ଚିଲିକାରେ ଡଙ୍ଗା ବୁଡି ଘଟଣା, ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

The Sakala Picture
Published On

ବାଲୁଗାଁ: ଗୁରୁବାର ଅପରାହ୍ନରେ ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଦୀର୍ଘ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି। ରାତିରେ ସ୍ଥାନୀୟ ବୋଟ ଆସୋସିଏସନ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଖୋଜାଖୋଜି କରି ବିଫଳ ହୋଇ ଭୋର ସମୟରେ ଫେରିଥିଲେ। ପୁନର୍ବାର ଶୁକ୍ରବାର ସକାଳୁ ଭାରତୀୟ ନୌସେନା, ଚିଲିକା, ଓଟିଡିସି, ବାଲୁଗାଁ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିଖୋଜ ହେବାର ୧୮ […]

ବାଲୁଗାଁ: ଗୁରୁବାର ଅପରାହ୍ନରେ ଚିଲିକାରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଦୀର୍ଘ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି। ରାତିରେ ସ୍ଥାନୀୟ ବୋଟ ଆସୋସିଏସନ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଖୋଜାଖୋଜି କରି ବିଫଳ ହୋଇ ଭୋର ସମୟରେ ଫେରିଥିଲେ। ପୁନର୍ବାର ଶୁକ୍ରବାର ସକାଳୁ ଭାରତୀୟ ନୌସେନା, ଚିଲିକା, ଓଟିଡିସି, ବାଲୁଗାଁ ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ମିଳିତ ଭାବେ ଚିଲିକାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ନିଖୋଜ ହେବାର ୧୮ ଘଣ୍ଟା ପରେ ନିଖୋଜ ବ୍ୟକ୍ତିଙ୍କ ପତ୍ତା ମିଳିଛି। ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ (୬୦)।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଚିଲିକାର ନାଭାଲ ବେସ ନିକଟସ୍ଥ ଖାରିବନ୍ଧ ଠାରେ ଭାସମାନ ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଶରୀରକୁ ଠାବ କରାଯାଇଥିଲା। ଚିଲିକା ଭିତରେ ଏକାଧିକ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ମୃତ ଦେହଟି ବାଲୁଗାଁ ପୋଲିସ ଏବଂ ଓଡ୍ରାଫ ଟିମ ପ୍ରଥମେ ଠାବ କରିଥିଲା। ତେବେ ମୃତ ଦେହଟି ଘଟଣା ସ୍ଥଳରୁ ଭାସି ଭାସି ଆସି ଖାରିବନ୍ଧ ନିକଟରେ ଭାସୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ମୃତ ଶରୀରକୁ ଚିଲିକାରୁ ଉଦ୍ଧାର କରାଯାଇ ପଞ୍ଚନାମା ହେବା ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି ବୋଲି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର