ଦ୍ୱିତୀୟ ମାମଲା ଚିହ୍ନଟ ପରେ ଚିନ୍ତା ବଢାଇଲା ‘ମଙ୍କିପକ୍ସ’ ଭାଇରସ: ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ବିମାନବନ୍ଦରଗୁଡ଼ିକୁ ପରାମର୍ଶ

The Sakala Picture
Published On

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ […]

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ, ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ, କେରଳରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି

ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଦୁବାଇରୁ ଫେରିଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି। ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ ଚାଲିଛି। କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

18 Jul 2022 By The Sakala

ଦ୍ୱିତୀୟ ମାମଲା ଚିହ୍ନଟ ପରେ ଚିନ୍ତା ବଢାଇଲା ‘ମଙ୍କିପକ୍ସ’ ଭାଇରସ: ବିଦେଶ ଫେରନ୍ତାଙ୍କ ସ୍କ୍ରିନିଂ ପାଇଁ ବିମାନବନ୍ଦରଗୁଡ଼ିକୁ ପରାମର୍ଶ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଇଲା ‘ମଙ୍କିପକ୍ସ’ ଭାଇରସ । ଦ୍ୱିତୀୟ ମାମଲା ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ବଢ଼ିବା ପୂର୍ବରୁ ଏହାକୁ ଚିହ୍ନଟ କରି ସଂକ୍ରମଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଶରେ ଥିବା ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରଗୁଡିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ଲାଗି ସମସ୍ତ ବନ୍ଦର ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଣଳୟ, ବିମାନବନ୍ଦର ଓ ବନ୍ଦର କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁଯାୟୀ, କେରଳରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କୁନ୍ନୁର ଏହି ବ୍ୟକ୍ତିଙ୍କର ପରିୟାରାମ ମେଡିକାଲ କଲେଜରେ ଚିକିତ୍ସା ଜାରି ରହିଛି । ତାଙ୍କ ଅବସ୍ଥା ସ୍ଥିର ରହିଛି । ଯେଉଁମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ଉପରେ କଡା ନଜର ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଜୁଲାଇ ୧୩ରେ କେରଳରେ ପହଞ୍ଚିଥିଲେ । ଏନେଇ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୋମବାର ସୂଚନା ଦେଇଛନ୍ତି ।

ଗୁରୁବାର ଦେଶରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଦୁବାଇରୁ ଫେରିଥିବା ୩୫ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଠାରେ ଲକ୍ଷଣ ଦେଖାଦେବା ପରେ ତାଙ୍କ ପରୀକ୍ଷା କରାଯାଇଥିଲା। ଏହାପରେ ସେ ମଙ୍କିପକ୍ସ ସଂକ୍ରମିତ ଥିବା ଜଣାପଡିଥିଲା । ପ୍ରଥମ ସଂକ୍ରମିତ ଜୁଲାଇ ୧୨ରେ ଦୁବାଇରୁ ଫେରିବା ପରେ ସଂକ୍ରମିତ ହୋଇଥିଲେ । କେରଳରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବିମାନ ବନ୍ଦରରେ ସୁରକ୍ଷା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛି। ବିଦେଶରୁ ଫେରୁଥିବା ଲୋକଙ୍କ ଯାଞ୍ଚ ଚାଲିଛି। କୁନ୍ନୁର ଏୟାରପୋର୍ଟରେ ସ୍ୱତନ୍ତ୍ର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର