ବିଜେଡିର ରାଜ୍ୟସଭା ପ୍ରାର୍ଥୀ ହେବା ପରେ କିଏ, କ’ଣ ଦେଲେ ପ୍ରତିକ୍ରିୟା…

The Sakala Picture
Published On

ଭୁବନେଶ୍ୱର: ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରାଯାଇଛି। ୪ ଜଣଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି । ଆସନ୍ତୁ ଜାଣିବା ରାଜ୍ୟସଭା ଟିକେଟ୍ ମିଳିବା ପରେ କିଏ ପ୍ରତିକ୍ରିୟାରେ କଣ କହିଛନ୍ତି ।… ମାନସ ରଞ୍ଜନ ମଙ୍ଗରାଜ ସାମ୍ବାଦିକତାରୁ […]

ଭୁବନେଶ୍ୱର: ରାଜ୍ୟସଭା ପାଇଁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ନିରଞ୍ଜନ ବିଶିଙ୍କ ନାଁ ଘୋଷଣା କରାଯାଇଛି। ୪ ଜଣଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି । ଆସନ୍ତୁ ଜାଣିବା ରାଜ୍ୟସଭା ଟିକେଟ୍ ମିଳିବା ପରେ କିଏ ପ୍ରତିକ୍ରିୟାରେ କଣ କହିଛନ୍ତି ।…

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ମାନସ ରଞ୍ଜନ ମଙ୍ଗରାଜ
ସାମ୍ବାଦିକତାରୁ ସଫଳ ରାଜନେତା ମାନସ ମଙ୍ଗରାଜ । ରାଜ୍ୟସଭା ପାଇଁ ନାଁ ଘୋଷଣା ପରେ ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସାମ୍ବାଦିକତାରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ପ୍ରଭାବୀ ସେ ।ଏବେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି ମାନସ ମଙ୍ଗରାଜ । ଦଳର ସଂଗଠନ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସଂସଦରେ ଓଡ଼ିଶାର ନାର୍ଯ୍ୟ ଦାବିକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି ।

ସୁଲତା ଦେଓ
ସମାଜସେବୀ ତଥା ବିଜେଡିର ମୁଖପାତ୍ର ସୁଲତା ଦେଓ । ଏବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା ଅଛନ୍ତି ସୁଲତା ଦେଓ । ସରପଞ୍ଚ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ସୁଲତା । ରାଜ୍ୟସଭା ପାଇଁ ଟିକେଟ୍ ମିଳିବା ପରେ ସେ ଭାବବିହ୍ୱଳ ହୋଇ ପଡ଼ିଛନ୍ତି । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ଆଗେଇ ନେବେ ।

ଡ. ସସ୍ମିତ ପାତ୍ର
ନାଁ ଘୋଷଣା ପରେ ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱରକୁ ଆହୁରି ଶାଣିତ କରି ସଂସଦରେ ଉପସ୍ଥାନ କରାଯିବ ବୋଲି କହିଛନ୍ତି ସସ୍ମିତ ପାତ୍ର । ଦିଲ୍ଲୀ ଦରବାରରେ ହକ୍ ପାଇଁ ଲଢ଼େଇ କରୁଛି, ଆଗକୁ ଜାରି ରହିବ ବୋଲି କହିଛନ୍ତି ସସ୍ମିତ ।

ନିରଞ୍ଜନ ବିଶି
ପଶ୍ଚିମ ଓଡ଼ିଶାର ଟାଣୁଆ ଆଦିବାସୀ ନେତା ହେଉଛନ୍ତି ନିରଞ୍ଜନ ବିଶି । ସେ ଏବେ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଅଛନ୍ତି । ରାଜ୍ୟସଭା ଟିକେଟ୍ ପାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ସରକାରଙ୍କ ଯୋଜନାକୁ ଆଦିବାସୀ ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି କାମ କରିବେ ବୋଲି କହିଛନ୍ତି ନିରଞ୍ଜନ ।

29 May 2022 By The Sakala

https://www.thesakala.in/latest-odisha-news/reaction-of-the-bjds-rajya-sabha-candidate/article-12002
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର