ରାଜ୍ୟସଭା ନିର୍ବାଚନ: ଆଜିଠାରୁ ୩ ଆସନ ପାଇଁଁ ନାମାଙ୍କନ, ୧୦ରେ ଭୋଟ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‍. ଭାସ୍କର ରାଓ ଏବଂ ଡ. ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଉପରୋକ୍ତ ୩ ଆସନ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ମଇ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ମଇ ୩୧ ତାରିଖ ଯାଏଁ ଏହା ଚାଲିବ। ଜୁନ୍‍ ୧ ତାରିଖରେ ନାମାଙ୍କନ ହୋଇଥିବା […]

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‍. ଭାସ୍କର ରାଓ ଏବଂ ଡ. ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଉପରୋକ୍ତ ୩ ଆସନ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ମଇ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ମଇ ୩୧ ତାରିଖ ଯାଏଁ ଏହା ଚାଲିବ। ଜୁନ୍‍ ୧ ତାରିଖରେ ନାମାଙ୍କନ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ଜୁନ୍‍ ୩ ତାରିଖ ଦିନ ନାମାଙ୍କ ପତ୍ର ପ୍ରତ୍ୟାହାର ହୋଇପାରିବ। ଆସନ୍ତା ଜୁନ୍‍ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟଗଣତି ହେବା ସହ ସେହିଦିନ ଭୋଟଗଣତି ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ଅପରପକ୍ଷେ ବିଜେଡିର ଅନ୍ୟତମ ସାଂସଦ ସୁବାସ ସିଂ ଗତ ଏପ୍ରିଲ ମାସ ୨୧ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଏହି ପଦ ପୂରଣ ପାଇଁ ଆସନ୍ତା ୨୬ ତାରିଖରେ ନାମାଙ୍କନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ ଜୁନ୍‍ ୨ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍‍ ୧୩ ତାରିଖ ଏହି ଚତୁର୍ଥ ଆସନ ପାଇଁ ଭୋଟ ଗ୍ରହଣ ହେବ। ସେହିଦିନ ଭୋଟଗ୍ରହଣ ସହ ଗଣତି ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ସୁବାଷଙ୍କ ବଦଳରେ ଯିଏ ନିର୍ବାଚିତ ହୋଇ ରାଜ୍ୟସଭା ଯିବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ରହିବ। ତେବେ ଏହି ଚାରୋଟି ଆସନ ପାଇଁ ଶାସକ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲରୁ ବିରତ ରହିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଦଳ ପକ୍ଷରୁ କାହାକୁ ଏହି ଚାରୋଟି ଆସନ ପାଇଁ ପ୍ରାର୍ଥୀ କରାଯିବ ସେନେଇ ପ୍ରତିକ୍ରିୟା ରଖି ଦଳର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ପ୍ରାର୍ଥୀତ୍ୱ ନେଇ ଦଳର ସଭାପତି ଠିକ୍‍ ସମୟରେ ନିଷ୍ପତ୍ତି ନେବେ। ଏନେଇ ଦଳ ପକ୍ଷରୁ ସଠିକ୍‍ ସମୟରେ ସୂଚନା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

24 May 2022 By The Sakala

ରାଜ୍ୟସଭା ନିର୍ବାଚନ: ଆଜିଠାରୁ ୩ ଆସନ ପାଇଁଁ ନାମାଙ୍କନ, ୧୦ରେ ଭୋଟ

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ମଙ୍ଗଳବାରଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ। ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‍. ଭାସ୍କର ରାଓ ଏବଂ ଡ. ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିବା ପରେ ଉପରୋକ୍ତ ୩ ଆସନ ଖାଲି ପଡ଼ିଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ମଇ ୨୪ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ମଇ ୩୧ ତାରିଖ ଯାଏଁ ଏହା ଚାଲିବ। ଜୁନ୍‍ ୧ ତାରିଖରେ ନାମାଙ୍କନ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ଜୁନ୍‍ ୩ ତାରିଖ ଦିନ ନାମାଙ୍କ ପତ୍ର ପ୍ରତ୍ୟାହାର ହୋଇପାରିବ। ଆସନ୍ତା ଜୁନ୍‍ ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟଗଣତି ହେବା ସହ ସେହିଦିନ ଭୋଟଗଣତି ହେବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ବିଜେଡିର ଅନ୍ୟତମ ସାଂସଦ ସୁବାସ ସିଂ ଗତ ଏପ୍ରିଲ ମାସ ୨୧ ତାରିଖରେ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ ଏହି ପଦ ପୂରଣ ପାଇଁ ଆସନ୍ତା ୨୬ ତାରିଖରେ ନାମାଙ୍କନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ତାରିଖ ଜୁନ୍‍ ୨ ତାରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଜୁନ୍‍ ୧୩ ତାରିଖ ଏହି ଚତୁର୍ଥ ଆସନ ପାଇଁ ଭୋଟ ଗ୍ରହଣ ହେବ। ସେହିଦିନ ଭୋଟଗ୍ରହଣ ସହ ଗଣତି ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ସୁବାଷଙ୍କ ବଦଳରେ ଯିଏ ନିର୍ବାଚିତ ହୋଇ ରାଜ୍ୟସଭା ଯିବେ ତାଙ୍କ କାର୍ଯ୍ୟକାଳ ଆସନ୍ତା ୨୦୨୬ ମସିହା ଏପ୍ରିଲ ୨ ତାରିଖ ଯାଏଁ ରହିବ। ତେବେ ଏହି ଚାରୋଟି ଆସନ ପାଇଁ ଶାସକ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ଥିବାବେଳେ ବିରୋଧୀ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲରୁ ବିରତ ରହିପାରନ୍ତି ବୋଲି ସୂଚନା ମିଳିଛି। ତେବେ ଦଳ ପକ୍ଷରୁ କାହାକୁ ଏହି ଚାରୋଟି ଆସନ ପାଇଁ ପ୍ରାର୍ଥୀ କରାଯିବ ସେନେଇ ପ୍ରତିକ୍ରିୟା ରଖି ଦଳର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ପ୍ରାର୍ଥୀତ୍ୱ ନେଇ ଦଳର ସଭାପତି ଠିକ୍‍ ସମୟରେ ନିଷ୍ପତ୍ତି ନେବେ। ଏନେଇ ଦଳ ପକ୍ଷରୁ ସଠିକ୍‍ ସମୟରେ ସୂଚନା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର