ପିପିଲି ଉପନିର୍ବାଚନ; ମୈଦାନରେ ୧୦ ପ୍ରାର୍ଥୀ, ୬ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟରେ ମତଦାନ

The Sakala Picture
Published On

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। […]

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତାଦାତା ଅଛନ୍ତି । ସେଥିରୁ ୧୦୭୭ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେବେ । ପୋଷ୍ଟାଲ ବାଲଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ, ୧୬୮ ଜଣ ଭିନ୍ନକ୍ଷମ ଭୋଟର ମତଦାନ କରିବେ। ୬ ତାରିଖରୁ ୧୬ ତାରିଖ ଯାଏ ପୋଷ୍ଟାଲ ବାଲଟରେ ମତଦାନ କରିହେବ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୭୪୦ ପୋଲିଂ ଅଧିକାରୀ ମୁତୟନ ହେବେ। ସେମାନଙ୍କ ଟ୍ରେନିଂ ସରିଥିବା ବେଳେ ପ୍ରଥମ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ମଧ୍ୟ ଦିଆଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ୭୫ଟି ଅଧିକ ବୁଥ୍ କରାଯାଇଛି । କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ମତଦାନ କରିପାରିବେ ନାହିଁ । ୧୦୨ଟି କ୍ରିଟିକାଲ୍ ବୁଥ୍ ରହିଛି । ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ଜଣ ନୂଆ ଭୋଟର ସାମିଲ୍ ହୋଇଛନ୍ତି । ନିର୍ବାଚନ ନେଇ ସୂଚନା ଦେଇଛନ୍ତି ସିଇଓ । ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇ ପାରିବ । ସମ୍ମିଳନୀ କକ୍ଷରେ କ୍ଷମତାର ପଚାଶ ପ୍ରତିଶତ ଲୋକ ରହିପାରିବେ । ଏହାକୁ ନମାନିଲେ ଜିଲ୍ଲାପାଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନେଇପାରିବେ । ସମସ୍ତ ରାଜନୀତିକ ଦଳ କରୋନା ନିୟମ ଅନୁପାଳନ କରନ୍ତୁ ବୋଲି ସିଇଓ କହିଛନ୍ତି ।

ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯିଛି । ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ । ସାଧାରଣ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ ଏମ.ଭିରା ବ୍ରହ୍ମେୟାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ୟୟ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ କୁଲବନ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି ।

03 Apr 2021 By The Sakala

ପିପିଲି ଉପନିର୍ବାଚନ; ମୈଦାନରେ ୧୦ ପ୍ରାର୍ଥୀ, ୬ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟରେ ମତଦାନ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତାଦାତା ଅଛନ୍ତି । ସେଥିରୁ ୧୦୭୭ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେବେ । ପୋଷ୍ଟାଲ ବାଲଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ, ୧୬୮ ଜଣ ଭିନ୍ନକ୍ଷମ ଭୋଟର ମତଦାନ କରିବେ। ୬ ତାରିଖରୁ ୧୬ ତାରିଖ ଯାଏ ପୋଷ୍ଟାଲ ବାଲଟରେ ମତଦାନ କରିହେବ ।

୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୭୪୦ ପୋଲିଂ ଅଧିକାରୀ ମୁତୟନ ହେବେ। ସେମାନଙ୍କ ଟ୍ରେନିଂ ସରିଥିବା ବେଳେ ପ୍ରଥମ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ମଧ୍ୟ ଦିଆଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ୭୫ଟି ଅଧିକ ବୁଥ୍ କରାଯାଇଛି । କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ମତଦାନ କରିପାରିବେ ନାହିଁ । ୧୦୨ଟି କ୍ରିଟିକାଲ୍ ବୁଥ୍ ରହିଛି । ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ଜଣ ନୂଆ ଭୋଟର ସାମିଲ୍ ହୋଇଛନ୍ତି । ନିର୍ବାଚନ ନେଇ ସୂଚନା ଦେଇଛନ୍ତି ସିଇଓ । ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇ ପାରିବ । ସମ୍ମିଳନୀ କକ୍ଷରେ କ୍ଷମତାର ପଚାଶ ପ୍ରତିଶତ ଲୋକ ରହିପାରିବେ । ଏହାକୁ ନମାନିଲେ ଜିଲ୍ଲାପାଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନେଇପାରିବେ । ସମସ୍ତ ରାଜନୀତିକ ଦଳ କରୋନା ନିୟମ ଅନୁପାଳନ କରନ୍ତୁ ବୋଲି ସିଇଓ କହିଛନ୍ତି ।

ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯିଛି । ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ । ସାଧାରଣ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ ଏମ.ଭିରା ବ୍ରହ୍ମେୟାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ୟୟ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ କୁଲବନ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର