ଆଜିଠୁ ବିଧାନସଭା : ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍

The Sakala Picture
Published On

ଭୁବନେଶ୍ୱର :  ବିଧାନସଭାର ଦଶମ ଅଧିବେଶନ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ହେବ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପିତ କରିବେ। ପୂର୍ବରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରାଯାଇଥିଲା। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଛି। ଜୁଲାଇ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। […]

ଭୁବନେଶ୍ୱର :  ବିଧାନସଭାର ଦଶମ ଅଧିବେଶନ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ହେବ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପିତ କରିବେ। ପୂର୍ବରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରାଯାଇଥିଲା। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଛି। ଜୁଲାଇ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅଧିବେଶନ ଆସନ୍ତା ଅଗଷ୍ଟ ୪ ଯାଏଁ ଚାଲିବା ନେଇ ନିର୍ଦ୍ଧାରଣ କରାଯାଇଛି। ବିଜେଡି, ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଶନିବାର ବସିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ପ୍ରତ୍ୟେକ ଦଳ ବିଧାନସଭାର ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨ ଓ ୪ ପ୍ରାଇଭେଟ୍‍ ମେମ୍ୱରର୍ସ ବିଲ୍‍ ପାଇଁ ଉଦ୍ଦିଷ୍ଟ ରହିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍‍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ପୂର୍ବରୁ ବଜେଟ୍‍ ଗୃହର ଅନୁମୋଦନ ଲାଭ କରିବା ସାମ୍ବିଧାନିକ ଦୃଷ୍ଟିରୁ ବାଧ୍ୟତାମୂଳକ। ଏଥର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରିବେ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନ୍ତ୍ରିମଣ୍ଡଳର ଅଦଳବଦଳ କରାଯାଇଛି। ୧୧ ଜଣ ମନ୍ତ୍ରୀଙ୍କୁ ବାଦ୍‍ ଦିଆଯାଇ କରି ୧୨ ନୂଆ ମୁହଁକୁ ସ୍ଥାନ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ, ଶାସକ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ବଦଳିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ଏବଂ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଆହୁରି ପଢ଼ନ୍ତୁ: ଚଳଚଞ୍ଚଳ ରଥଖଳା, ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଲାଗି ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ଅର୍ଥମନ୍ତ୍ରୀ ରହି ଆସିଥିବା ନିରଞ୍ଜନ ପୂଜାରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିବେ। ବିଜେପି ନୂତନ ଭାବେ ବିରୋଧୀ ଦଳ ନେତା ନିଯୁକ୍ତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ପରେ ବିଧାୟକ ଦଳ ନେତା ଏବଂ ମୁଖ୍ୟ ସଚେତକ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଇଥିଲା। ମାତ୍ର ଗତ ସର୍ବଦଳୀୟ ବୈଠକରେ ନରସିଂହ ମିଶ୍ରଙ୍କ ଉପସ୍ଥିତି ଏହି ଆଲୋଚନାକୁ ବିରାମ ଦେଇଥିଲା। ହେଲେ ତାରା ପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ କି ନାହିଁ, ତାହା ଶନିବାର ସ୍ପଷ୍ଟ ହେବ। ସେହିପରି ଦୁଇ ଦିନ ପୂର୍ବରୁ ପିସିସି ବିଧାୟକ ଦଳ ସମ୍ପାଦକ ପଦରୁ ମହମ୍ମଦ ମୋକ୍କିମ ଇସ୍ତଫା ଦେଇସାରିଛନ୍ତି। ତେଣୁ କଂଗ୍ରେସ ବିଧାୟକ ଦଳର ନୂତନ ସମ୍ପାଦକ ପଦ କାହାକୁ ମିଳୁଛି, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ଅଧିବେଶନ ପୂର୍ବରୁ ଶାସକ ଦଳ ଯେ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ମତ ରଖିଛି। ସେହିପରି ବିରୋଧୀ ବିଜେପି ଏବଂ କଂଗ୍ରେସ ଏକାଧିକ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ଯୋଜନା କରିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ମହାନଦୀ, ହାତୀମୃତ୍ୟୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ସେଠୀ କହିଛନ୍ତି। କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି ଯେ, ଋଣ ବୋଝରେ ଚାଷୀ ଅଣ୍ଟା ଭାଙ୍ଗିଗଲାଣି। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଅଗ୍ନିପଥ ଯୋଜନାରେ ମାତ୍ର ୪ ବର୍ଷିଆ ଚାକିରୀ ଘୋଷଣା କରିଛନ୍ତି। ପ୍ରସଙ୍ଗ ଅନେକ ରହିଛି। ବିଧାୟକ ଦଳ ବୈଠକରେ ପରେ ରଣନୀତି ଚୂଡାନ୍ତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅପରପକ୍ଷରେ ଶାସକ ଦଳ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ, ସରକାର କରୁଥିବା କାର୍ଯ୍ୟକ୍ରମ ସାଧାରଣ ଲୋକ ଜାଣନ୍ତି। ବିରୋଧୀଙ୍କୁ ସାମନା କରିବା ପାଇଁ ଶାସକ ଦଳସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

02 Jul 2022 By The Sakala

ଆଜିଠୁ ବିଧାନସଭା : ଆଗତ ହେବ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍

ଭୁବନେଶ୍ୱର :  ବିଧାନସଭାର ଦଶମ ଅଧିବେଶନ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନ ହେବ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପିତ କରିବେ। ପୂର୍ବରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ ଉପସ୍ଥାପନା କରାଯାଇଥିଲା। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଛି। ଜୁଲାଇ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍‍ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅଧିବେଶନ ଆସନ୍ତା ଅଗଷ୍ଟ ୪ ଯାଏଁ ଚାଲିବା ନେଇ ନିର୍ଦ୍ଧାରଣ କରାଯାଇଛି। ବିଜେଡି, ବିଜେପି ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ଶନିବାର ବସିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ପ୍ରତ୍ୟେକ ଦଳ ବିଧାନସଭାର ରଣନୀତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨ ଓ ୪ ପ୍ରାଇଭେଟ୍‍ ମେମ୍ୱରର୍ସ ବିଲ୍‍ ପାଇଁ ଉଦ୍ଦିଷ୍ଟ ରହିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍‍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ପୂର୍ବରୁ ବଜେଟ୍‍ ଗୃହର ଅନୁମୋଦନ ଲାଭ କରିବା ସାମ୍ବିଧାନିକ ଦୃଷ୍ଟିରୁ ବାଧ୍ୟତାମୂଳକ। ଏଥର ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରିବେ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମନ୍ତ୍ରିମଣ୍ଡଳର ଅଦଳବଦଳ କରାଯାଇଛି। ୧୧ ଜଣ ମନ୍ତ୍ରୀଙ୍କୁ ବାଦ୍‍ ଦିଆଯାଇ କରି ୧୨ ନୂଆ ମୁହଁକୁ ସ୍ଥାନ ଦିଆଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ, ଶାସକ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ବଦଳିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ଏବଂ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପମୁଖ୍ୟ ସଚେତକ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଅର୍ଥମନ୍ତ୍ରୀ ରହି ଆସିଥିବା ନିରଞ୍ଜନ ପୂଜାରୀ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିବେ। ବିଜେପି ନୂତନ ଭାବେ ବିରୋଧୀ ଦଳ ନେତା ନିଯୁକ୍ତ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛି। କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ପରେ ବିଧାୟକ ଦଳ ନେତା ଏବଂ ମୁଖ୍ୟ ସଚେତକ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଇଥିଲା। ମାତ୍ର ଗତ ସର୍ବଦଳୀୟ ବୈଠକରେ ନରସିଂହ ମିଶ୍ରଙ୍କ ଉପସ୍ଥିତି ଏହି ଆଲୋଚନାକୁ ବିରାମ ଦେଇଥିଲା। ହେଲେ ତାରା ପ୍ରସାଦ ବାହିନୀପତି ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ କି ନାହିଁ, ତାହା ଶନିବାର ସ୍ପଷ୍ଟ ହେବ। ସେହିପରି ଦୁଇ ଦିନ ପୂର୍ବରୁ ପିସିସି ବିଧାୟକ ଦଳ ସମ୍ପାଦକ ପଦରୁ ମହମ୍ମଦ ମୋକ୍କିମ ଇସ୍ତଫା ଦେଇସାରିଛନ୍ତି। ତେଣୁ କଂଗ୍ରେସ ବିଧାୟକ ଦଳର ନୂତନ ସମ୍ପାଦକ ପଦ କାହାକୁ ମିଳୁଛି, ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଅଧିବେଶନ ପୂର୍ବରୁ ଶାସକ ଦଳ ଯେ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ମତ ରଖିଛି। ସେହିପରି ବିରୋଧୀ ବିଜେପି ଏବଂ କଂଗ୍ରେସ ଏକାଧିକ ପ୍ରସଙ୍ଗରେ ଶାସକ ଦଳକୁ ଘେରିବାକୁ ଯୋଜନା କରିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ, ମହାନଦୀ, ହାତୀମୃତ୍ୟୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ସେଠୀ କହିଛନ୍ତି। କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର କହିଛନ୍ତି ଯେ, ଋଣ ବୋଝରେ ଚାଷୀ ଅଣ୍ଟା ଭାଙ୍ଗିଗଲାଣି। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପ୍ରଧାନମନ୍ତ୍ରୀ ଅଗ୍ନିପଥ ଯୋଜନାରେ ମାତ୍ର ୪ ବର୍ଷିଆ ଚାକିରୀ ଘୋଷଣା କରିଛନ୍ତି। ପ୍ରସଙ୍ଗ ଅନେକ ରହିଛି। ବିଧାୟକ ଦଳ ବୈଠକରେ ପରେ ରଣନୀତି ଚୂଡାନ୍ତ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଅପରପକ୍ଷରେ ଶାସକ ଦଳ ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି ଯେ, ସରକାର କରୁଥିବା କାର୍ଯ୍ୟକ୍ରମ ସାଧାରଣ ଲୋକ ଜାଣନ୍ତି। ବିରୋଧୀଙ୍କୁ ସାମନା କରିବା ପାଇଁ ଶାସକ ଦଳସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର