‘୫-ଟି’ ହାଇସ୍କୁଲ ରୂପାନ୍ତରଣ, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ। ଲୋକାର୍ପଣ ଚାଲିଥିବା ୩୦୨୬ ସ୍କୁଲ ମଧ୍ୟରୁ ପ୍ରାୟ ଅଢ଼େଇ ହଜାର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ପର୍ଯ୍ୟାୟରେ ଲୋକାର୍ପଣ କରିବେ। ବୁଧବାର ୧ ତାରିଖରେ ସୁବର୍ଣ୍ଣପୁର, ମୟୂରଭଞ୍ଜ, ବୌଦ୍ଧ, ମାଲକାନାଗିରି ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ ଲୋକାର୍ପଣ ହେବାକୁ ଥିବାବେଳେ ୩ ତାରିଖରେ ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ […]

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ। ଲୋକାର୍ପଣ ଚାଲିଥିବା ୩୦୨୬ ସ୍କୁଲ ମଧ୍ୟରୁ ପ୍ରାୟ ଅଢ଼େଇ ହଜାର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ପର୍ଯ୍ୟାୟରେ ଲୋକାର୍ପଣ କରିବେ। ବୁଧବାର ୧ ତାରିଖରେ ସୁବର୍ଣ୍ଣପୁର, ମୟୂରଭଞ୍ଜ, ବୌଦ୍ଧ, ମାଲକାନାଗିରି ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ ଲୋକାର୍ପଣ ହେବାକୁ ଥିବାବେଳେ ୩ ତାରିଖରେ ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୋଳ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପିତ ହେବ। ସେହିପରି ୪ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପଣ ହେବାକୁଥିବା ବେଳେ ୬ ତାରିଖରେ କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସ୍କୁଲ ଲୋକାର୍ପଣ ପ୍ରକ୍ରିୟାରେ ସାମିଲ ହୋଇଛି।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର. ପୁରୀ, ନୟାଗଡ଼, ଜଗତସିଂହପୁର, ଭଦ୍ରକ ଆଦି ସ୍କୁଲ ଲୋକାର୍ପଣ କରିବାକୁ ଥିବାବେଳେ ୧୦ ତାରିଖରେ ଯାଜପୁର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପଣ କରିବେ। ଏଥିଲାଗି ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକର ଲୋକାର୍ପଣ କରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୫ ବିଦ୍ୟାଳୟର ପ୍ରକ୍ରିୟା ସରିବା ପରେ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକୁ ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇବା ପରେ ଆଉ ୩ହଜାର ୨୬ ସରକାରୀ ହାଇ ସ୍କୁଲର ନବୀକରଣ ପ୍ରକ୍ରିୟା ଜାରି ରହିଛି। ପ୍ରାୟ ୫ଶହ ସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ସେହି ସ୍କୁଲ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଲୋକାର୍ପଣ କରାଯିବ।

ଆହୁରି ପଢ଼ନ୍ତୁ: ସ୍କୁଲରେ ଛାତ୍ରଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇ ଦେବା ଘଟଣା: ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କଲେ ବିଇଓ

ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩୩୯ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝରରୁ ୨୦୪, ସୁନ୍ଦରଗଡ଼ରୁ ୧୯୫, ଅନୁଗୋଳରୁ ୧୮୯, ବାଲେଶ୍ୱରରୁ ୧୮୭, ବରଗଡ଼ରୁ ୭୪, ଭଦ୍ରକ ୧୦୯, ବଲାଙ୍ଗିର ୧୨୧ ଆଦି ୩୦ ଜିଲ୍ଲ୍‍ାର ସମୁଦାୟ ୩ ହଜାର ୨୬ଟି ବିଦ୍ୟାଳୟ ଚିହ୍ନଟ କରାଯାଇଛି। ରୂପାନ୍ତରଣରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପିଲାଙ୍କ ପାଇଁ ସ୍ମାଟ୍‍ର୍ କ୍ଲାସ ଓ ଲାଇବ୍ରେରୀ, ଗୁଣାତ୍ମକ ଲାବ୍ରୋଟୋରୀ, ଉତ୍ତମ ଖେଳ ପଡ଼ିଆ ଆଦି ଶୈକ୍ଷିକ ଉପଯୋଗୀ ପରିବେଶ ସୃଷ୍ଟି କରାଯାଉଛି। ଆସନ୍ତା ବର୍ଷରୁ ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ପ୍ରକ୍ଟିକାଲ୍‍ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବ। ଏଥିଲାଗି ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ଲ୍ୟାବ୍‍ର ମଧ୍ୟ ବ୍ୟବସ୍ଥା କରାଯାଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ଅବଶିଷ୍ଟ ସ୍କୁଲଗୁଡ଼ିକର ମଧ୍ୟ ରୂପାନ୍ତରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

01 Jun 2022 By The Sakala

‘୫-ଟି’ ହାଇସ୍କୁଲ ରୂପାନ୍ତରଣ, ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଆସନ୍ତାକାଲି(ବୁଧବାର) ଠାରୁ ଆରମ୍ଭ ହେବ। ଲୋକାର୍ପଣ ଚାଲିଥିବା ୩୦୨୬ ସ୍କୁଲ ମଧ୍ୟରୁ ପ୍ରାୟ ଅଢ଼େଇ ହଜାର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଟି ପର୍ଯ୍ୟାୟରେ ଲୋକାର୍ପଣ କରିବେ। ବୁଧବାର ୧ ତାରିଖରେ ସୁବର୍ଣ୍ଣପୁର, ମୟୂରଭଞ୍ଜ, ବୌଦ୍ଧ, ମାଲକାନାଗିରି ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍କୁଲ ଲୋକାର୍ପଣ ହେବାକୁ ଥିବାବେଳେ ୩ ତାରିଖରେ ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ଅନୁଗୋଳ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପିତ ହେବ। ସେହିପରି ୪ ତାରିଖରେ କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ଦେବଗଡ଼ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପଣ ହେବାକୁଥିବା ବେଳେ ୬ ତାରିଖରେ କଟକ, କେନ୍ଦ୍ରାପଡ଼ା, କଳାହାଣ୍ଡି, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ସ୍କୁଲ ଲୋକାର୍ପଣ ପ୍ରକ୍ରିୟାରେ ସାମିଲ ହୋଇଛି।

୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର. ପୁରୀ, ନୟାଗଡ଼, ଜଗତସିଂହପୁର, ଭଦ୍ରକ ଆଦି ସ୍କୁଲ ଲୋକାର୍ପଣ କରିବାକୁ ଥିବାବେଳେ ୧୦ ତାରିଖରେ ଯାଜପୁର, ଗଜପତି, ସମ୍ବଲପୁର, ବଲାଙ୍ଗିର ଓ କୋରାପୁଟ ଜିଲ୍ଲାର ସ୍କୁଲଗୁଡ଼ିକ ଲୋକାର୍ପଣ କରିବେ। ଏଥିଲାଗି ଜିଲ୍ଲା ସ୍ତରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକର ଲୋକାର୍ପଣ କରିବେ। ତେବେ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତରିତ ହୋଇଥିବା ୧୦୭୫ ବିଦ୍ୟାଳୟର ପ୍ରକ୍ରିୟା ସରିବା ପରେ ମୁଖ୍ୟମନ୍ତ୍ରୀ ସ୍କୁଲଗୁଡ଼ିକୁ ଲୋକାର୍ପଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟଗୁଡ଼ିକର ରୂପରେଖ ବଦଳାଇବା ପରେ ଆଉ ୩ହଜାର ୨୬ ସରକାରୀ ହାଇ ସ୍କୁଲର ନବୀକରଣ ପ୍ରକ୍ରିୟା ଜାରି ରହିଛି। ପ୍ରାୟ ୫ଶହ ସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହୋଇ ନଥିବାରୁ ସେହି ସ୍କୁଲ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଲୋକାର୍ପଣ କରାଯିବ।

ଦ୍ୱିତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୩୩୯ଟି ବିଦ୍ୟାଳୟ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝରରୁ ୨୦୪, ସୁନ୍ଦରଗଡ଼ରୁ ୧୯୫, ଅନୁଗୋଳରୁ ୧୮୯, ବାଲେଶ୍ୱରରୁ ୧୮୭, ବରଗଡ଼ରୁ ୭୪, ଭଦ୍ରକ ୧୦୯, ବଲାଙ୍ଗିର ୧୨୧ ଆଦି ୩୦ ଜିଲ୍ଲ୍‍ାର ସମୁଦାୟ ୩ ହଜାର ୨୬ଟି ବିଦ୍ୟାଳୟ ଚିହ୍ନଟ କରାଯାଇଛି। ରୂପାନ୍ତରଣରେ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପିଲାଙ୍କ ପାଇଁ ସ୍ମାଟ୍‍ର୍ କ୍ଲାସ ଓ ଲାଇବ୍ରେରୀ, ଗୁଣାତ୍ମକ ଲାବ୍ରୋଟୋରୀ, ଉତ୍ତମ ଖେଳ ପଡ଼ିଆ ଆଦି ଶୈକ୍ଷିକ ଉପଯୋଗୀ ପରିବେଶ ସୃଷ୍ଟି କରାଯାଉଛି। ଆସନ୍ତା ବର୍ଷରୁ ମାଧ୍ୟମିକ ଶିକ୍ଷାରେ ବିଜ୍ଞାନ ବିଷୟକୁ ଅଧିକ ଗୁରୁତ୍ୱ ଦିଆଯିବା ସହିତ ପ୍ରକ୍ଟିକାଲ୍‍ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବ। ଏଥିଲାଗି ସ୍କୁଲଗୁଡ଼ିକରେ ଅତ୍ୟାଧୁନିକ ଲ୍ୟାବ୍‍ର ମଧ୍ୟ ବ୍ୟବସ୍ଥା କରାଯାଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ଅବଶିଷ୍ଟ ସ୍କୁଲଗୁଡ଼ିକର ମଧ୍ୟ ରୂପାନ୍ତରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର