ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା : ବିବାଦ ବଢ଼ାଉଛି ଏଏସ୍‍ଆଇ

The Sakala Picture
Published On

ଭୁବନେଶ୍ୱର : ସଂସ୍କୃତି, ଆସ୍ଥା ଓ ଭାବର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିବା ‘ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ’କୁ ଅଧିକ ଗତିଶୀଳ କରିବା ନେଇ ପଥ ପରିଷ୍କାର ହୋଇଛି। ପ୍ରକଳ୍ପ କାର୍ଯ୍ୟ ନେଇ ଏଏସ୍‍ଆଇ ପକ୍ଷରୁ ବିଭିନ୍ନ ସମୟରେ ଉଠାଯାଇଥିବା ଆଇନଗତ ବିବାଦ ଓଡ଼ିଶା ହାଇକୋର୍ଟଙ୍କ ଅନୁକୂଳ ଅନୁଶୀଳନ ଓ ନିର୍ଦ୍ଦେଶ ପରେ ଅର୍ଥହୀନ ହୋଇପଡ଼ିଛି। ଏପରିକି ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଦିଆ ନ ଯିବା ପ୍ରକଳ୍ପ କାର୍ଯ୍ୟ ଉଚିତ୍‍ […]

ଭୁବନେଶ୍ୱର : ସଂସ୍କୃତି, ଆସ୍ଥା ଓ ଭାବର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିବା ‘ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ’କୁ ଅଧିକ ଗତିଶୀଳ କରିବା ନେଇ ପଥ ପରିଷ୍କାର ହୋଇଛି। ପ୍ରକଳ୍ପ କାର୍ଯ୍ୟ ନେଇ ଏଏସ୍‍ଆଇ ପକ୍ଷରୁ ବିଭିନ୍ନ ସମୟରେ ଉଠାଯାଇଥିବା ଆଇନଗତ ବିବାଦ ଓଡ଼ିଶା ହାଇକୋର୍ଟଙ୍କ ଅନୁକୂଳ ଅନୁଶୀଳନ ଓ ନିର୍ଦ୍ଦେଶ ପରେ ଅର୍ଥହୀନ ହୋଇପଡ଼ିଛି। ଏପରିକି ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟଙ୍କ ପକ୍ଷରୁ ରହିତାଦେଶ ଦିଆ ନ ଯିବା ପ୍ରକଳ୍ପ କାର୍ଯ୍ୟ ଉଚିତ୍‍ ମାର୍ଗରେ ଯାଉଥିବା ସୂଚାଉଛି। ଅନ୍ୟପକ୍ଷରେ ବିନାଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲିବା ସହ ଏଏସ୍‍ଆଇକୁ ଅନ୍ଧାରରେ ରଖାଯାଉଥିବା ନେଇ ପ୍ରକଳ୍ପବିରୋଧୀଙ୍କ ଅଭିଯୋଗ ହାଇକୋର୍ଟରେ ଏଏସ୍‍ଆଇର ସତ୍ୟପାଠ ପରେ ଭିତ୍ତିହୀନ ହୋଇପଡ଼ିଛି।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଏସବୁ ବିଷୟରେ ଯଥେଷ୍ଟ ଅବଗତ ଥାଇ ବି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ଆଞ୍ଚଳିକ ପ୍ରମୁଖ ବିଭିନ୍ନ ଆଳ ଦେଖାଇ ବାରମ୍ବାର ଏହି ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି କରିବାକୁ ଅପଚେଷ୍ଟା କରିଆସୁଛନ୍ତି। ଏପରିକି ଶ୍ରୀକ୍ଷେତ୍ରର ଶ୍ରୀବୃଦ୍ଧି ସହ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ସର୍ବୋତ୍ତମ ସୁବିଧାସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଯୋଜନା ଓ ପଦକ୍ଷେପକୁ ସୁପ୍ରିମକୋର୍ଟ ପ୍ରଶଂସା କରିଛନ୍ତି। ଏଥିସହିତ ଭକ୍ତଙ୍କ ପାଇଁ ହେଉଥିବା ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ଶ୍ରୀକ୍ଷେତ୍ର ଧାମର ଉନ୍ନତିକରଣ ଓ ବିକାଶ କାର୍ଯ୍ୟରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ପୁରାତନ କୀର୍ତ୍ତିରାଜି ଭଳି ନବନିର୍ମାଣର ରକ୍ଷଣାବେକ୍ଷଣକୁ ସୁନିଶ୍ଚିତ କରିବା ପାଇଁ ମଧ୍ୟ ଏଏସ୍‍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସତ୍ତ୍ବେ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ଦେଖାଦେଇଥିବା ବିବାଦ ଓ ଏଏସ୍‍ଆଇର ଭୂମିକା ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାର ପରିପନ୍ଥୀ ସାଜିଛି।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଗତ ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କରକମଳରେ ପ୍ରକଳ୍ପର ଭିତ୍ତି ପଡ଼ିଥିଲା। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ସମସ୍ତ ବିଧିବ୍ୟବସ୍ଥାକୁ ଅନୁଧ୍ୟାନ ଓ ଅନୁଶୀଳନ କରି ଆବଶ୍ୟକ ପଦକ୍ଷେପମାନ ନେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୧ ଏପ୍ରିଲ ୧୨ ତାରିଖରେ ଏଏସ୍‍ଆଇ ପ୍ରକଳ୍ପ ସମ୍ପର୍କରେ ଅବଗତ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୧ ମେ ୪ ତାରିଖରେ ମଧ୍ୟ କାର୍ଯ୍ୟ ଆରମ୍ଭ ପାଇଁ ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ ବା ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି(ଏନ୍‍ଏମ୍‍ଏ)ଙ୍କ ଅନୁମତି ଲାଭ ସକାଶେ ପ୍ରକଳ୍ପ ସ୍ଥାନ ପରିଦର୍ଶନ ପାଇଁ ରାଜ୍ୟ ସରକାର ଏଏସ୍‍ଆଇକୁ ପତ୍ର ମାଧ୍ୟରେ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏଏସ୍‍ଆଇର ଆଞ୍ଚଳିକ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଏକ କମିଟି ଗଠନ କରି ପ୍ରକଳ୍ପ ସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ନୂଆଦିଲ୍ଲୀସ୍ଥିତ ଏଏସ୍‍ଆଇ ମହାନିର୍ଦ୍ଦେଶକଙ୍କୁ ୨୦୨୧ ଜୁନ୍‍ ୩ ତାରିଖରେ ଅବଗତ କରାଇଥିଲେ। ରାଜ୍ୟ କ୍ୟାବିନେଟର ଅନୁମୋଦନ କ୍ରମେ ଓବିସିସି ତରଫରୁ ଟାଟା ପ୍ରୋଜେକ୍ଟ ଲିମିଟେଡ୍ସ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବା ନେଇ ଓବିସିସି ଏଏସ୍‍ଆଇକୁ୨୦୨୧ ଅଗଷ୍ଟ ୨୧ ତାରିଖରେ ଅବଗତ କରାଇଥିଲା। ଏଏସ୍‍ଆଇର କ୍ଷେତ୍ର ଅନୁଧ୍ୟାନ ରିପୋର୍ଟ ପରେ ପ୍ରକଳ୍ପ କାର୍ଯ୍ୟ ନେଇ ରାଜ୍ୟ ସରକାରଙ୍କୁ ଏନଏମ୍‍ଏ ୨୦୨୧ ସେପ୍‍ଟେମ୍ବର ୪ ତାରିଖରେ ଆପତ୍ତିରହିତ ଅନୁମତି ପ୍ରଦାନ କରିଥିଲେ। ଏନଏମ୍‍ଏର ଅନୁମତି ଆଧାରରେ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାବେଳେ ୬ ମାସ ଧରି ଏଏସ୍‍ଆଇ ଏବାବଦରେ ନିରବ ରହିଥିଲା।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଏହାପରେ ୨୦୨୨ ଫେବୃଆରୀ ୫ ତାରିଖରେ ଏଏସ୍‍ଆଇ ପକ୍ଷରୁ ପୁଣି ପ୍ରକଳ୍ପ କାର୍ଯ୍ୟ ଉପରେ ଆପତ୍ତି ଉଠାଯାଇ ଅନୁମତି ପତ୍ର ଓ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ତଥ୍ୟ ମଗାଯିବା ସହ ନିଷିଦ୍ଧାଞ୍ଚଳରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ନେଇ ଆପତ୍ତି ଉଠାଇଥିଲା। ଅନ୍ୟପକ୍ଷରେ ଏଏସ୍‍ଆଇ ମହାନିର୍ଦ୍ଦେଶକ ଭି. ବିଦ୍ୟାବତୀ ଗତ ଫେବୃଆରୀ ପୁରୀ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ପରିଦର୍ଶନ ବିବରଣୀରେ ୨୨ ତାରିଖରେ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସନ୍ତୋଷଜନକ ଟିପ୍ପଣୀ ଉଲ୍ଲେଖ କରିବା ସହ ପ୍ରକଳ୍ପ କାର୍ଯ୍ୟ ଆଗେଇନେବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ଏଥିସହିତ ଆଇନଗତ ବିବାଦକୁ ଏଡ଼ାଇବା ପାଇଁ ସ୍ଥାନୀୟ ଏଏସ୍‍ଆଇ ଅଧିକାରୀଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ପ୍ରକଳ୍ପ ଅଧିକାରୀମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପ୍ରସ୍ତାବିତ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ନିୟନ୍ତ୍ରିତ ଅଞ୍ଚଳ(ରେଗୁଲେଟେଡ୍‍ ଏରିଆ)ରେ ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇ କାର୍ଯ୍ୟ ଚାଲିଛି।

ଗସ୍ତ ସମୟରେ ଏଏସ୍‍ଆଇ ନିର୍ଦ୍ଦେଶକ ଭି. ବିଦ୍ୟାବତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ ଏହା ଏକ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଇଛନ୍ତି। ଏଣୁ ପ୍ରକଳ୍ପ ନେଇ କୌଣସି ସମସ୍ୟା ଦେଖାଦେଲେ, ତାହା ଆପୋଷ ବୁଝାମଣା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ସମାଧାନ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଏଏସ୍‍ଆଇ ସହିତ ପ୍ରତି ପଦକ୍ଷେପରେ ସହଯୋଗ ଭିତ୍ତିରେ ନିର୍ମାଣ କାର୍ଯ୍ୟ ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଧିବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର ଓ ଏଏସ୍‍ଆଇ ମଧ୍ୟରେ ହୋଇଥିବା ପତ୍ରବିନିମୟରୁ ପ୍ରକ୍ରିୟାର ସ୍ୱଚ୍ଛତା ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟରେ ଏଏସ୍‍ଆଇର ଅନୁମତିକୁ ନେଇ ବିଜେପିର ସାଂସଦ, ରାଷ୍ଟ୍ରୀୟ ପ୍ରବକ୍ତା ଓ ଅନ୍ୟ ନେତୃତ୍ୱ ସର୍ବସାଧାରଣରେ କରୁଥିବା ଅଭିଯୋଗ ଓ ଟିପ୍ପଣୀ ଜନମାନସକୁ ଭ୍ରମିତ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

11 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର