ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରେ ୨୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ

The Sakala Picture
Published On

ଝାରସୁଗୁଡ଼ା : ରାଜ୍ୟରେ କରୋନା ପୁଣିଥରେ ତାର କାୟା ମେଲାଇ ଚାଲିଛି। କିଛି ଦିନ ହେବ ୧୦୦ ତଳେ ରହୁଥିବା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ୨୦୦ ଶହ ଟପିଲାଣି। ଏହାରି ମଧ୍ୟରେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। କଟକ, ଢେଙ୍କାନାଳ ପରେ ଝାରସୁଗୁଡ଼ାରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏକାଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । […]

ଝାରସୁଗୁଡ଼ା : ରାଜ୍ୟରେ କରୋନା ପୁଣିଥରେ ତାର କାୟା ମେଲାଇ ଚାଲିଛି। କିଛି ଦିନ ହେବ ୧୦୦ ତଳେ ରହୁଥିବା ରାଜ୍ୟର ଦୈନିକ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ୨୦୦ ଶହ ଟପିଲାଣି। ଏହାରି ମଧ୍ୟରେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡିକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। କଟକ, ଢେଙ୍କାନାଳ ପରେ ଝାରସୁଗୁଡ଼ାରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଏକାଧିକ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ନୂଆପଡାର ଗୋଟିଏ ଗାଁରୁ ଏକକାଳୀନ ୨୯ ସଂକ୍ରମିତ ଚିହ୍ନଟ ପରେ ଶନିବାର ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲର ୨୧ ଛାତ୍ର ଓ ଅଧ୍ୟାପକ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୮ ଛାତ୍ର-ଛାତ୍ରୀ ଓ ୧୩ ଅଧ୍ୟାପକ ସାମିଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

କରୋନା ପଜିଟିଭ୍‌ ଚିହ୍ନଟ ପରେ  ସ୍କୁଲ ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ତହସିଲଦାର ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯାଇଥିବା ଜଣାପଡିଛି। ସମସ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବା ବୋଲି ସୂଚନା ମିଳିଛି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଡାକ୍ତରୀ ଦଳଙ୍କୁ ଇଂଜିନିୟରିଂ ସ୍କୁଲ କୁ ପଠାଯାଇଛି। ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର