ସାଇବର ଠକଙ୍କ ଉତ୍ପାତ: ଆପ୍ଲିକେସନ ଅପଡେଟ ନାଁ ରେ ଲୁଟିନେଲେ ୮ ଲକ୍ଷ

The Sakala Picture
Published On

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ସନ୍ଧ୍ୟାରେ […]

ରାଉରକେଲା: ସାଇବର ଠକଙ୍କ ନୂଆ ତରିକାରେ ଠକେଇ । ମୋଵାଇଲରେ ଆପ୍ଲିକେସନ ଅପଡେଟ କରିବା ପାଇଁ କହି ସାଇବର ଠକ ଅଭିନଵ ଉପାୟରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟି ନେଲେ ୮ ଲକ୍ଷରୁ ଅଧିକ ଟଙ୍କା । ରାଉରକେଲା ମ୍ୟୁନିସିପାଲ କଲେଜ ପ୍ରିନସିପାଲ ପରେଶ ଚନ୍ଦ୍ର ପ୍ରଧାନଙ୍କ ଆକାଉଣ୍ଟରୁ ଏହି ଟଙ୍କା ସାଇଵର ଠକ ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଶାଖା ଘଟଣାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୬ ସୁଦ୍ଧା ବାତ୍ୟା ରୂପ ନେଇପାରେ ଲଘୁଚାପ, ୨୮ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବା ନେଇ ଆଇଏମଡି ଡିଜିଙ୍କ ସୂଚନା

ଗତକାଲି ସନ୍ଧ୍ୟାରେ ମୋଵାଇଲ ଫୋନରେ ୟୋନୋ ଆପ୍ଲିକେସନ ଅପଡେଟ କରିବା ପାଇଁ ପ୍ରିନସିପାଲଙ୍କୁ କହିଥିଲେ ସାଇବର ଠକ । ପ୍ରିନସିପାଲଙ୍କ ଠାରୁ ଇମେଲ ଆଇ ଡି, ପାସୱାର୍ଡ, ଓଟିପି ନେଇ ଆପ୍ଲିକେସନ ଅପଡେଟ କରିବା ସମୟରେ ସାଇବର ଠକ ୮ ଲକ୍ଷ ୮୪ ହଜାର ୯୯୯ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

ପ୍ରଥମେ ୩ ଲକ୍ଷ, ଦ୍ବିତୀୟରେ ୩ ଲକ୍ଷ ୨୦ ହଜାର, ତୃତୀୟରେ ୨ ଲକ୍ଷ ୬୦ ହଜାର ଓ ଶେଷରେ ୨୪ ହଜାର ୯୯୯ ଟଙ୍କା ଏକାଉଣ୍ଟରୁ ଠକି ନେଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରିନସିପାଲ ବ୍ୟାଙ୍କରେ ଅଭିଯୋଗ କରିଵା ସହ ରାଉରକେଲା ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର