ମମିତା ମେହେର ହତ୍ୟାକାଣ୍ଡ ମାମଲା : ଗୋବିନ୍ଦ ସାହୁଙ୍କୁ ସର୍ତ୍ତମୂଳକ ଜାମିନ

The Sakala Picture
Published On

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‍ ଶୁକ୍ରବାରଠାରୁ ଆସନ୍ତା ୧୪ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଆନ୍ତରୀଣ ଜାମିନ ଦେଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‍। ୫୦ ହଜାର ଟଙ୍କା ଲେଖାଏଁ ୨ ଟି ବ୍ୟକ୍ତିଗତ ମୁଚଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସେ ପ୍ରତିଦିନ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦେଖାକରିବା, ସ୍ତ୍ରୀ, ପୁଅ,ଝିଅଙ୍କ […]

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‍ ଶୁକ୍ରବାରଠାରୁ ଆସନ୍ତା ୧୪ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଆନ୍ତରୀଣ ଜାମିନ ଦେଇଛନ୍ତି କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‍। ୫୦ ହଜାର ଟଙ୍କା ଲେଖାଏଁ ୨ ଟି ବ୍ୟକ୍ତିଗତ ମୁଚଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିକେନ୍ ଦୋକାନୀଙ୍କୁ ହତ୍ୟା, ପୁଅ ଗୁରୁତର

ସେ ପ୍ରତିଦିନ ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଦେଖାକରିବା, ସ୍ତ୍ରୀ, ପୁଅ,ଝିଅଙ୍କ ଯେଉଁ ଠାରେ ଚିକିତ୍ସା କରାଇବେ ତଦନ୍ତକାରୀଅଧିକାରୀଙ୍କୁ ଜଣାଇବେ, କୋର୍ଟର ବିନା ଅନୁମତିରେ ସେ ନିଜ ଅଞ୍ଚଳ ଛାଡି ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଆଜି ମାମଲାର ଏଡିଜେ କୋର୍ଟରେ ପେସି ଥିବାରୁ ଉଭୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହାଜର କରାଯାଇଥିଲା। ଅଭିଯୁକ୍ତଙ୍କ ତରଫରୁ କେଶ ଲଡ଼ୁଥିବା ଓକିଲ ଦୁର୍ଗାପାଢ଼ୀ ଜାମିନ ପାଇଁ ଆବଶ୍ୟକ ପ୍ରକ୍ରିୟା କଲାପରେ ୧୪ଦିନିଆ ଜାମିନରେ ଜେଲରୁ ବାହାରି ଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର