ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ; ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

The Sakala Picture
Published On

ପୁରୀ: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। […]

ପୁରୀ: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବେ । ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ସୋମବାର ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦେଖିବାକୁ ସିଂହଦ୍ୱାର ସମ୍ମୁଖରେ ଜମିଥିଲା ଭକ୍ତଙ୍କ ପ୍ରବଳ ଭିଡ଼। ତେବେ ଧାର୍ଯ୍ୟ ସମୟ ରାତି ୮ଟା ମଧ୍ୟରେ ଏହି ନୀତି ସରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ମାତ୍ର ୧ ଘଣ୍ଟା ବିଳମ୍ବରେ ଶେଷ ହୋଇଥିଲା ଅଧରପଣା ନୀତି। ରାତି ୯ଟାରେ ଶେଷରେ ନନ୍ଦିଘୋଷ ରଥରେ ଭାଙ୍ଗିଥିଲା ଅଧରହାଣ୍ଡି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋମବାର ଆଷାଢ ଶୁକ୍ଳ ଦ୍ୱାଦଶୀ। ତିନିରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ପାଇଁ ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧରପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗାଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା। ଏହି ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର, ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ରାତି ୯ଟାରେ ସରିଥିଲା। ଅଧରହାଣ୍ଡି ଖରାପ ପଡିବାରୁ ତାଳଧ୍ୱଜ ରଥରୁ ୨ଟି ଏବଂ ନନ୍ଦିଘୋଷ ରଥରୁ ଗୋଟିଏ ହାଣ୍ଡିକୁ ବଦଳା ଯାଇଥିଲା। ତେବେ ପ୍ରଥମେ ଦେବଦଳନ ରଥରେ ରାତି ୮ଟା ୪୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହାପରେ ତାଳଧ୍ୱଜ ରଥରେ ରାତି ୮ଟା ୫୦ରେ ଏବଂ ଶେଷରେ ନନ୍ଦିଘୋଷ ରଥରେ ରାତି ୯ଟାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

12 Jul 2022 By The Sakala

ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ; ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ସରିଲା ଘୋଷଯାତ୍ରା। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ ନୀତି ହେବ । ୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ଶ୍ରୀଜିଉ । ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଫେରିଯିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ସଂନ୍ଧ୍ୟାରେ ଅନୁଷ୍ଠିତ ହେବ ରଥାରୁଢ ଚତୁର୍ଦ୍ଧାମୂରତିଙ୍କ ଗୋଟି ପହଣ୍ଡି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏନେଇ ଶ୍ରୀମନ୍ଦିର ପ୍ରବେଶ ବେଳେ ଜଗନ୍ନାଥଙ୍କ ବାଟ ଓଗାଳିବେ ମା’ ଲକ୍ଷ୍ମୀ । ଅଭିମାନରେ ଜୟବିଜୟ ଦ୍ୱାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ । ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବେ । ଜଗନ୍ନାଥ ରସଗୋଲା ଖୁଆଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ସୋମବାର ସିଂହଦ୍ୱାର ସମ୍ମୁଖ ତିନିରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ରଥାରୁଢ ଠାକୁରଙ୍କ ସମ୍ମୁଖରେ ଭଙ୍ଗାଯାଇଛି ୯ଟି ଅଧରପଣା ହାଣ୍ଡି। ମହାପ୍ରଭୁଙ୍କ ଏହି ଅନନ୍ୟ ନୀତି ଦେଖିବାକୁ ସିଂହଦ୍ୱାର ସମ୍ମୁଖରେ ଜମିଥିଲା ଭକ୍ତଙ୍କ ପ୍ରବଳ ଭିଡ଼। ତେବେ ଧାର୍ଯ୍ୟ ସମୟ ରାତି ୮ଟା ମଧ୍ୟରେ ଏହି ନୀତି ସରିବାକୁ ସମୟ ନିର୍ଘଣ୍ଟ ହୋଇଥିଲା। ମାତ୍ର ୧ ଘଣ୍ଟା ବିଳମ୍ବରେ ଶେଷ ହୋଇଥିଲା ଅଧରପଣା ନୀତି। ରାତି ୯ଟାରେ ଶେଷରେ ନନ୍ଦିଘୋଷ ରଥରେ ଭାଙ୍ଗିଥିଲା ଅଧରହାଣ୍ଡି।

ସୋମବାର ଆଷାଢ ଶୁକ୍ଳ ଦ୍ୱାଦଶୀ। ତିନିରଥରେ ମଧ୍ୟାହ୍ନ ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଅଧରପଣା ପାଇଁ ପ୍ରସ୍ତୁତି। ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ ସେବକମାନେ ଗରାରେ ଜଳ ଆଣି ରଥ ଉପରେ ରହିଥିବା ପିତ୍ତଳ ହଣ୍ଡାରେ ଭର୍ତ୍ତି କରିଥିଲେ। ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ପାଇଁ ଅଣାଯାଇଥିବା ଛେନା, ଛାଚି, ସର, କଦଳୀ, ଗୋଲମରିଚ, କର୍ପୁର, ଜାଇଫଳ ରଥ ଉପରେ ରଖାଯାଇଥିଲା। ମହାପ୍ରଭୁଙ୍କ ଶ୍ରୀଅଧର ଉଚ୍ଚତାର ମାଟିରେ ନିର୍ମିତ ତିନୋଟି ଲେଖାଏ ହାଣ୍ଡି ପ୍ରତି ରଥ ଉପରେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଖାଯାଇଥିଲା। ଭୋଗ ପୂର୍ବରୁ ଶ୍ରୀଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବନ୍ଧା ଯାଇଥିଲା। ଏହାପରେ ମହାସୁଆରମାନେ ଛେନା, ଛାଚି, ସର, କଦଳୀ, ଗୋଲମରିଚ, ଜାଇଫଳ ଆଦି ପକାଇ ଅଧରପଣା ପ୍ରସ୍ତୁତ କରିଥିଲେ। ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା ଶେଷ କରିବା ପରେ ଅଧର ହାଣ୍ଡିକୁ ଭଙ୍ଗାଯାଇଥିଲା। ହାଣ୍ଡି ଭାଙ୍ଗିବା ପରେ ପଣା ସବୁ ରଥ ତଳକୁ ବୋହିଯାଇଥିଲା। ଏହି ପଣାକୁ ଦେବଦେବୀ, ଭୂତପ୍ରେତ, କିନ୍ନର, ରାକ୍ଷସମାନେ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି। ରାତି ୮ଟା ସୁଦ୍ଧା ଅଧରପଣା ନୀତି ଶେଷ ହେବାକୁ ଥିବାବେଳେ ରାତି ୯ଟାରେ ସରିଥିଲା। ଅଧରହାଣ୍ଡି ଖରାପ ପଡିବାରୁ ତାଳଧ୍ୱଜ ରଥରୁ ୨ଟି ଏବଂ ନନ୍ଦିଘୋଷ ରଥରୁ ଗୋଟିଏ ହାଣ୍ଡିକୁ ବଦଳା ଯାଇଥିଲା। ତେବେ ପ୍ରଥମେ ଦେବଦଳନ ରଥରେ ରାତି ୮ଟା ୪୫ରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହାପରେ ତାଳଧ୍ୱଜ ରଥରେ ରାତି ୮ଟା ୫୦ରେ ଏବଂ ଶେଷରେ ନନ୍ଦିଘୋଷ ରଥରେ ରାତି ୯ଟାରେ ଅଧରପଣା ହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀ ବଡ଼ଓଡ଼ିଆ ମଠ, ରାଘବ ଦାସ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ଯୋଗାଇ ଦେଇଥିଲେ।

https://www.thesakala.in/latest-odisha-news/today-niladri-bije-of-srijiu-in-puri/article-13220
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର