ଆଜି ନୀତି ସବ୍‍ କମିଟି ଓ ଛତିଶା ନିଯୋଗ ବୈଠକ: ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହେବ

The Sakala Picture
Published On

ପୁରୀ: ଆଜି ଅନୁଷ୍ଠିତ ହେବ ନୀତି ସବ୍‍ କମିଟି ଏବଂ ଛତିଶା ନିଯୋଗ ବୈଠକ। ନୀଳାଦ୍ରି ଭକ୍ତ ନିବାସରେ ପୂର୍ବାହ୍ଣ ୧୧ଟାରେ ପ୍ରଥମେ ନୀତି ସବ୍‍ କମିଟି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହେବ। ଏଥିସହ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ଅନୁମୋଦନ କରାଯିବ। ନୀତି ସବ୍‍ କମିଟି ପରେ ମଧ୍ୟାହ୍ନ ୧୨ଟାରେ ସମାନ ସ୍ଥାନରେ […]

ପୁରୀ: ଆଜି ଅନୁଷ୍ଠିତ ହେବ ନୀତି ସବ୍‍ କମିଟି ଏବଂ ଛତିଶା ନିଯୋଗ ବୈଠକ। ନୀଳାଦ୍ରି ଭକ୍ତ ନିବାସରେ ପୂର୍ବାହ୍ଣ ୧୧ଟାରେ ପ୍ରଥମେ ନୀତି ସବ୍‍ କମିଟି ବୈଠକ ବସିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହେବ। ଏଥିସହ ସ୍ନାନଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀ ଅନୁମୋଦନ କରାଯିବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ନୀତି ସବ୍‍ କମିଟି ପରେ ମଧ୍ୟାହ୍ନ ୧୨ଟାରେ ସମାନ ସ୍ଥାନରେ ଛତିଶା ନିଯୋଗ ବୈଠକ ବସିବ। ଏଥିରେ ଉକ୍ତ ନୀତି ଏବଂ ବ୍ୟବସ୍ଥାବଳୀ ଊପରେ ଆଲୋଚନା କରାଯାଇ ଅନୁମୋଦନ ଲାଭ କରିବ। ବିଶେଷକରି ରାଜେନ୍ଦ୍ରାଭିଷେକ, ଋକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ଓ ବନକଲାଗି, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରବିଜେ ନୀତିକାନ୍ତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ଚୂଡ଼ାନ୍ତ ହେବ। ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ନୀତିକାନ୍ତି କିପରି ନିର୍ଘଣ୍ଟ ସମୟରେ ସମ୍ପନ୍ନ ହେବ ତାହା ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ, ଏସ୍‍ପିଙ୍କ ସମେତ ଛତିଶା ନିଯୋଗର କର୍ମକର୍ତ୍ତା ପ୍ରମୁଖ ଯୋଗଦେବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର