ପିପିଲି ଉପନିର୍ବାଚନ; ମୈଦାନରେ ୧୦ ପ୍ରାର୍ଥୀ, ୬ତାରିଖରୁ ଆରମ୍ଭ ହେବ ପୋଷ୍ଟାଲ ବାଲାଟରେ ମତଦାନ

The Sakala Picture
Published On

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। […]

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ପାର୍ଥିପତ୍ର ପ୍ରତ୍ୟାହାର ସରିଛି । ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥି ମଧ୍ୟରୁ ତିନି ଜଣଙ୍କର ପ୍ରାର୍ଥିପତ୍ର ନାକଚ ହୋଇଥିବା ବେଳେ ଦୁଇ ଜଣଙ୍କ ପାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଫଳରେ ପିପିଲି ଉପ ନିର୍ବାଚନ ମୈଦାନରେ ଏବେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତାଦାତା ଅଛନ୍ତି । ସେଥିରୁ ୧୦୭୭ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେବେ । ପୋଷ୍ଟାଲ ବାଲଟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ, ୧୬୮ ଜଣ ଭିନ୍ନକ୍ଷମ ଭୋଟର ମତଦାନ କରିବେ। ୬ ତାରିଖରୁ ୧୬ ତାରିଖ ଯାଏ ପୋଷ୍ଟାଲ ବାଲଟରେ ମତଦାନ କରିହେବ ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

୧୭ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୭୪୦ ପୋଲିଂ ଅଧିକାରୀ ମୁତୟନ ହେବେ। ସେମାନଙ୍କ ଟ୍ରେନିଂ ସରିଥିବା ବେଳେ ପ୍ରଥମ ଡୋଜ୍ କୋଭିଡ୍ ଭ୍ୟାକ୍ସିନ୍ ମଧ୍ୟ ଦିଆଯାଇଛି । ପିପିଲି ନିର୍ବାଚନ ମଣ୍ଡଳୀରେ ୭୫ଟି ଅଧିକ ବୁଥ୍ କରାଯାଇଛି । କୌଣସି ବୁଥରେ ଏକ ହଜାରରୁ ଅଧିକ ଭୋଟର ମତଦାନ କରିପାରିବେ ନାହିଁ । ୧୦୨ଟି କ୍ରିଟିକାଲ୍ ବୁଥ୍ ରହିଛି । ପଚାଶ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ୪୧୫ ଜଣ ନୂଆ ଭୋଟର ସାମିଲ୍ ହୋଇଛନ୍ତି । ନିର୍ବାଚନ ନେଇ ସୂଚନା ଦେଇଛନ୍ତି ସିଇଓ । ଖୋଲାସ୍ଥାନରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସଭା ସମିତି କରାଯାଇ ପାରିବ । ସମ୍ମିଳନୀ କକ୍ଷରେ କ୍ଷମତାର ପଚାଶ ପ୍ରତିଶତ ଲୋକ ରହିପାରିବେ । ଏହାକୁ ନମାନିଲେ ଜିଲ୍ଲାପାଳ କୋଭିଡ୍ ଗାଇଡଲାଇନ୍ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନେଇପାରିବେ । ସମସ୍ତ ରାଜନୀତିକ ଦଳ କରୋନା ନିୟମ ଅନୁପାଳନ କରନ୍ତୁ ବୋଲି ସିଇଓ କହିଛନ୍ତି ।

ସିଇଓଙ୍କ ପକ୍ଷରୁ ଦୁଇ ଜଣ ଆଇଏଏସଙ୍କୁ ଅବଜର୍ଭର ଦାୟିତ୍ୱ ଦିଆଯିଛି । ସେମାନେ ନିର୍ବାଚନୀ ଖର୍ଚ୍ଚ ଓ ପରିଚାଳନା ଉପରେ ନଜର ରଖିବେ । ସାଧାରଣ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ ଏମ.ଭିରା ବ୍ରହ୍ମେୟାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ୟୟ ପର୍ଯ୍ଯବେକ୍ଷକ ଭାବେ ଆଇଏଏସ୍ କୁଲବନ୍ତ ସିଂଙ୍କୁ ନିଯୁକ୍ତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର