କ୍ୟାବିନେଟ ମଞ୍ଜୁରୀ: ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମାଗଣା ଜମି ଯୋଗାଇ ଦେବେ ରାଜ୍ୟସରକାର

The Sakala Picture
Published On

ଭୁବନେଶ୍ବର: ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ୯ହଜାର ୬୫୮ ଡେସିମଲ ଜମି ଯୋଗାଇ ଦେବେ ରାଜ୍ୟସରକାର । ଏବାବଦରେ ୩୧,୯୭,୬୨,୯୩୪ ଟଙ୍କା ରାଜସ୍ୱ ଛାଡ଼ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହକୁ ଅବଗତ କରାଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ । ଗୃହରେ ରଖିଥିବା ବିବୃତିରେ ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ଯେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର […]

ଭୁବନେଶ୍ବର: ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ୯ହଜାର ୬୫୮ ଡେସିମଲ ଜମି ଯୋଗାଇ ଦେବେ ରାଜ୍ୟସରକାର । ଏବାବଦରେ ୩୧,୯୭,୬୨,୯୩୪ ଟଙ୍କା ରାଜସ୍ୱ ଛାଡ଼ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହକୁ ଅବଗତ କରାଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଗୃହରେ ରଖିଥିବା ବିବୃତିରେ ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ଯେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । ଏଥିଲାଗି ୯ଏକର ୬୮୫ ଡେସିମଲ ଜମି ବିନା ମୂଲ୍ୟରେ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧କୋଟି ୯୭ଳକ୍ଷ ୬୨ହଜାର ୯ଶହ ଚଉତିରିଶ ଟଙ୍କା ଛାଡ଼ କରିବା ପାଇଁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ସୂଚନା ଯୋଗ୍ୟ, ୧୮୫୭ ମସିହା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ, ତାହା ସମଗ୍ର ଭାରତ ବର୍ଷରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତତ୍କାଳୀନ ରୋଡ଼ଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ୱରେ ଲଢ଼ାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା ଅଂଶଗ୍ରହଣ କରିଥିଲେ। ଏହି ଯୋଦ୍ଧାମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପାରର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ୱାଧୀନତ ଆନ୍ଦୋଳନକୁ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ଯଟନ ଶିଳ୍ପ ବିକାଶରେ ମଧ୍ୟ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କ ବିଶେଷ ସହାୟତ ପ୍ରଦାନ କରିବ ।

19 Jul 2022 By The Sakala

କ୍ୟାବିନେଟ ମଞ୍ଜୁରୀ: ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ନେଇ ମାଗଣା ଜମି ଯୋଗାଇ ଦେବେ ରାଜ୍ୟସରକାର

ଭୁବନେଶ୍ବର: ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ୯ହଜାର ୬୫୮ ଡେସିମଲ ଜମି ଯୋଗାଇ ଦେବେ ରାଜ୍ୟସରକାର । ଏବାବଦରେ ୩୧,୯୭,୬୨,୯୩୪ ଟଙ୍କା ରାଜସ୍ୱ ଛାଡ଼ କରାଯିବ । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଗୃହକୁ ଅବଗତ କରାଇଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ।

ଗୃହରେ ରଖିଥିବା ବିବୃତିରେ ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ଯେ, ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଖୋର୍ଦ୍ଧା ମୌଜାର ବରୁଣେଇ ପାହାଡ଼ ପାଦଦେଶରେ ୧୮୧୭ ମସିହାରେ ସଂଗଠିତ ପାଇକ ବିଦ୍ରୋହର ସ୍ମରଣ କରିବା ଉଦ୍ଦେଶ୍ୟରେ ପାଇକ ସ୍ମାରକୀ ନିର୍ମାଣ ହେବ । ଏଥିଲାଗି ୯ଏକର ୬୮୫ ଡେସିମଲ ଜମି ବିନା ମୂଲ୍ୟରେ ଯୋଗାଇଦେବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାରଙ୍କୁ ସରକାରୀ ଦେୟ ବାବଦକୁ ୩୧କୋଟି ୯୭ଳକ୍ଷ ୬୨ହଜାର ୯ଶହ ଚଉତିରିଶ ଟଙ୍କା ଛାଡ଼ କରିବା ପାଇଁ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଯୋଗ୍ୟ, ୧୮୫୭ ମସିହା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ୧୮୧୭ ମସିହାରେ ବରୁଣେଇ ପାହାଡ଼ ପାଦଦେଶରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଂଗଠିତ ଯୁଦ୍ଧ ଯାହା ପାଇକ ବିଦ୍ରୋହ ନାମରେ ଇତିହାସରେ ନାମିତ, ତାହା ସମଗ୍ର ଭାରତ ବର୍ଷରେ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପଦକ୍ଷେପ ନାମରେ ବିଦିତ । ଏହି ସଂଗ୍ରାମ ତତ୍କାଳୀନ ରୋଡ଼ଙ୍ଗର ଜମିଦାର ବକ୍ସି ଜଗବନ୍ଧୁ ବିଦ୍ୟାଧର ରାୟ ମହାପାତ୍ରଙ୍କ ନେତୃତ୍ୱରେ ଲଢ଼ାଯାଇଥିଲା ।

ଏହି ସଂଗ୍ରାମରେ ଓଡ଼ିଶାର ବହୁ ସଂଗ୍ରାମୀ ଯୋଦ୍ଧା ଅଂଶଗ୍ରହଣ କରିଥିଲେ। ଏହି ଯୋଦ୍ଧାମାନଙ୍କୁ ଓଡ଼ିଶାରେ ପାଇକ ବୋଲି କୁହାଯାଏ । ଏହା ଓଡ଼ିଶାର ଐତିହ ଓ ସଂଗ୍ରାମୀ ପରମ୍ପାରର ପ୍ରତୀକ ହୋଇଥିବାରୁ ଏବଂ ଭାରତର ସ୍ୱାଧୀନତ ଆନ୍ଦୋଳନକୁ ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରେରଣା ଯୋଗାଇବାରେ ସହାୟକ ହୋଇଥିବାରୁ ଏହି ସଂଗ୍ରାମ ସଂଗଠିତ ହୋଇଥିବା ସ୍ଥଳରେ କେନ୍ଦ୍ର ସରକାର ଏକ ସ୍ମାରକୀ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେଇଛନ୍ତି । ଏହି ସ୍ମାରକୀ ଓଡ଼ିଶାର ପର୍ଯ୍ଯଟନ ଶିଳ୍ପ ବିକାଶରେ ମଧ୍ୟ ସହଯୋଗ କରିବା ସହ ଐତିହାସିକ ଓ ଗବେଷକମାନଙ୍କ ବିଶେଷ ସହାୟତ ପ୍ରଦାନ କରିବ ।

https://www.thesakala.in/latest-odisha-news/free-land-for-paika-rebellion-cabinet-approval/article-13443
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର