ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି ଆଳରେ ୭ ଜଣଙ୍କୁ ଠକେଇ

The Sakala Picture
Published On

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ନିଜକୁ ପୁଲିସ ଡିଏସ୍‍ପି ଥିବା ପରିଚୟ ଦେଇଥିଲେ। ଏପରିକି ଅଭିଯୁକ୍ତ ଏକ ପୁଲିସ ପୋଷାକ ପିନ୍ଧିଥିବା ଫଟୋ, ଆଇକାର୍ଡ […]

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ନିଜକୁ ପୁଲିସ ଡିଏସ୍‍ପି ଥିବା ପରିଚୟ ଦେଇଥିଲେ। ଏପରିକି ଅଭିଯୁକ୍ତ ଏକ ପୁଲିସ ପୋଷାକ ପିନ୍ଧିଥିବା ଫଟୋ, ଆଇକାର୍ଡ ଏବଂ ଅନ୍ୟାନ୍ୟ ନକଲି ପରିଚୟପତ୍ର ପଠାଇଥିଲେ। ଏହାକୁ ଦେଖିବା ପରେ କାଜଲ ତାଙ୍କୁ ପ୍ରଥମେ ୩୦ ହଜାର ଦେଇଥିଲେ। ପରେ ପୁଲିସ ଆଇକାର୍ଡ କରାଇ ଦେବାକୁ କହି ଆଉ ୪୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ କାଜଲଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ନକଲି ପରିଚୟପତ୍ର ଦେଇଥିଲେ। ଏପରିକି କେଉଁ ଥାନାରେ ନିଯୁକ୍ତି କରିବେ ତାହା ମଧ୍ୟ ଆଇକାର୍ଡରେ ଲେଖିଥିଲେ। ଉକ୍ତ ଆଇକାର୍ଡ ନେଇ ଚାକିରିରେ ଯୋଗ ଦେବାକୁ ଥାନାକୁ ଯିବା ପରେ ସେଠାରେ ତାହା ନକଲି ହୋଇଥିବା ଜାଣିବାକୁ ପାଇଥିଲେ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଏ ସମ୍ପର୍କରେ ଜାଣିବା ପରେ ସେ ସାଇବର୍‍ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ସହିଦ ନଗର ଥାନା ଅଞ୍ଚଳରେ ରହୁଥିବା ବିଜୟ ରାଉତ ଅଭିଯୋଗ କରିଥିଲେ। ଏହିଭଳି ୭ଜଣ ୧୦ ଦିନରେ ପୁଲିସ ଚାକିରି ଆଳରେ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ କମିସନରେଟ୍‍ ପୁଲିସ ଯୁବପିଢ଼ିଙ୍କୁ ସଚେତନ କରିଛି। ଯଦି କେହି ସରକାରୀ ଚାକିରି କରାଇ ଦେବାକୁ କହୁଛି, ତେବେ ତାକୁ ଅର୍ଥ ଦିଅନ୍ତୁ ନାହିଁ। ତୁରନ୍ତ ପୁଲିସକୁ ଫୋନ୍‍ କରି ଜଣାନ୍ତୁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

31 May 2022 By The Sakala

ସାଇବର ଠକଙ୍କ ଉତ୍ପାତ: ପୁଲିସ ଚାକିରି ଆଳରେ ୭ ଜଣଙ୍କୁ ଠକେଇ

ଭୁବନେଶ୍ୱର: ପୁଲିସ ଚାକିରିର ଲୋଭ ଦେଖାଇ ରାଜଧାନୀର ୭ଜଣଙ୍କଠାରୁ ୧୦ ଦିନରେ ୩ଲକ୍ଷ ଟଙ୍କା ଠକି ନେଇଛନ୍ତି ସାଇବର୍‍ ଠକ। ଏହିଭଳି କାଜଲ ନାମକ ଯୁବତୀ ପ୍ରଥମେ ଫେସ୍‍ବୁକ୍‍ ରେ ପୁଲିସ ଚାକିରି ମିଳୁଥିବା ନେଇ ବିଜ୍ଞାପନ ଦେଖିଥିଲେ। ସେ ଏହି ବିଜ୍ଞାପନ ଦେଖିବା ପରେ କାଜଲ ଦିଆଯାଇଥିବା ଫୋନ୍‍ ନମ୍ବରରେ ଯୋଗାଯୋଗ କରିଥିଲେ। ଠକ ତାଙ୍କୁ ନିଜକୁ ପୁଲିସ ଡିଏସ୍‍ପି ଥିବା ପରିଚୟ ଦେଇଥିଲେ। ଏପରିକି ଅଭିଯୁକ୍ତ ଏକ ପୁଲିସ ପୋଷାକ ପିନ୍ଧିଥିବା ଫଟୋ, ଆଇକାର୍ଡ ଏବଂ ଅନ୍ୟାନ୍ୟ ନକଲି ପରିଚୟପତ୍ର ପଠାଇଥିଲେ। ଏହାକୁ ଦେଖିବା ପରେ କାଜଲ ତାଙ୍କୁ ପ୍ରଥମେ ୩୦ ହଜାର ଦେଇଥିଲେ। ପରେ ପୁଲିସ ଆଇକାର୍ଡ କରାଇ ଦେବାକୁ କହି ଆଉ ୪୦ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ପରେ ଅଭିଯୁକ୍ତ କାଜଲଙ୍କ ହ୍ୱାଟ୍ସଆପ୍‍ ନମ୍ବରକୁ ଏକ ନକଲି ପରିଚୟପତ୍ର ଦେଇଥିଲେ। ଏପରିକି କେଉଁ ଥାନାରେ ନିଯୁକ୍ତି କରିବେ ତାହା ମଧ୍ୟ ଆଇକାର୍ଡରେ ଲେଖିଥିଲେ। ଉକ୍ତ ଆଇକାର୍ଡ ନେଇ ଚାକିରିରେ ଯୋଗ ଦେବାକୁ ଥାନାକୁ ଯିବା ପରେ ସେଠାରେ ତାହା ନକଲି ହୋଇଥିବା ଜାଣିବାକୁ ପାଇଥିଲେ।

ଏ ସମ୍ପର୍କରେ ଜାଣିବା ପରେ ସେ ସାଇବର୍‍ ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ସହିଦ ନଗର ଥାନା ଅଞ୍ଚଳରେ ରହୁଥିବା ବିଜୟ ରାଉତ ଅଭିଯୋଗ କରିଥିଲେ। ଏହିଭଳି ୭ଜଣ ୧୦ ଦିନରେ ପୁଲିସ ଚାକିରି ଆଳରେ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ କମିସନରେଟ୍‍ ପୁଲିସ ଯୁବପିଢ଼ିଙ୍କୁ ସଚେତନ କରିଛି। ଯଦି କେହି ସରକାରୀ ଚାକିରି କରାଇ ଦେବାକୁ କହୁଛି, ତେବେ ତାକୁ ଅର୍ଥ ଦିଅନ୍ତୁ ନାହିଁ। ତୁରନ୍ତ ପୁଲିସକୁ ଫୋନ୍‍ କରି ଜଣାନ୍ତୁ ବୋଲି କମିସନରେଟ୍‍ ପୁଲିସ ପକ୍ଷରୁ କୁହାଯାଇଛି।

https://www.thesakala.in/latest-odisha-news/cyber-fraud-in-bhubaneswar/article-12052
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର