ରକ୍ତଦାନ ମହାପୁଣ୍ୟ: ନଷ୍ଟ ହେବା ପରେ ବି କାମରେ ଲାଗୁଛି, ପ୍ରସ୍ତୁତ ହେଉଛି ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ

The Sakala Picture
Published On

ଭୁବନେଶ୍ୱର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ […]

ଭୁବନେଶ୍ୱର: କଥାରେ ଅଛି ରକ୍ତଦାନ ମହାପୂଣ୍ୟ। ରକ୍ତ ଦେଇ କାହାର ମୂଲ୍ୟବାନ୍‍ ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। ଏହି ରକ୍ତ ନା କେବଳ ରୋଗୀ ଶରୀରରେ ପ୍ରବେଶ କରି ତାଙ୍କ ଜୀବନ ରକ୍ଷା କରୁ ନାହିଁ ବରଂ ଏହାର ବିଭିନ୍ନ ଉପାଦାନ ମଧ୍ୟ ଲୋକଙ୍କୁ ଦୂରାରୋଗ୍ୟ ବ୍ୟାଧିରୁ ରକ୍ଷା କରୁଛି। ଏପରିକି ନଷ୍ଟ ହୋଇଯାଇ ଥିବା ରକ୍ତରୁ ମଧ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଉ ଥିବା ବେଳେ ଏହାର ସିଂହଭାଗ ରକ୍ତ ସିଧାସଳଖ ବ୍ୟବହାର ହେଉଛି। ତେବେ ବଳକା ରକ୍ତ, ପ୍ଲାଜ୍‍ମା ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଛି। ପୂର୍ବରୁ ଏହାକୁ ନଷ୍ଟ କରିଦିଆଯାଉଥିଲା, କିନ୍ତୁ କୋଭିଡ୍‍ ମହାମାରୀ ପରେ ବ୍ଲଡ୍‍ ବ୍ୟାଙ୍କ ପକ୍ଷରୁ ଏହାକୁ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଦିଆଯାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକ୍ରି ଅର୍ଥ ସମ୍ପୃକ୍ତ ରକ୍ତ ଭଣ୍ଡାରର ବିକାଶ ପାଇଁ ବ୍ୟୟ କରାଯାଉଛି। ଏହି ଅର୍ଥ ରକ୍ତ ଭଣ୍ଡାର ଉପରେ ନିର୍ଭର କରୁଥିବା ରୋଗୀଙ୍କ କଲ୍ୟାଣ ଦିଗରେ ବ୍ୟୟ କରାଯାଉଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ରକ୍ତ ଭଣ୍ଡାର ରହିଥିବା ବେଳେ ବାର୍ଷିକ ପ୍ରାୟ ୫ ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥାଏ। ଗତ ବର୍ଷ ୪୯୪୨ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଏବଂ ୨୬୦୫୮୧ ଆଉଟ୍‍ଡୋର କ୍ୟାମ୍ପ୍‍ ଜରିଆରେ ସମୁଦାୟ ୪୮୬୪୮୧ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା। ସଂଗୃହୀତ ରକ୍ତକୁ ବ୍ୟବହାର ଅନୁସାରେ ଭିନ୍ନ ଭିନ୍ନ ତାପମାତ୍ରାରେ ସଂରକ୍ଷିତ ରଖାଯାଇଥାଏ। ତେବେ ୩୫ ଦିନ ପରେ ରକ୍ତ ଆଉ ବ୍ୟବହାରଯୋଗ୍ୟ ହୋଇନଥାଏ। ରାଜ୍ୟରେ ସଂଗ୍ରହ କରାଯାଉ ଥିବା ସମୁଦାୟ ୟୁନିଟ୍‍ରୁ ପ୍ରାୟ ୧ ପ୍ରତିଶତର ଜୀବନକାଳ ଶେଷ ହୋଇଯାଇଥାଏ। ରକ୍ତ ସଂଗ୍ରହ ପରେ ସେଥିରେ ଏଚ୍‍ଆଇଭି, ହେପାଟାଇଟିସ୍‍ ବି ଓ ସି, ଏଚ୍‍ଟିଏଲ୍‍ଭି, ୱେଷ୍ଟ ନାଇଲ୍‍ ଭାଇରସ୍‍ ଆଦି ଯାଞ୍ଚ କରାଯାଇଥାଏ। ସଂଗୃହିତ ରକ୍ତରେ ଏହି ରୋଗ ଜୀବାଣୁ ଚିହ୍ନଟ ହେଲେ ତାହା କୌଣସି ରୋଗୀଙ୍କୁ ଦିଆଯାଇ ପାରିବ ନାହିଁ। ପୂର୍ବରୁ ଏହାକୁ ବୈଜ୍ଞାନିକ ପଦ୍ଧତ୍ତିରେ ନଷ୍ଟ କରିଦିଆଯାଉ ଥିଲା। ତେବେ ସମ୍ପ୍ରତି ଏଥିରୁ ଫାର୍ମା କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ଉପାଦାୟ ବାହାର କରି ସେଥିରୁ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରୁଛନ୍ତି। ଅପରପକ୍ଷେ ପ୍ରତ୍ୟେକ ବ୍ଲଡ୍‍ ବ୍ୟାଙ୍କରେ ରକ୍ତରୁ ପ୍ଲାଜ୍‍ମା ସଂଗ୍ରହ କରାଯାଇଥାଏ। ଗୋଟିଏ ୟୁନିଟ୍‍ ରକ୍ତରୁ ପ୍ଳାଜ୍‍ମା ସମେତ ପ୍ଲେଟ୍‍ଲେଟ୍‍ ଓ ପିଆରଭିସି ବାହାର କରାଯାଏ। ଏଗୁଡ଼ିକ କର୍କଟ, ଡେଙ୍ଗୁ, କୋଭିଡ୍‍ ଆଦି ରୋଗୀଙ୍କୁ ଦିଆଯାଏ। ତେବେ ଅନେକ ସମୟରେ ଏହି ପ୍ଲାଜ୍‍ମା ରୋଗୀଙ୍କ କାମରେ ଆସିନଥାଏ। ପୂର୍ବରୁ ଏହାକୁ ନଷ୍ଟ କରି ଦିଆଯାଉଥିଲା।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

ତେବେ କେନ୍ଦ୍ର ସରକାର ନୂଆ ଗାଇଡ୍‍ଲାଇନ୍‍ ଆଣିବା ପରେ ସେଗୁଡ଼ିକୁ ଟେଣ୍ଡର ମାଧ୍ୟମରେ ଔଷଧ ପ୍ରସ୍ତୁତକାରୀ କମ୍ପାନୀକୁ ଯୋଗାଇ ଦିଆଯାଉଛି ଏବଂ କେନ୍ଦ୍ର ସରକାର ସମ୍ପୃକ୍ତ ରକ୍ତ ଭଣ୍ଡାରକୁ ପ୍ରତିବଦଳରେ ଅର୍ଥ ପ୍ରଦାନ କରୁଛନ୍ତି। ଅବ୍ୟବହୃତ ପ୍ଲାଜ୍‍ମା ସରକାରୀ ନିର୍ଦ୍ଧାରିତ ଦରରେ ଅନୁମତିପ୍ରାପ୍ତ କମ୍ପାନୀକୁ ଯୋଗାଇ ଦିଆଯାଉଛି। ପ୍ଲାଜ୍‍ମାରୁ ଆଲବୁମିନ୍‍, ଫାକ୍ଟର ୮-, ଫାକ୍ଟର-୯ ପ୍ରସ୍ତୁତ କରାଯାଉଛି। ପ୍ଲାଜ୍‍ମା ପ୍ରତିବଦଳରେ ୟୁନିଟ୍‍ ପିଛା ରକ୍ତ ଭଣ୍ଡାରକୁ ୧୬୦୦ ଟଙ୍କା ମିଳୁଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର