ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ : ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି

The Sakala Picture
Published On

ଭୁବନେଶ୍ବର : ବାତ୍ୟା ହେବ କି ନାହିଁ । ଯଦି ହେଲା ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏଁ ସ୍କଷ୍ଟ ହୋଇନାହିଁ। ଏଣୁ ଆଗୁଆ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ସମ୍ଭାବ୍ୟ ବାତ୍ୟା ନେଇ ଆଜି ବିଭିନ୍ନ ବିଭାଗ ସହ ବୈଠକରେ ପରେ ସନ୍ଧ୍ୟାରେ ପ୍ରେସମିଟ୍‌ କରି ରାଜ୍ୟବାସୀଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି। ଏସଆରସି ପ୍ରଦୀପ କୁମାର ଜେନା […]

ଭୁବନେଶ୍ବର : ବାତ୍ୟା ହେବ କି ନାହିଁ । ଯଦି ହେଲା ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏଁ ସ୍କଷ୍ଟ ହୋଇନାହିଁ। ଏଣୁ ଆଗୁଆ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ସମ୍ଭାବ୍ୟ ବାତ୍ୟା ନେଇ ଆଜି ବିଭିନ୍ନ ବିଭାଗ ସହ ବୈଠକରେ ପରେ ସନ୍ଧ୍ୟାରେ ପ୍ରେସମିଟ୍‌ କରି ରାଜ୍ୟବାସୀଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଆଇଏମ୍‌ଡି ସୂଚନାଅନୁସାରେ  ଗତ କାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା କାଲି ଅପରାହ୍ନରେ ଲଘୁଚାପର ରୂପ ନେବ। ଏହାପରେ ହିଁ ଜଣାପଡିବ ଏହା ବାତ୍ୟାର ରୂପ ନେବ କି ନାହିଁ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଏସଆରସି କହିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ସଠିକ୍‌ ସୂଚନା ପ୍ରଦାନ କରିବା ନେଇ ସେ କହିଛନ୍ତି । ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ କାଲି ଜଣାପଡ଼ିବ । ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲେଶଚନା କରାଯାଇ ଆର୍ଲଟ କରାଯାଇଛି। ଯଦି ବାତ୍ୟା ହୁଏ ତେବେ ୧୭ଟି ଏନ୍‌ଡିଆର୍‌ଏଫ୍‌, ୨୦ଟି ଓଡ୍ରାଫ ଟିମ ଓ ୧୭୫ ଟି ଫାୟାର ସର୍ଭିସ ଟିମକୁ ଡିପ୍ଲୋଏ କରିବୁ। ୨୦ଟି ଓଡ୍ରାଫ ଟିମକୁ ଆବଶ୍ୟକ ପଡ଼ିଲେ ୬୦ଟି ଟିମରେ ଜନଭର୍ଟ କରିବୁ । ଆହୁରି ଅଧିକ ଦରକାର ହେଲେ ଏନ୍‌ଡିଆର୍‌ଏଫ୍‌ ଆମକୁ ଅଧିକ ସହାୟତ କରିବେ ବୋଲି କହିଛନ୍ତି ଏସଆରସି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଅନ୍ୟପଟେ ଆଜି ଶକ୍ତି ବିଭାଗ, ନଗର ଉନ୍ନୟନ ବିଭାଗ, ପଂଚାୟତ ବିଭାଗର ପ୍ରମୁଖ ସଚିବଙ୍କ ସହ କଥା ହୋଇଛୁ, ବିଜୁଳି ଓ ପିଇବା ପାଣିରେ ସମସ୍ୟା ଉପୁଜୁଲେ କେମିତି ସମାଧାନ କରି ହେବ ସେ ନେଇ ଆଲୋଚନା କରିଛୁ। ଏହାସହ ଆସନ୍ତାକାଲି ଟେଲିକମ ଅଧିକାରୀଙ୍କ ସହ କଥା ହେବୁ। ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଗଣମାଧ୍ୟମରେ ଖବର ଦେଖି ଲୋକେ ଆତଙ୍କିତ ଅଛନ୍ତି, ଗଣମାଧ୍ୟମ ଖବର ପରିବେଷଣ ବେଳେ ଆତଙ୍କିତ କରନ୍ତୁ ନାହିଁ। କିଛି ଅସାଧୁ ବ୍ୟବସାୟୀଙ୍କୁ ରେଟ ବଢ଼ାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଏଇଟା ଗୋଟିଏ ଗ୍ରୀଷ୍ମ କାଳୀନ ବାତ୍ୟା ହୋଇପାରେ। ଏଠି ବନ୍ୟା ଜନିତ ଅଧିକ ସମସ୍ୟା ହେବ ନାହିଁ। ମାର୍କେଟରେ ସବୁ ଜିନିଷ ମହଜୁଦ ଅଛି, ଅଯଥା ଜିନିଷ କିଣନ୍ତୁ ନାହିଁ। ବଜାରରେ ସବୁ ଜିନିଷ ସବୁ ସମୟରେ ମିଳିବ। ଲୋକେ ଅଧିକ ଭୟଭିତ ହୁଅନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।

ଅନ୍ୟପଟେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ସତର୍କ ରହିବାକୁ କୁହାଯାଇଛି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।

05 May 2022 By The Sakala

ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ : ଯଦି ବାତ୍ୟା ହୁଏ, ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି

ଭୁବନେଶ୍ବର : ବାତ୍ୟା ହେବ କି ନାହିଁ । ଯଦି ହେଲା ଓଡ଼ିଶା ଉପରେ ଏହାର କଣ ପ୍ରଭାବ ରହିବ ତାହା ଏଯାଏଁ ସ୍କଷ୍ଟ ହୋଇନାହିଁ। ଏଣୁ ଆଗୁଆ ଆତଙ୍କିତ ହେବାର କିଛି କାରଣ ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା। ସମ୍ଭାବ୍ୟ ବାତ୍ୟା ନେଇ ଆଜି ବିଭିନ୍ନ ବିଭାଗ ସହ ବୈଠକରେ ପରେ ସନ୍ଧ୍ୟାରେ ପ୍ରେସମିଟ୍‌ କରି ରାଜ୍ୟବାସୀଙ୍କୁ ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଦେଇଛନ୍ତି ଏସଆରସି।

ଏସଆରସି ପ୍ରଦୀପ କୁମାର ଜେନା କହିଛନ୍ତି ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଆଇଏମ୍‌ଡି ସୂଚନାଅନୁସାରେ  ଗତ କାଲି ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆସନ୍ତା କାଲି ଅପରାହ୍ନରେ ଲଘୁଚାପର ରୂପ ନେବ। ଏହାପରେ ହିଁ ଜଣାପଡିବ ଏହା ବାତ୍ୟାର ରୂପ ନେବ କି ନାହିଁ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଏସଆରସି କହିଛନ୍ତି।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପାଣିପାଗ ବିଭାଗ ସଠିକ୍‌ ସୂଚନା ପ୍ରଦାନ କରିବା ନେଇ ସେ କହିଛନ୍ତି । ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ କାଲି ଜଣାପଡ଼ିବ । ଯଦି ବାତ୍ୟା ହୁଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା କୁ ଦୃଷ୍ଟିରେ ରଖି ୧୮ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି। ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌ ଟିମ୍‌ ସହ ଆଲେଶଚନା କରାଯାଇ ଆର୍ଲଟ କରାଯାଇଛି। ଯଦି ବାତ୍ୟା ହୁଏ ତେବେ ୧୭ଟି ଏନ୍‌ଡିଆର୍‌ଏଫ୍‌, ୨୦ଟି ଓଡ୍ରାଫ ଟିମ ଓ ୧୭୫ ଟି ଫାୟାର ସର୍ଭିସ ଟିମକୁ ଡିପ୍ଲୋଏ କରିବୁ। ୨୦ଟି ଓଡ୍ରାଫ ଟିମକୁ ଆବଶ୍ୟକ ପଡ଼ିଲେ ୬୦ଟି ଟିମରେ ଜନଭର୍ଟ କରିବୁ । ଆହୁରି ଅଧିକ ଦରକାର ହେଲେ ଏନ୍‌ଡିଆର୍‌ଏଫ୍‌ ଆମକୁ ଅଧିକ ସହାୟତ କରିବେ ବୋଲି କହିଛନ୍ତି ଏସଆରସି।

ଅନ୍ୟପଟେ ଆଜି ଶକ୍ତି ବିଭାଗ, ନଗର ଉନ୍ନୟନ ବିଭାଗ, ପଂଚାୟତ ବିଭାଗର ପ୍ରମୁଖ ସଚିବଙ୍କ ସହ କଥା ହୋଇଛୁ, ବିଜୁଳି ଓ ପିଇବା ପାଣିରେ ସମସ୍ୟା ଉପୁଜୁଲେ କେମିତି ସମାଧାନ କରି ହେବ ସେ ନେଇ ଆଲୋଚନା କରିଛୁ। ଏହାସହ ଆସନ୍ତାକାଲି ଟେଲିକମ ଅଧିକାରୀଙ୍କ ସହ କଥା ହେବୁ। ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ। ଗଣମାଧ୍ୟମରେ ଖବର ଦେଖି ଲୋକେ ଆତଙ୍କିତ ଅଛନ୍ତି, ଗଣମାଧ୍ୟମ ଖବର ପରିବେଷଣ ବେଳେ ଆତଙ୍କିତ କରନ୍ତୁ ନାହିଁ। କିଛି ଅସାଧୁ ବ୍ୟବସାୟୀଙ୍କୁ ରେଟ ବଢ଼ାଉଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଏଇଟା ଗୋଟିଏ ଗ୍ରୀଷ୍ମ କାଳୀନ ବାତ୍ୟା ହୋଇପାରେ। ଏଠି ବନ୍ୟା ଜନିତ ଅଧିକ ସମସ୍ୟା ହେବ ନାହିଁ। ମାର୍କେଟରେ ସବୁ ଜିନିଷ ମହଜୁଦ ଅଛି, ଅଯଥା ଜିନିଷ କିଣନ୍ତୁ ନାହିଁ। ବଜାରରେ ସବୁ ଜିନିଷ ସବୁ ସମୟରେ ମିଳିବ। ଲୋକେ ଅଧିକ ଭୟଭିତ ହୁଅନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି।

ଅନ୍ୟପଟେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୟାଗଡ଼, କଟକ, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ସତର୍କ ରହିବାକୁ କୁହାଯାଇଛି। ଚିଠିରେ କୁହାଯାଇଛି ଯେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖ୍ ଜିଲା ଜରୁରୀ ପରିଚାଳନା କେନ୍ଦ୍ର ଓ ନିୟନ୍ତ୍ରଣ କକ୍ଷକୁ ଏବେଠାରୁ ପ୍ରସ୍ତୁତ ରଖିବାକୁ ପଡ଼ିବ। ନିୟନ୍ତ୍ରଣ କକ୍ଷରେ ଯେଭଳି ଟେଲିଫୋନ୍,ଫାକ୍ସ ପ୍ରଭୃତି ଅନ୍ୟାନ୍ୟ ସଂଯୋଗ ଠିକଣା ରହିବ ତାକୁ ଦୃଷ୍ଟି ଦେବା ସହିତ ମାନବସମ୍ବଳ ସଜାଗ ରହିବାକୁ ପଡ଼ିବ। ବାତ୍ୟା ପୂର୍ବରୁ ଲୋକେ ଯେଭଳି କଚାଘରେ ନରହିବେ ସେନେଇ ଏବେଠାରୁ ବ୍ୟବସ୍ଥା କରାଯିବା ଆବଶ୍ୟକ। ବିଶେଷକରି ଦିବ୍ୟାଙ୍ଗ’, ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭସ୍ଥଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ପଡ଼ିବ। ଆସନ୍ତା ୬ ତାରିଖ ପୂର୍ବରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଗୃହରକ୍ଷୀ ଓ ମହିଳା କନଷ୍ଟେବଳଙ୍କୁ ନେଇ ତିନୋଟି ଦଳ ଗଠନ କରିବାକୁ ହେବ। ବିଦ୍ୟାଳୟ ଓ ସରକାରୀ ସ୍ଥାନ ଚିହ୍ନଟ କରି ଏବେଠାରୁ ରଖିବାକୁ ପଡ଼ିବ। ସେଠାରେ ଲୋକେ ଆଶ୍ରୟ ନେଲେ ଠିକ୍ ରହିବ କି ନାହିଁ ତାହା ତହସିଲଦାର ଓ ବିଡିଓ ପରିଦର୍ଶନ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ । ବିଦ୍ୟୁତ୍ କାଟକୁ ଯଥାସମ୍ଭବ କମାଇବା ସହିତ ପାଣିପାଗ ବିଭାଗର ପୂର୍ବାନୁମାନ ପ୍ରତି ସଜାଗ ରହି କାର୍ଯ୍ୟ କରିବା ଲାଗି ନିର୍ଦେଶ ଦିଆଯାଇଛି ।

https://www.thesakala.in/latest-odisha-news/src-press-meet-on-probable-cyclone-state-government-is-ready-to-deal-cyclone/article-11315
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର