ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ ଦେଲା ଭାରତ

The Sakala Picture
Published On

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର […]

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଭାରତ ପକ୍ଷରୁ ଇଶାନ କିଷନ ଓ ଋତୁରାଜ ଗାଏକୱାଡ ଓପନିଂ କରିଥିଲେ। ଋତୁରାଜ ଗାଏକୱାଡ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଫର୍ମରେଥିବା ଇଶାନ କିଷନ ୨୧ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିରାଶ କରିଥିଲେ। ୭ ବଲରେ ୫ରନ କରି ପନ୍ତ ଆଉଟ ହୋଇଥିଲେ। ଶ୍ରେୟସ ଆୟର ୩୫ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ ଓ ଦିନେଶ କାର୍ତ୍ତିକ ସମ୍ଭଳିଥିଲେ। ଅକ୍ଷର ପଟେଲ ୧୧ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ହର୍ଷଲ ପଟେଲ୍‌ ଓ ଦିନେଶ କାର୍ତ୍ତିକ ପାରିକୁ ସମ୍ଭାଳିଥିଲେ। ହର୍ଷଲ ପଟେଲ୍‌ ୯ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଦିନେଶ କାର୍ତ୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନର୍ତ୍ତୋଜେ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରାବଡା, ୱେନ ପାର୍ନେଲ, ଡ୍ୱେନ ପ୍ରିଟୋରିୟସ ଓ କେଶବ ମହାରାଜ ପକ୍ଷରୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲା।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରେ ଅଟୋ ରଖି କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର