‘୫-ଟି’ ଉପକ୍ରମ: ପ୍ରଥମ ସମୟାନୁବର୍ତ୍ତିତା ଅବଧି ମଧ୍ୟରେ ବିତ୍ତୀୟ ପରିଚାଳନା ଲକ୍ଷ୍ୟ

The Sakala Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଉପକ୍ରମର ଅନ୍ୟତମ ମୁଖ୍ୟ ଉପାଦାନ ହେଉଛି- ଟାଇମ୍‍ (ସମୟ)। ଧାର୍ଯ୍ୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ ପ୍ରାଥମିକତା ଦିଆଯାଉଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ନ ସରିଲେ, ବ୍ୟୟଭାର ବୃଦ୍ଧି ପାଉଥିବାରୁ ପ୍ରକଳ୍ପ ସମୀକ୍ଷା ସମୟରେ ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ଅର୍ଥ ବିଭାଗପକ୍ଷରୁ ନିକଟରେ ପ୍ରମୁଖ ବିଭାଗ ଗୁଡ଼ିକୁ ଅବଗତ କରାଯିବା ସହ ନିର୍ଦ୍ଧାରିତ ସମୟରେ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି […]

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-ଟି ଉପକ୍ରମର ଅନ୍ୟତମ ମୁଖ୍ୟ ଉପାଦାନ ହେଉଛି- ଟାଇମ୍‍ (ସମୟ)। ଧାର୍ଯ୍ୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବାକୁ ପ୍ରାଥମିକତା ଦିଆଯାଉଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟ ନ ସରିଲେ, ବ୍ୟୟଭାର ବୃଦ୍ଧି ପାଉଥିବାରୁ ପ୍ରକଳ୍ପ ସମୀକ୍ଷା ସମୟରେ ସମୟାନୁବର୍ତ୍ତିତାକୁ ପ୍ରାଥମିକତା ଦିଆଯାଉଛି। ଏହି କ୍ରମରେ ଅର୍ଥ ବିଭାଗପକ୍ଷରୁ ନିକଟରେ ପ୍ରମୁଖ ବିଭାଗ ଗୁଡ଼ିକୁ ଅବଗତ କରାଯିବା ସହ ନିର୍ଦ୍ଧାରିତ ସମୟରେ ବଜେଟ୍‍ ଅର୍ଥ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ତ୍ରୈମାସିକ ଖର୍ଚ୍ଚ ଆବଣ୍ଟନ (କ୍ୟୁଇଏ) ଏବଂ ମାସିକ ଖର୍ଚ୍ଚ ଯୋଜନା (ଏମଇପି) ଦ୍ୱାରା ସମସ୍ତ ବ୍ୟୟ ପ୍ରକ୍ରିୟାର ଟାଇମ୍‍ ଅଡିଟ୍‍ କରାଯିବ। ଏଣିକି ପ୍ରତି ବିଭାଗ ଏମ୍‍ଇପି ପ୍ରସ୍ତୁତ କରିବେ। ଏହାକୁ କ୍ୟୁଇଏ ପଦ୍ଧତିରେ ପ୍ରସ୍ତୁତ କରିବେ। ଏହାକୁ ପ୍ରସ୍ତୁତ କରିବା ନେଇ ଅର୍ଥ ବିଭାଗ ଅନଲାଇନ୍‍ ତଥା ଡିଜିଟାଲ ପଦ୍ଧତିରେ ଏକ ମାଧ୍ୟମ ଯୋଗାଇ ଦେବେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ନିୟମିତ ବ୍ୟବଧାନରେ ବିଭାଗ ଗୁଡ଼ିକ ନିଜ ନିଜର ଅଗ୍ରଗତି ଏବଂ ଫିଡ୍‍ବ୍ୟାକ୍‍ ଏଥିରେ ଅପଲୋଡ କରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଉପରୋକ୍ତ ୨ଟି ପଦ୍ଧତି ଆସନ୍ତା ଜୁଲାଇ ମାସ ଯାଏଁ ଟାଇମ୍‍ ଅଡିଟ୍‍ କରାଯିବ। କାରଣ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ନିକଟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ୧,୦୬,୪୯୮ କୋଟି ଟଙ୍କାର ବଜେଟ ଆଗତ କରିଥିଲେ ଓ ଏହାକୁ ଅନୁମୋଦନ ମିଳିସାରିଛି। ଅବଶିଷ୍ଟ ୮ ମାସ ପାଇଁ ଅବଶିଷ୍ଟ ପ୍ରାୟ ୯୪ ହଜାର କୋଟି ଟଙ୍କା ବ୍ୟୟ ହେବ। ବଜେଟ ଯେପରି ବଳକା ରହିବ ନାହିଁ; ତାହାକୁ ନେଇ ବିଭାଗ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରିବ। କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସମୟ ଅନୁଯାୟୀ ବିତ୍ତୀୟ ପରିଚାଳନାକୁ ଗୁରୁତ୍ୱ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଆର୍ଥିକ ବର୍ଷର ଶେଷ ତ୍ରୈମାସିକରେ ଖର୍ଚ୍ଚ ହ୍ରାସ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାପକ ବ୍ୟୟକୁ ପ୍ରାଥମିକତା ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏହି ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ପୂର୍ବରୁ ମଧ୍ୟ ରାଜ୍ୟ ସରକାର ପରୀକ୍ଷଣ କରିସାରିଛନ୍ତି। ୨୦୧୦-୧୧ ଆର୍ଥିକ ବର୍ଷରେ ଏହି ବ୍ୟବସ୍ଥା ୧୦ଟି ବିଭାଗୀୟ ଲେଖାନୁଦାନକୁ ନେଇ କାର୍ଯ୍ୟକାରୀ ହୋଇଥିଲା। ଏହାର ପରବର୍ଷ ଅର୍ଥାତ ୨୦୧୧-୧୨ରୁ ୨୦୧୭-୧୮ ଆଉ ୧୦ଟି ବିଭାଗ ଯୋଡି ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ପୂର୍ବର ସମସ୍ତ ବିଭାଗକୁ ମଧ୍ୟ ଏହି ଆର୍ଥିକ ପରିଚାଳନା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ବିଭାଗ ଗୁଡ଼ିକ ହେଉଛି- ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ, ଏମଏସଏମଇ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, କୃଷି ଓ କୃଷକ ସଶକ୍ତୀକରଣ, ଏସଟିଏସସି ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଶିଳ୍ପ ଏବଂ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ପ୍ରଥମ ତ୍ରୈମାସିକ କ୍ୟୁଇଏ ଏବଂ ଜୁଲାଇ ମାସର ଏମଇପିକୁ ଅର୍ଥ ବିଭାଗର ଅନୁମତି ବିନା ପରିବର୍ତ୍ତନ କରାଯାଇପାରିବ ନାହିଁ। ସେହିପରି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାରେ ଭାରତ ସରକାରଙ୍କ ପକ୍ଷରୁ ଯେତିକି ଅଂଶଧନ ଯୋଗାଇ ଦିଆଯିବ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ତହବିଲରୁ ଅର୍ଥ ଖର୍ଚ୍ଚ କରାଯିବ। କେତେକ ବିଭାଗରେ କେନ୍ଦ୍ରୀୟ ଅନୁଦାନ ପ୍ରଥମ ତ୍ରୈମାସିକରେ ଉତ୍ସାହଜନକ ନ ଥିବା ଜଣାପଡ଼ିଛି। ତେଣୁ କରି ଯୋଜନାକୁ ଜାରି ରଖିବା ପାଇଁ ପ୍ରଶାସନିକ ବିଭାଗ ସେହି ଯୋଜନା ପାଇଁ ରଖାଯାଇଥିବା ଅର୍ଥର ୫୦% ଖର୍ଚ୍ଚ କରିପାରିବେ। ଏହା କେବଳ ଗତ ଏପ୍ରିଲରୁ ଆସନ୍ତା ଜୁଲାଇ ଯାଏଁ କାର୍ଯ୍ୟକାରୀ ହେବ। ପରବର୍ତ୍ତୀ ସମୟରେ ଯୋଜନା ଜାରି ରଖିବା ପାଇଁ ଦରମା ବାବଦ ବ୍ୟୟବରାଦର ୫୦% ଖର୍ଚ୍ଚ କରିପାରିବେ, ମାତ୍ର ଏହା ଆସନ୍ତା ଜୁଲାଇ ଯାଏଁ ଜାରି ରହିବ। ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଅନୁଦାନ ଏବଂ ବିତ୍ତୀୟ ସ୍ଥିତି ଦେଖି ପଦକ୍ଷେପ ଗ୍ରହଣ କରାଯିବ।

14 May 2022 By The Sakala

https://www.thesakala.in/latest-odisha-news/5t-program-financial-management-goals-during-the-first-period-of-time/article-11561
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର