ଆଜିଠୁ ବଢ଼ିବ ବର୍ଷା, ୩ ଦିନ ପର୍ଯ୍ୟନ୍ତ ରାଜ୍ଯର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ଥରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ମୌସୁମୀ ଟ୍ରପଲାଇନ୍‍ ବାଲେଶ୍ୱର ଦେଇ ଅତିକ୍ରମ କରିଛି। ଯାହାଦ୍ୱାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବା ବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା […]

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ଥରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ମୌସୁମୀ ଟ୍ରପଲାଇନ୍‍ ବାଲେଶ୍ୱର ଦେଇ ଅତିକ୍ରମ କରିଛି। ଯାହାଦ୍ୱାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବା ବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ। ଏମିତି କି ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସେହିପରି କିଛି ତଳୁଆ ସ୍ଥାନରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେବା ସହ ମାଟି ରାସ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୨ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ ଓ ଗଞ୍ଜାମର କେତେକ ସ୍ଥାନରେ ୨୫ରେ ଭାରୀ ବର୍ଷା ହୋଇପାରେ। ଆସନ୍ତା ୨୬ସୁଦ୍ଧା ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ବରଗଡ଼, କେନ୍ଦୁଧର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୫୦ରୁ ୬୦ ମିମି ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ସୋନପୁରରେ ୧୦୦-୧୨୦ ମିମି ଓ ବାକି ଅଞ୍ଚଳରେ ୭୦-୮୦ ମିମି ବର୍ଷା ହୋଇପାରେ। ଶୁକ୍ରବାର ଓଡ଼ିଶା ଉପରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ବିସ୍ତୃତ ହୋଇ ୨୫ ସୁଦ୍ଧା ପାକିସ୍ଥାନରୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିବ। ତେଣୁ ୨୫ରେ ରାଜ୍ୟରେ ବିସ୍ତୃତ ଓ ଭାରୀ ବର୍ଷାର ସମ୍ଭାବନା ରହିଛି। ୨୬ ତାରିଖ ପରେ ପ୍ରାୟତଃ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରତତଃ ଶୁଖିଲା ରହିବ। ମୌସୁମୀ ନିଷ୍କ୍ରିୟ ରହିବା ଯୋଗୁଁ ତାପମାତ୍ରା ବଢ଼଼ିବା ସହ ସ୍ଥାନେ ସ୍ଥାନେ ପରିଚଳନ ଜନିତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

22 Jul 2022 By The Sakala

ଆଜିଠୁ ବଢ଼ିବ ବର୍ଷା, ୩ ଦିନ ପର୍ଯ୍ୟନ୍ତ ରାଜ୍ଯର ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପୁଣି ଥରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ମୌସୁମୀ ଟ୍ରପଲାଇନ୍‍ ବାଲେଶ୍ୱର ଦେଇ ଅତିକ୍ରମ କରିଛି। ଯାହାଦ୍ୱାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଲାଗି ରହିବାକୁ ଥିବା ବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଶୁକ୍ରବାର ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବର୍ଷାର ସର୍ବାଧିକ ପ୍ରଭାବ ରହିବ। ଏମିତି କି ଏହି ସବୁ ଜିଲ୍ଲାର କିଛି ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି। ସେହିପରି କିଛି ତଳୁଆ ସ୍ଥାନରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେବା ସହ ମାଟି ରାସ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ଏଥିପାଇଁ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ୨୨ରୁ ୨୪ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। କଳାହାଣ୍ଡି, ବଲାଙ୍ଗିର, ଫୁଲବାଣୀ ଓ ଗଞ୍ଜାମର କେତେକ ସ୍ଥାନରେ ୨୫ରେ ଭାରୀ ବର୍ଷା ହୋଇପାରେ। ଆସନ୍ତା ୨୬ସୁଦ୍ଧା ପୁରୀଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, ବରଗଡ଼, କେନ୍ଦୁଧର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ସମୁଦାୟ ୫୦ରୁ ୬୦ ମିମି ରହିବ। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ସୋନପୁରରେ ୧୦୦-୧୨୦ ମିମି ଓ ବାକି ଅଞ୍ଚଳରେ ୭୦-୮୦ ମିମି ବର୍ଷା ହୋଇପାରେ। ଶୁକ୍ରବାର ଓଡ଼ିଶା ଉପରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ବିସ୍ତୃତ ହୋଇ ୨୫ ସୁଦ୍ଧା ପାକିସ୍ଥାନରୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିବ। ତେଣୁ ୨୫ରେ ରାଜ୍ୟରେ ବିସ୍ତୃତ ଓ ଭାରୀ ବର୍ଷାର ସମ୍ଭାବନା ରହିଛି। ୨୬ ତାରିଖ ପରେ ପ୍ରାୟତଃ ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରତତଃ ଶୁଖିଲା ରହିବ। ମୌସୁମୀ ନିଷ୍କ୍ରିୟ ରହିବା ଯୋଗୁଁ ତାପମାତ୍ରା ବଢ଼଼ିବା ସହ ସ୍ଥାନେ ସ୍ଥାନେ ପରିଚଳନ ଜନିତ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

https://www.thesakala.in/latest-odisha-news/orange-alerts-have-been-issued-to-various-districts-of-the-state-for-3-days/article-13510
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର