ସାପ କାମୁଡ଼ା ଓ ଏନେଇ ହେଉଥିବା ଧନଜୀବନହାନୀ ହ୍ରାସ ନିମନ୍ତେ ଗବେଷଣା କରିବ ଏମ୍‌ସ ଭୁବନେଶ୍ୱର

The Sakala Picture
Published On

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଉର୍ଦ୍ଧ୍ବ ମୃତ୍ୟୁ ଘଟୁଛି। ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଣୁ ରାଜ୍ୟରେ ସର୍ପ ଦଂଶନ ଏବଂ ଏନେଇ ହେଉଥିବା ଧନଜୀବନ ହାନୀକୁ ହ୍ରାସ କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି। ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ […]

ଭୁବନେଶ୍ୱର: ବର୍ଷକୁ ବର୍ଷ ରାଜ୍ୟରେ ବୃଦ୍ଧିପାଉଛି ସାପ କାମୁଡ଼ାଜନିତ ମୃତ୍ୟୁ। ଏହି କାରଣରୁ ଓଡ଼ିଶାରେ ବର୍ଷକୁ ପ୍ରାୟ ୮ଶହରୁ ଉର୍ଦ୍ଧ୍ବ ମୃତ୍ୟୁ ଘଟୁଛି। ଏପରି ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଜନସାଧାରଣଙ୍କ ଯୋଗଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଣୁ ରାଜ୍ୟରେ ସର୍ପ ଦଂଶନ ଏବଂ ଏନେଇ ହେଉଥିବା ଧନଜୀବନ ହାନୀକୁ ହ୍ରାସ କରିବା ନିମନ୍ତେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକ ଅନୁଧ୍ୟାନମୂଳକ ଗବେଷଣା ହାତକୁ ନିଆଯାଇଛି। ସାପ-ମଣିଷ ମୁକାବିଲାକୁ ହ୍ରାସ କରିବା ତଥା ଏହି ସମସ୍ୟାର ସମାଧାନ ନିମନ୍ତେ ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ପକ୍ଷରୁ ଏହି ଗବେଷଣା ଖୁବ୍‌ଶୀଘ୍ର ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ପ୍ରାୟ ୪୦୦ ପରିବାରକୁ ଏହି ଗବେଷଣାମୂଳକ ଅଧ୍ୟୟନରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଏହା ସମଗ୍ର ରାଜ୍ୟରେ କରାଯିବାକୁ ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ୱର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ଅତିରିକ୍ତ ପ୍ରଫେସର୍‌ ତଥା ଏହି ଗବେଷଣାର ମୁଖ୍ୟଅନୁସନ୍ଧାନକାରୀ ଡ. ସୁଦିପ୍ତ ରଞ୍ଜନ ସିଂ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ୧୪.୨୨ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗରେ ଯୁବା ପ୍ୟାକ୍ସର ପୂର୍ବତନ ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ସାପ କାମୁଡ଼ିବାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଅଭ୍ୟାସ (କେଏପି)କୁ ନେଇ ଏହି ଅଧ୍ୟୟନ ଆଗକୁ ବଢ଼ିବ। ଯେଉଁ ଘରୁ ସାପ ଉଦ୍ଧାର ହୋଇଛି, ଉକ୍ତ ପରିବାରର ସଦସ୍ୟଙ୍କ ମଧ୍ୟରେ ସାପ କାମୁଡ଼ିବା ପରେ ପ୍ରାଥମିକ ଚିକିତ୍ସା, ଏହାକୁ ରୋକିବା ଉପରେ ଜ୍ଞାନ, ମନୋଭାବ ଏବଂ ଏନେଇ ରହିଥିବା ପାରମ୍ପିକ ଅଭ୍ୟାସ ସମ୍ପର୍କରେ ଲୋକମାନଙ୍କ ନିକଟରୁ ତଥ୍ୟ ସଂଗ୍ରହ କରାଯିବ। ସ୍ନେକ୍‌ ହେଲ୍‌ପଲାଇନ୍‌ର ସ୍ବେଚ୍ଛାସେବୀଙ୍କ ମିଳିତ ସହଯୋଗରେ ଏହି ଗବେଷଣା ହେବ ବୋଲି ଡ. ସିଂ ସୂଚନା ଦେଇଛନ୍ତି। ଏହି ସ୍ବେଚ୍ଛାସେବୀମାନେ ସାପ ଉଦ୍ଧାର କରୁଥିବା ପରିବାରର ସଦସ୍ୟଙ୍କ ନିକଟରୁ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ। କେଉଁ କେଉଁ ପ୍ରତିଷେଧକ ନେଲେ ସାପ ଘରକୁ ପଶିପାରିବ ନାହିଁ, ଉପଯୁକ୍ତ ପ୍ରାଥମିକ ଚିକିତ୍ସା ପଦ୍ଧତି, ପ୍ରଚଳିତ ଗୁଣିଗାରେଡ଼ି ଭଳି ପୁରାତନ ପରମ୍ପରା, ସାପ କାମୁଡ଼ିବା ପରେ ମାନସିକସ୍ତରରେ ଆଚରଣ ଏବଂ ଘରୋଇ ପରିସରରେ ସାପର ଅନୁପ୍ରବେଶ, ପ୍ରଜନନ ଏବଂ କାମୁଡ଼ିବା ପାଇଁ ପ୍ରତିଷେଧକ ଅଭ୍ୟାସ ବିଷୟରେ ଅଧ୍ୟୟନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟିରେ ମଧ୍ୟ ଏହି ଗବେଷଣା କାର୍ଯ୍ୟ କରିବ। ପ୍ରଶ୍ନଗୁଡ଼ିକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

ଏହି ଅଧ୍ୟୟନ ପାଇଁ ସ୍ନେକ୍‌ ହେଲ୍ପଲାଇନର ୧୦ ଜଣ ସ୍ୱେଚ୍ଛାସେବୀଙ୍କୁ ଗତକାଲି ନମୁନା ସଂଗ୍ରହର ପଦ୍ଧତି ବିଷୟରେ ଫୋରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗର ବିଶେଷଜ୍ଞମାନେ ତାଲିମ ଦେଇଥିଲେ। ବିଭାଗ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ପ୍ରଶ୍ନର ତତ୍ୟ ସଂଗ୍ରହ ପରେ ଅନୁସନ୍ଧାନକାରୀମାନେ ସାପ ଏବଂ ସାପ କାମୁଡ଼ା ବିଷୟରେ ଜନସାଧାରଣଙ୍କ ଜ୍ଞାନର ଉନ୍ନତି ପାଇଁ ସଚେତନତାମୂଳକ ଲିଫଲେଟ୍ ମଧ୍ୟ ବଣ୍ଟାଯିବ।

ପୂର୍ବରୁ ଅନୁମୋଦିତ ହୋଇଥିଲେ ମଧ୍ୟ କରୋନା କାରଣରୁ ଏହି ଗବେଷଣା କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା। ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ଅଧ୍ୟୟନ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ବିଭାଗୀୟ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ଏହି ଗବେଷଣାର ସହଅନୁସନ୍ଧାନକାରୀ ଭାବେ ଦାୟିତ୍ବ ନିର୍ବାହ କରିବେ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଅନୁସାରେ ସର୍ପ ଦଂଶନ ଏକ ଅବହେଳିତ ଟ୍ରପିକାଲ୍‌ ରୋଗ। ଦିନକୁ ଦିନ ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ସାପ କାମୁଡ଼ା ପାଇଁ ନିର୍ଦ୍ଦିଷ୍ଟ ଚିକିତ୍ସାର ଉପଲବ୍ଧତା ଅଛି, ତଥାପି ଅଧିକାଂଶ ଲୋକ ପାରମ୍ପାରିକ ଚିକିତ୍ସା ପଦ୍ଧତି ଯେପରିକି ଝଡ଼ାଫୁଙ୍କା ଆଦିର ସାହାଯ୍ୟ ନିଅନ୍ତି ଏବଂ ଡାକ୍ତରଖାନାକୁ ବିଳମ୍ବରେ ଆସୁଥିବା ଅଧ୍ୟୟନର ଅନୁସନ୍ଧାନକାରୀ ଡ. ସୁଦିପ୍ତ ସିଂ ପ୍ରକାଶ କରିଛନ୍ତି। ଯାହାଫଳରେ ଜୀବନହାନୀର ଯଥେଷ୍ଟ ଆଶଙ୍କା ରହିଛି। ଏଣୁ ଏନେଇ ରାଜ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ଏବଂ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ଏହି ଅଧ୍ୟୟନର ପରିକଳ୍ପନା କରାଯାଇଛି। ଏନେଇ ଭୁବନେଶ୍ୱରର ନାଗରିକଙ୍କ ସହଯୋଗ ଲୋଡିଛନ୍ତି ଡ. ସିଂ।

ଉଲ୍ଲେଖଯୋଗ୍ୟଯେ, ସ୍ନେକ୍‌ ହେଲ୍ପଲାଇନ ସହିତ ମିଳିତ ଭାବରେ ଏମ୍‌ସ ଭୁବନେଶ୍ୱର ସାପ କାମୁଡ଼ାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନ୍ ଏବଂ ୱେବସାଇଟ୍ ବିକଶିତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର