତ ହେବା ସତ୍ବେ ମୁଁ ଭାଙ୍ଗିପଡିନି ବୋଲି କହିଛନ୍ତି ପ୍ରକୃତି। ଆମେ କିଭଳି ସମାଜରେ ରହୁଛେ ଭାବିଲା ବେଳକୁ ଆଶ୍ଚର୍ଯ୍ଯ ଲାଗୁଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଏହା ପୂର୍ବରୁ ମଧ୍ଯ ବାବୁସାନଙ୍କ ଅପରାଜିତା ମହାନ୍ତି ପ୍ରତିକ୍ରିୟା ରଖିଥିଲେ। ବାବୁସାନ ଅବାଟକୁ ଚାଲିଯାଇଛି। କୋଭିଡ୍ ସମୟରେ ଖରାପ ସଙ୍ଗତରେ ପଡ଼ି ବାବୁସାନର ସର୍ବନାଶ ହୋଇଛି। ବାବୁସାନଙ୍କୁ ଆଶୀର୍ବାଦ କରନ୍ତୁ, ଯେମିତି ସେ ଘରକୁ ଫେରି ଆସିବ ଏବଂ ତା ସ୍ତ୍ରୀ-ଛୁଆ, ମା-ବାପାଙ୍କ ସହ ଭଲରେ ରହିବ ବୋଲି ଗଣମାଧ୍ୟମ ଜରିଆରେ କୋହଭରା କଣ୍ଠରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ବାବୁସାନଙ୍କ ମା’ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି।

ସୂଚନାଥାଉକି ,ଗତକାଲି ସକାଳେ ବାବୁସାନ ମହାନ୍ତିଙ୍କ ଘରୋଇ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଥିଲା । ବାବୁସାନଙ୍କ ପତ୍ନୀ ତୃପ୍ତି ବାବୁସାନ ଏବଂ ତାଙ୍କ କଥିତ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ ଏକାସାଙ୍ଗରେ ଗାଡିରେ ଯାଉଥିବା ବେଳେ ଅଟକାଇଥିଲେ । ପ୍ରକୃତିଙ୍କ ଉପରକୁ ସର୍ବ ସାଧାରଣରେ ଆକ୍ରମଣ ମଧ୍ୟ କରିଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିରେ ବାବୁସାନ ଓ ପ୍ରକୃତିଙ୍କୁ ସ୍ତ୍ରୀ ତୃପ୍ତି ଟଣା ଓଟରା କରିବା ସହ ମାଡ଼ ମାରିଥିଲେ । ଏମିତିକି କହିଥିଲେ ପ୍ରକୃତି ତାଙ୍କ ଘର ଭାଙ୍ଗି ଦେଇଛି ବୋଲି । ଏହାପରେ ପ୍ରକୃତିଙ୍କ ବାପା ମା ଖାରବେଳ ନଗର ଥାନାରେ ତୃପ୍ତିଙ୍କ ବିରୋଧରେ ଅଭିଯୋଗ କରିଥିଲେ । ସେହିପରି ତୃପ୍ତି ମଧ୍ୟ ପ୍ରକୃତିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର