ଓଡ଼ିଶା ଉପରେ କମ୍ ରହିବ ବାତ୍ଯା ‘ଅସାନି’ର ପ୍ରଭାବ- ଏସଆରସି

The Sakala Picture
Published On

ନୂଆଦିଲ୍ଲୀ: ବାତ୍ଯା ‘ ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚାନା ଦେଇଛନ୍ତି। କାକିନଡାଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅସାନି। ଗତକାଲି ଆକଳନଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ହୋଇଛି। କାକିନଡ଼ା ପାଖାପାଖି ଲ୍ଯାଣ୍ଡଫଲର କରିପାରେ ଅସାନି। ସ୍ଥଳଭାଗ ଛୁଇଁଛୁଇଁ ସମୁଦ୍ରକୁ ଯିବ ବାତ୍ଯା ଅସାନି । ସ୍ଥଳଭାଗକୁ ସମୁଦ୍ରକୁ ଯିବା ଭିତରେ ବାତ୍ଯା ଦୁର୍ବଳ ହୋଇଯାଇଥିବା ବାତ୍ୟା ୧୨ ତାରିଖ ସନ୍ଧ୍ଯା ପୂର୍ବରୁ ଓଡ଼ିଶା ଉପକୂଳ ଯାଏ ଆସିନଥିବ। ବାତ୍ଯା ପ୍ରଭାବରେ […]

ନୂଆଦିଲ୍ଲୀ: ବାତ୍ଯା ‘ ଅସାନି’ ନେଇ ଏସଆରସି ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚାନା ଦେଇଛନ୍ତି। କାକିନଡାଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅସାନି। ଗତକାଲି ଆକଳନଠାରୁ ଆଜି ଭିତରେ ଅନେକ ପରିବର୍ତ୍ତନ ହୋଇଛି। କାକିନଡ଼ା ପାଖାପାଖି ଲ୍ଯାଣ୍ଡଫଲର କରିପାରେ ଅସାନି। ସ୍ଥଳଭାଗ ଛୁଇଁଛୁଇଁ ସମୁଦ୍ରକୁ ଯିବ ବାତ୍ଯା ଅସାନି । ସ୍ଥଳଭାଗକୁ ସମୁଦ୍ରକୁ ଯିବା ଭିତରେ ବାତ୍ଯା ଦୁର୍ବଳ ହୋଇଯାଇଥିବା ବାତ୍ୟା ୧୨ ତାରିଖ ସନ୍ଧ୍ଯା ପୂର୍ବରୁ ଓଡ଼ିଶା ଉପକୂଳ ଯାଏ ଆସିନଥିବ। ବାତ୍ଯା ପ୍ରଭାବରେ ମାଲକାନାଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ଆସନ୍ତାକାଲି ବର୍ଷା ହେବାର ସମ୍ଭାବନା ରହିଛି। ୧୩ ତାରିଖ ଯାଏ ଉପକୂଳ ଓଡ଼ିଶା ପୁରୀ ଖୋର୍ଦ୍ଧା, ଜଗତସିଂହପୁର, କଟକ ଭଦ୍ରକରେ ବର୍ଷା ହେବ । ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ଯ ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ମାଲକାନଗିରିକୁ ୬ଟି ଓଡ୍ରାଫ ଓ ୧୩ଟି ଫାୟାର ସର୍ଭିସି ଟିମ , କୋରାପୁଟକୁ ୬ଟି ଓଡ୍ରାଫ ୧୨ଟି ଫାୟାର ସର୍ଭିସି ଟିମ , ଗଞ୍ଜାମକୁ ୬ଟି ଓଡ୍ରାଫ ଓ ୩୦ ଟି ଫାୟାର ସର୍ଭିସି ଟିମ , ଗଜପତିକୁ ୩ ଓଡ୍ରାଫ ଓ ୧୦ ଟି ଫାୟାର ସର୍ଭିସି ଟିମ , ରାୟଗଡାକୁ ୩ ଓଡ୍ରାଫ ଓ ୮ ଫାୟାର ସର୍ଭିସି ଟିମ ମୁତୟନ ହୋଇଛନ୍ତି। ମୋଟ ୬୦ଟି ଓଡ୍ରାଫ, ୧୩୨ଟି ଫାୟାର ସର୍ଭିସି ଟିମକୁ ବିଭିନ୍ନ ଜିଲ୍ଲାରେ ମୁତୟନ କରାଯାଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ସମୁଦ୍ରକୁ ନ ଯିବାକୁ ମତ୍ସ୍ଯଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅମାନିଆ ହେଲେ ସମୁଦ୍ରକୁ ଗଲେ ୨ଧାରାରେ କାର୍ଯ୍ୟାନୁଷ୍ଠାନ ହେବ। ସରକାରଙ୍କ ନିର୍ଦେଶ ନମାନିଲେ ଭାରତୀୟ ବିପର୍ଯ୍ଯୟ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଓଡ଼ିଶା ଉପରେ ବାତ୍ଯା ଅସାନିର ପ୍ରଭାବ କମ ରହିବ ବୋଲି ଏସଆରସି  କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର