ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଠକେଇ: ୪ ଆକାଉଣ୍ଟ ଠାବ, ସାଇବର୍‍ ଠକ ଗିରଫ

The Sakala Picture
Published On

ଭୁବନେଶ୍ୱର: ଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ପଦାକୁ ଆସିଛି। ଶନିବାର ଗ୍ୟାଙ୍ଗ୍‍ର ଜଣେ ସଦସ୍ୟକୁ ଭୁବନେଶ୍ୱର ସାଇବର୍‍ କ୍ରାଇମ୍‍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି। ଗିରଫ ସାଇବର୍‍ ଠକ ମଞ୍ଚେଶ୍ୱର ଥାନା ଇଞ୍ଜଣାରେ ରହୁଥିବା ଢେଙ୍କାନାଳର ଦିଲ୍ଲୀପ କୁମାର ବେହେରା(୩୮)। ସେହିପରି ଦିଲ୍ଲୀପ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୪ଟି ଆକାଉଣ୍ଟ ଠାବ ହୋଇଛି। ସେଥିରେ ଥିବା […]

ଭୁବନେଶ୍ୱର: ଶିକ୍ଷିତ ଯୁବକ-ଯୁବତୀଙ୍କୁ ସରକାରୀ ଉଦ୍ୟୋଗରେ ନିଯୁକ୍ତି ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରୁଥିବା ଏକ ଗ୍ୟାଙ୍ଗ୍‍ର ସମ୍ପୃକ୍ତି ରହିଥିବା ପଦାକୁ ଆସିଛି। ଶନିବାର ଗ୍ୟାଙ୍ଗ୍‍ର ଜଣେ ସଦସ୍ୟକୁ ଭୁବନେଶ୍ୱର ସାଇବର୍‍ କ୍ରାଇମ୍‍ ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ଗିରଫ କରିଛି। ଗିରଫ ସାଇବର୍‍ ଠକ ମଞ୍ଚେଶ୍ୱର ଥାନା ଇଞ୍ଜଣାରେ ରହୁଥିବା ଢେଙ୍କାନାଳର ଦିଲ୍ଲୀପ କୁମାର ବେହେରା(୩୮)। ସେହିପରି ଦିଲ୍ଲୀପ ନାମରେ ବିଭିନ୍ନ ବ୍ୟାଙ୍କରେ ଥିବା ୪ଟି ଆକାଉଣ୍ଟ ଠାବ ହୋଇଛି। ସେଥିରେ ଥିବା ୫୧ ହଜାର ଟଙ୍କା, ୩ଟି ମୋବାଇଲ ଫୋନ୍‍ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହି ଗ୍ୟାଙ୍ଗ୍‍ରେ ସମ୍ପୃକ୍ତି ରହିଥିବା ଅନ୍ୟମାନଙ୍କୁ ଧରିବା ଲାଗି ଚଢ଼ଉ କରାଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଏଥିସହିତ ଦିଲ୍ଲୀପକୁ ରିମାଣ୍ଡରେ ଅଣାଯିବାକୁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ ଆଶାୟୀ ଯୁବକଙ୍କୁ ୭ଟି ମେଲ୍‍ ଆଇଡି ଖୋଲି ନିଯୁକ୍ତିପତ୍ର ପଠାଉଥିଲେ। ସେସବୁ ଆକାଉଣ୍ଟକୁ ତନ୍ନତନ୍ନ କରି ଯାଞ୍ଚ କରୁଛି ସାଇବର୍‍ ଥାନା ପୁଲିସ।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ଟଙ୍କା ଲୋଭ ଦେଖାଇ ଫସାଇଲେ

ଶ୍ରୀଲିଙ୍ଗରାଜ ଥାନା ବିବେକାନନ୍ଦ ମାର୍ଗ ମହାରଣାସାହିର ଶାନ୍ତନୁ ଷଡଙ୍ଗୀ କରୋନା ସମୟରେ ଲକ୍‍-ସଟ୍‍ ଡାଉନ୍‍ ଲାଗି ଚାକିରି ହରାଇଥିଲେ। ଏଣୁ ସେ ଚାକିରି ସନ୍ଧାନରେ ଥିଲେ। ଗତ ଏପ୍ରିଲ ମାସରେ ବିଜ୍ଞାପନ ମାଧ୍ୟମରେ ସିଏସଆର ନିର୍ଦ୍ଦେଶକ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ଥିବା ଶାନ୍ତନୁ ଜାଣିବାକୁ ପାଇଥିଲେ। ଏଣୁ ବିଜ୍ଞାପନରେ ଦିଆଯାଇଥିବା ମେଲ ଆଇଡିରେ ନିଜର ବାୟୋଡାଟା ପଠାଇବା ସହ ସେଥିରେ ଦିଆଯାଇଥିବା ଫୋନ ନମ୍ୱରରେ ଯୋଗାଯୋଗ କରିଥିଲେ। ମୌଖିକ ଯୋଗାଯୋଗ ପରେ ଦିଲ୍ଲୀପ ଏକ ଆକାଉଣ୍ଟ ନମ୍ୱର ଦେବା ସହ ସେଥିରେ ୩୨୦୦ଟଙ୍କା ପଠାଇବା ଲାଗି କହିଥିଲେ। ଟଙ୍କା ପଠାଇ ସାରିବା ପରେ ଶାନ୍ତନୁଙ୍କୁ ୪୫ହଜାର ଟଙ୍କା ଦରମାରେ ନିଯୁକ୍ତି ଦିଆଯାଇଥିବା ଦର୍ଶାଇ ଏକ ପ୍ରୋଭିଜନାଲ ନିଯୁକ୍ତିପତ୍ର ଦେଇଥିଲେ ଅଭିଯୁକ୍ତ ଦିଲ୍ଲୀପ। ଏପ୍ରିଲ ୭ତାରିଖରେ ଦିଲ୍ଲୀପ ଏଚ୍‍ଆର ନିୟମ ଅନୁଯାୟୀ ସମସ୍ତ କାଗଜପତ୍ରର ଯାଞ୍ଚ ଲାଗି ଶାନ୍ତନୁଙ୍କୁ ନାଲ୍‍କୋ ଅଞ୍ଚଳକୁ ଡାକିଥିଲେ। ପରେ ନିଜକୁ ଆଡମିନିଷ୍ଟ୍ରେଟିଭ ବିଭାଗର ମୁଖ୍ୟ ବୋଲି ପରିଚୟ ଦେଇଥିଲେ। ତେବେ ଶାନ୍ତନୁ ନାଲକୋ ଅଞ୍ଚଳରେ ପହଞ୍ଚି ତାହା ବହୁ ଦିନ ପୂର୍ବରୁ ବନ୍ଦ ହୋଇ ପଡ଼ିଥିବା ଜାଣିବାକୁ ପାଇଥିଲେ। ସେ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର୍‍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଦିଲ୍ଲୀପକୁ ମଞ୍ଚେଶ୍ୱରରୁ ଗିରଫ କରିବା ସହ କାଗଜପତ୍ର ଆଦି ଜବତ କରିଥିଲା।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

୫୧ ଆଶାୟୀଙ୍କୁ ଠକିଛି ଦଶମ ଫେଲ୍‍ ଦିଲ୍ଲୀପ

ଅଭିଯୁକ୍ତ ଠକ ଦିଲ୍ଲୀପ ଦଶମ ଫେଲ୍‍। ହେଲେ ଠକେଇ କରିବାରେ ଥିଲା ଧୁରନ୍ଧର। ଶିକ୍ଷିତ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଜାଲରେ ଫସାଇବାକୁ ଚଳାଇଥିଲା ଚାଲ୍‍। ଅନ୍‍ଲାଇନ୍‍ରେ ନିଯୁକ୍ତି ଦେବା ଆଳରେ ଠକେଇର ମୂଳଦୁଆ ପକାଉଥିଲା। ଦିଲ୍ଲୀପ ଠାରୁ ଜବତ ହୋଇଥିବା ମୋବାଇଲ ଫୋନ୍‍ରୁ ସାଂଘାତିକ ତଥ୍ୟ ପୁଲିସ ହାତରେ ଲାଗିଛି। ଦିଲ୍ଲୀପଙ୍କ ଫୋନ୍‍ରୁ ୫୧ଜଣ ବ୍ୟକ୍ତିଙ୍କ ନମ୍ବର ଓ ସମ୍ପୂର୍ଣ୍ଣ ତଥ୍ୟ ରହିଛି। ଏଣୁ ସେ ୫୧ଚାକିରି ଆଶାୟୀଙ୍କୁ ନିଯୁକ୍ତି ଆଳରେ ଠକେଇ କରିଥିବା ସ୍ପଷ୍ଟ ହୋଇଛି। ସେ ଏନଟିପିସି, ନାଲକୋ ଏବଂ ସିମ୍ପେ୍ଲକ୍ସ କମ୍ପାନୀ ଆଦିରେ ଚାକିରି କରାଇ ଦେବା ଠକେଇ କରିଛି। ସେହିପରି ଆଶାୟୀ ପ୍ରାର୍ଥୀଙ୍କୁ ସ୍ୱର ବଦଳାଇ କଥା ହେବା ସହ ଦିଲ୍ଲୀପ ବାରମ୍ୱାର ଫୋନ ନମ୍ୱର ବଦଳାଉଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର