ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, କହିଲେ -ମାଟିର ଝିଅଙ୍କୁ ଭୋଟ ଦେଲି

The Sakala Picture
Published On

ଭୁବନେଶ୍ବର : ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । କଂଗ୍ରେସ ଦଳର ନିଷ୍ପତ୍ତି ହୋଇଥିଲା ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ ନିର୍ଦ୍ଦେଶ ଥିଲା କିନ୍ତୁ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ୍। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମୋକିମଙ୍କ କହିଛନ୍ତି ମାଟିର ଝିଅଙ୍କୁ ଭୋଟ ଦେଲି। ନିଜ ବିବେକ ଅନୁସାରେ ଭୋଟ ଦେଇଛି, ଦଳ ଆଗକୁ […]

ଭୁବନେଶ୍ବର : ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । କଂଗ୍ରେସ ଦଳର ନିଷ୍ପତ୍ତି ହୋଇଥିଲା ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ପାଇଁ ନିର୍ଦ୍ଦେଶ ଥିଲା କିନ୍ତୁ ଦଳର ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ୍। ଦ୍ରୌପଦୀଙ୍କୁ ଭୋଟ ଦେବା ପରେ ବିଧାୟକ ମୋକିମଙ୍କ କହିଛନ୍ତି ମାଟିର ଝିଅଙ୍କୁ ଭୋଟ ଦେଲି। ନିଜ ବିବେକ ଅନୁସାରେ ଭୋଟ ଦେଇଛି, ଦଳ ଆଗକୁ କଣ ନିଷ୍ପତ୍ତି ନେବ ସେ କଥା ପରେ ବୁଝାଯିବ। ବାରବାଟୀ କଟକର କଂଗ୍ରେସ ବିଧାୟକ ହେଉଛନ୍ତି ମହମ୍ମଦ ମୋକିମ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଦେବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସେ ଓଡ଼ିଶା ମାଟିର ଝିଅ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍‌ ଦେଇଛନ୍ତି। ଏହାସହ ମୋକିମ କହିଛନ୍ତି ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ ଦେଇଛି । ଜଣେ ଓଡ଼ିଆ ଓ ଆଦିବାସୀ ମହିଳା ହୋଇଥିବାରୁ ମୁଁ ଦ୍ରୌପଦୀଙ୍କୁ ଭୋଟ ଦେଇଛି । ସମ୍ବିଧାନର ସର୍ବୋଚ୍ଚ ପଦରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଆଉ ଭାବୁଛି ଭୋଟ ଦେଇ ମୁଁ ଠିକ୍ କରିଛି । ବିବେକ ଅନୁଯାୟୀ ଭୋଟ ଦେଇଛି ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପୂର୍ବରୁ ପିସିସି ସଭାପତି ମିଳିତ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୋକିମ କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହୁଇପ ନଥାଏ । ଜଣେ ଓଡ଼ିଆ ଭାବେ ମୁଁ ଅନୁଭବ କଲି ଦ୍ରୌପଦୀଙ୍କୁ ଭୋଟ ଦେଇଛି । ଏ ପ୍ରସଙ୍ଗରେ ଦଳୀୟ ଭିତ୍ତିରେ ଆଲୋଚନା କରିଛି । ମୁଁ କିନ୍ତୁ ବ୍ୟକ୍ତିଗତ ଭାବେ ଏଭଳି ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ବାରବାଟୀ କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର