ସେଲ୍‌ଫ ଫାଇନାନ୍‌ସିଂ କୋର୍ସ ବନ୍ଦକୁ ନେଇ ଛାତ୍ର କଂଗ୍ରେସର ବିରୋଧ

The Sakala Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସେଲ୍‌ଫ ଫାଇନାନ୍ସିଂ କୋର୍ସ ବନ୍ଦ ଏବଂ ଅନେକ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମରେ ସିଟ୍‍ ସଂଖ୍ୟା ହ୍ରାସକୁ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବତନ ବାଣୀବିହାର ସଭାପତି ମହେଶ ପ୍ରସାଦଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯିବା ସହ ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୧୦ରୁ ୧୫ […]

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସେଲ୍‌ଫ ଫାଇନାନ୍ସିଂ କୋର୍ସ ବନ୍ଦ ଏବଂ ଅନେକ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମରେ ସିଟ୍‍ ସଂଖ୍ୟା ହ୍ରାସକୁ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବତନ ବାଣୀବିହାର ସଭାପତି ମହେଶ ପ୍ରସାଦଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯିବା ସହ ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୧୦ରୁ ୧୫ ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମବିଏ, ଏମସିଏ, ବିବିଏ, ବିସିଏ ଭଳି ଅନେକ ପାଠ୍ୟକ୍ରମ ପିଲାଙ୍କୁ ସର୍ବାଧିକ ନିଯୁକ୍ତି ପ୍ରଦାନ କରୁଛି। ଅନ୍ୟ ରେଗୁଲାର କୋର୍ସ ଅପେକ୍ଷା ସେଲ୍‌ଫ ଫାଇନାନ୍‍ସିଂ ପାଠ୍ୟକ୍ରମ ଦ୍ୱାରା ପିଲାମାନେ ବ୍ୟାପକ ନିଯୁକ୍ତି ସୁଯୋଗ ପାଉଛନ୍ତି; କିନ୍ତୁ ରାଜ୍ୟ ସରକାର ସେଲ୍‌ଫଫ ଫାଇନାନ୍ସିଂ କୋର୍ସଗୁଡ଼ିକୁ ବନ୍ଦ କରିଦେବାକୁ ଯୋଜନା କରୁଛନ୍ତି। ଯାହାକୁ ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରୁଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ସେହିପରି ଯୋଗ ଓ ଏ ସମ୍ପର୍କିତ ଶିକ୍ଷାକୁ ବିଶ୍ୱ ସମୁଦାୟ ଗ୍ରହଣ କରିଥିବା ବେଳେ ଭାରତୀୟ ସଂସ୍କୃତିର ଏହି ମହାନ ପରମ୍ପରା ସମ୍ପର୍କିତ ଶିକ୍ଷାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେଇଛି। ଏହାକୁ ବିରୋଧ କରି ବାଣୀବିହାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। କୁଳପତି ଯଦି ଯୋଗ କୋର୍ସକୁ ବିଶ୍ୱବିଦ୍ୟାଳୟରୁ ବନ୍ଦ କରନ୍ତି, ତେବେ ଏହା ବିରୋଧରେ ଏବିଭିପି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାର ୫୦,୦୦୦ରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିଛି ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା

28 May 2022 By The Sakala

ସେଲ୍‌ଫ ଫାଇନାନ୍‌ସିଂ କୋର୍ସ ବନ୍ଦକୁ ନେଇ ଛାତ୍ର କଂଗ୍ରେସର ବିରୋଧ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସେଲ୍‌ଫ ଫାଇନାନ୍ସିଂ କୋର୍ସ ବନ୍ଦ ଏବଂ ଅନେକ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମରେ ସିଟ୍‍ ସଂଖ୍ୟା ହ୍ରାସକୁ ନେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଙ୍ଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବତନ ବାଣୀବିହାର ସଭାପତି ମହେଶ ପ୍ରସାଦଙ୍କ ନେତୃତ୍ୱରେ ବିରୋଧ ପ୍ରଦର୍ଶନ କରାଯିବା ସହ ଭୁବନେଶ୍ୱର ଡିସିପିଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୧୦ରୁ ୧୫ ବର୍ଷ ଧରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଏମବିଏ, ଏମସିଏ, ବିବିଏ, ବିସିଏ ଭଳି ଅନେକ ପାଠ୍ୟକ୍ରମ ପିଲାଙ୍କୁ ସର୍ବାଧିକ ନିଯୁକ୍ତି ପ୍ରଦାନ କରୁଛି। ଅନ୍ୟ ରେଗୁଲାର କୋର୍ସ ଅପେକ୍ଷା ସେଲ୍‌ଫ ଫାଇନାନ୍‍ସିଂ ପାଠ୍ୟକ୍ରମ ଦ୍ୱାରା ପିଲାମାନେ ବ୍ୟାପକ ନିଯୁକ୍ତି ସୁଯୋଗ ପାଉଛନ୍ତି; କିନ୍ତୁ ରାଜ୍ୟ ସରକାର ସେଲ୍‌ଫଫ ଫାଇନାନ୍ସିଂ କୋର୍ସଗୁଡ଼ିକୁ ବନ୍ଦ କରିଦେବାକୁ ଯୋଜନା କରୁଛନ୍ତି। ଯାହାକୁ ଛାତ୍ର କଂଗ୍ରେସ ତୀବ୍ର ବିରୋଧ କରୁଛି ବୋଲି ସେ କହିଛନ୍ତି।

ସେହିପରି ଯୋଗ ଓ ଏ ସମ୍ପର୍କିତ ଶିକ୍ଷାକୁ ବିଶ୍ୱ ସମୁଦାୟ ଗ୍ରହଣ କରିଥିବା ବେଳେ ଭାରତୀୟ ସଂସ୍କୃତିର ଏହି ମହାନ ପରମ୍ପରା ସମ୍ପର୍କିତ ଶିକ୍ଷାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ କରିଦେଇଛି। ଏହାକୁ ବିରୋଧ କରି ବାଣୀବିହାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ପକ୍ଷରୁ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। କୁଳପତି ଯଦି ଯୋଗ କୋର୍ସକୁ ବିଶ୍ୱବିଦ୍ୟାଳୟରୁ ବନ୍ଦ କରନ୍ତି, ତେବେ ଏହା ବିରୋଧରେ ଏବିଭିପି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର