ଘାତକ ସାଜିଛି ଟ୍ରେଡିଂ ଆପ୍‍, କ୍ଷତି ସହି ନ ପାରି ଅକାଳରେ ଝଡ଼ିପଡୁଛି ଜୀବନ

The Sakala Picture
Published On

ଭୁବନେଶ୍ୱର: ଯୁଗ ସହ ତାଳଦେଇ ଯୁବପିଢ଼ି ଅଧିକ ମାତ୍ରାରେ ବୈଷୟିକ ଜ୍ଞାନକୌଶଳର ନିକଟତର ହେଉଛନ୍ତି। ହାତପାଆନ୍ତାରେ ଦେଶ ଦୁନିଆ ସହ ଯୋଡ଼ି ହୋଇଯାଉଛନ୍ତି ଆଜିର ଯୁବଗୋଷ୍ଠୀ। ଏପରକିି ଯାହା ପାଖରେ ଆଣ୍ଡ୍ରୋଏଡ୍‍ ଫୋନ୍‍ ରହିଛି ସେ ରାତାରାତି କୋଟିପତି ହେବାରେ ସ୍ୱପ୍ନରେ ବିହ୍ୱଳ ହୋଇ ଟ୍ରେଡିଂଆପ୍‍ର ମାୟାଜାଲରେ ଛନ୍ଦି ହୋଇପଡ଼ୁଛି ଏବଂ ଶେଷରେ ଆତ୍ମହତ୍ୟାଭଳି ଚରମ ନିଷ୍ପତ୍ତିକୁ ନେଉଛନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପ୍ରଥମେ ଏହି ମାୟାରେ ପଡ଼ି ଯୁବଗୋଷ୍ଠୀ ସ୍ୱଳ୍ପ ଟଙ୍କା ବିନିଯୋଗ କରି କିଛି […]

ଭୁବନେଶ୍ୱର: ଯୁଗ ସହ ତାଳଦେଇ ଯୁବପିଢ଼ି ଅଧିକ ମାତ୍ରାରେ ବୈଷୟିକ ଜ୍ଞାନକୌଶଳର ନିକଟତର ହେଉଛନ୍ତି। ହାତପାଆନ୍ତାରେ ଦେଶ ଦୁନିଆ ସହ ଯୋଡ଼ି ହୋଇଯାଉଛନ୍ତି ଆଜିର ଯୁବଗୋଷ୍ଠୀ। ଏପରକିି ଯାହା ପାଖରେ ଆଣ୍ଡ୍ରୋଏଡ୍‍ ଫୋନ୍‍ ରହିଛି ସେ ରାତାରାତି କୋଟିପତି ହେବାରେ ସ୍ୱପ୍ନରେ ବିହ୍ୱଳ ହୋଇ ଟ୍ରେଡିଂଆପ୍‍ର ମାୟାଜାଲରେ ଛନ୍ଦି ହୋଇପଡ଼ୁଛି ଏବଂ ଶେଷରେ ଆତ୍ମହତ୍ୟାଭଳି ଚରମ ନିଷ୍ପତ୍ତିକୁ ନେଉଛନ୍ତି।
ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପ୍ରଥମେ ଏହି ମାୟାରେ ପଡ଼ି ଯୁବଗୋଷ୍ଠୀ ସ୍ୱଳ୍ପ ଟଙ୍କା ବିନିଯୋଗ କରି କିଛି ମାତ୍ରାରେ ଅର୍ଥ ରୋଜଗାର କରୁଛନ୍ତି। ପରବର୍ତ୍ତୀ ସମୟରେ ଏହାର ନିଶା ଲାଗିଯିବା ପରେ ଏଥିରେ ଲକ୍ଷାଧିକ ଟଙ୍କା ଲଗାଉଛନ୍ତି ସ୍ୱପ୍ନପ୍ରବଣ ଯୁବଗୋଷ୍ଠୀ। ଟଙ୍କା ଲଗାଇବା ପରେ ଆନୁମାନିକ ଭାବେ ସେୟାର କଣ୍ଟା ନିିର୍ଦ୍ଦିଷ୍ଟ ଟାର୍ଗେଟ କରିବାକୁ ପଡ଼ିଥାଏ। ଯଦି ଏହାର ତଳକୁ ଗ୍ରାଫ୍‍ ଯାଇଥାଏ ତେବେ ଲଗାଇଥିବା ଟଙ୍କା ବୁଡିବା ଏକ ପ୍ରକାର ଧାର୍ଯ୍ୟ ହୋଇଥାଏ। ଏହିଭଳି ଟ୍ରେଡିଂ ଆପ୍‍ ନିଶାରେ ପଡ଼ି ଯୁବଗୋଷ୍ଠୀ କ୍ଷତି ସହୁଛନ୍ତି। ପରବର୍ତ୍ତୀ ସମୟରେ ଚାହିଲେ ବି ଏଥÒରୁ ବାହାରିପାରୁ ନାହାନ୍ତି। ଧାର କରଜ କରି ଲକ୍ଷାଧିକ ଟଙ୍କା ଏଥିରେ ଲଗାଇବା ପରେ ଯଦି କ୍ଷତି ହେଲା ତେବେ ସେମାନେ ଆତ୍ମହତ୍ୟା ଭଳି ଅନ୍ତିମ ପଥକୁ ଆପଣେଇ ନେଉଛନ୍ତି, ଯାହାର ଉଦାହରଣ ବୁଧବାର ଦେଖିବାକୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ଗେଷ୍ଟ ହାଉସରେ କଟକର ଜଣେ ପେଟ୍ରୋଲ ଟାଙ୍କି ମାଲିକଙ୍କ ପୁଅ ଟ୍ରେଡିଂ ଆପ୍‍ର ମାୟାଜାଲରେ ପଡ଼ି ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସର କହିବାକୁ ଅନୁଯାୟୀ କେବଳ ନିଜ ଟଙ୍କା ନୁହେଁ ତାଙ୍କର ଅନ୍ୟସାଙ୍ଗମାନଙ୍କଠାରୁ ଧାରକରଜ କରି ଟ୍ରେଡିଂ ଆପ୍‍ରେ ବିନିଯୋଗ କରିଥିଲେ। ଯେଉଁଥି ପାଇଁ କ୍ଷତି ସହି ନ ପାରି ଶେଷରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୁଲିସ ମଧ୍ୟ ପ୍ରାଥମିକ ତଦନ୍ତରେ ଏହି ଟ୍ରେଡିଂ ଆପ୍‍ରେ ଅର୍ଥ ବିନିଯୋଗ ଦିଗ ପଦାକୁ ଆଣିଛି।

ଟ୍ରେଡିଂ ଆପ୍‍ରୁ ସାଇବର ଠକେଇ
ଟ୍ରେଡିଂ ଆପ୍‍ ମାଧ୍ୟମରେ ଟଙ୍କା ଲଗାଇବା ଦ୍ୱାରା ସାଇବର୍‍ ଠକେଇ ବଢୁଥିବା ଅଭିଯୋଗ ହେଉଛି। ସାଇବର୍‍ ଠକ ଏବେ ଗୁଗଲ ପ୍ଲେ’ ଷ୍ଟୋରରେ ଅନେକ ନକଲି ଟ୍ରେଡିଂ ଆପ୍‍ ଖୋଲିଛନ୍ତି। ଜଣେ ବ୍ୟକ୍ତି ଟ୍ରେଡିଂ ଆପ୍‍ ବିଷୟରେ ଗୁଗ୍‍ଲରେ ସର୍ଚ୍ଚ କରିବା ପରେ ଠକଙ୍କ ନକଲି ଆପ୍‍ ବିଷୟରେ ସମସ୍ତ ତଥ୍ୟ ପଳାଇ ଆସିଥାଏ। ପରେ ପ୍ଲେ’ ଷ୍ଟୋରକୁ ଯାଇ ଡାଉନ୍‍ଲୋଡ୍‍ କରିବା ପରେ ସାଇବର ଠକଙ୍କ ଜାଲରେ ଫସିଯାଇଥାନ୍ତି। ଏଥିରେ ଟଙ୍କା ଲଗାଇବା ପୂର୍ବରୁ ଆପ୍‍ରେ ଆକାଉଣ୍ଟ ନଜର ଏବଂ ଅନ୍ୟାନ୍ୟ ତଥ୍ୟ ମାଗି ନେଇଥାନ୍ତି। ପରବର୍ତ୍ତୀ ସମୟରେ ସାଇବର ଠକ ରେଜିଷ୍ଟ୍ରେସନ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚଳୁକରି ଦେଇଥାନ୍ତି। ଫଳରେ ଟଙ୍କା ପାଇବା ଆଶାରେ ଅନେକ ଯୁବକ ଏଭଳି ଠକାମିର ଶିକାର ହେଉଛି। ଏଭଳି ଧରଣର ଠକେଇ ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ ପରେ ଏବେ ଓଡ଼ିଶାରେ ମଧ୍ୟ ବହୁଳମାତ୍ରାରେ ଦେଖାଯାଉଛି।
ଠକେଇ ପଛରେ ଅଭିନେତା
ଅନେକ ଟ୍ରେଡିଂ ସଂସ୍ଥା ବେଆଇନ ଭାବେ ଆପ୍‍ କରି ବିଭିନ୍ନ ସୋସିଆଲ ମିଡିଆରେ ବିଜ୍ଞାପନ ଦେଉଛନ୍ତି, ଯେଉଁଥିରେ କେତେକ ସିନେ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳୁଛି। ବିଶେଷକରି ଏଭଳି ଲୋକପ୍ରିୟ ୟୁ-ଟ୍ୟୁବ୍‍ କମେଡି ସିରିଏଲକୁ ଟାର୍ଗେଟ କରି ଏଭଳି ଟ୍ରେଡିଂଆପ୍‍ର ବିଜ୍ଞାପନ ଦିଆଯାଉଛି। ଫଳରେ ଅନେକ ଲୋକ ଏଭଳି ଅଭିନେତାମାନଙ୍କୁ ନିଜର ଆଦର୍ଶ ମାନି ପ୍ଲେ ଷ୍ଟୋରକୁ ଯାଇ ଟ୍ରେଡିଂ ଆପ୍‍ ଡାଉନ୍‍ଲୋଡ୍‍ କରି ଟଙ୍କା ଲଗାଉଛନ୍ତି।
ଆର୍‍ବିଆଇ ରେଜିଷ୍ଟ୍ରେସନ ନାହିଁ
ଟ୍ରେଡିଂ ସଂସ୍ଥା ଖୋଲିବା ପୂର୍ବରୁ ଆରବିଆଇରୁ ରେଜିଷ୍ଟ୍ରେସନ କରି ଅନୁମତି ଆଣିବାକୁ ପଡ଼ିବ। ଏପରିକି ଏଥିଲାଗି ମଧ୍ୟ ଆର୍‍ବିଆଇ ସ୍ୱତନ୍ତ୍ର ଗାଇଡ୍‍ଲାଇନ୍‍ କରିଛନ୍ତି। କିନ୍ତୁ ଅନେକ ସଂସ୍ଥା ବିନା ଆର୍‍ବିଆଇ ରେଜିଷ୍ଟ୍ରେସନରେ ଟ୍ରେଡିଂ ସଂସ୍ଥା ଖୋଲିଛନ୍ତି। ସେମାନେ ଜାଲ ଟ୍ରେଡିଂଆପ୍‍ ପ୍ରସ୍ତୁତ କରି ଲୋକଙ୍କୁ ବିଜ୍ଞାପନ ମାଧ୍ୟମରେ ଡାଉନ୍‍ଲୋଡ୍‍ କରିବାକୁ କହୁଛନ୍ତି। ଅନେକ ଲୋକେ ଏହାର କବଳିତ ହେବା ପରେ ସେମାନେ ତାଙ୍କୁ ଶୋଷିବା ଆରମ୍ଭ କରିଥାନ୍ତି।
ଏଭଳି ଟ୍ରେଡିଂଆପ୍‍ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ,ଏଭଳି କୌଣସି ମାମଲା ଆମ ନଜରକୁ ଆସିନାହିଁ। ଯଦି ସାଇବର୍‍ ଠକ ଏଭଳି ନୂଆ ଧରଣର ଠକେଇ କରୁଥିବା ନଜରକୁ ଆସେ ଆମେ ନିଶ୍ଚିତ ପଦେକ୍ଷପ ନେବୁ।

27 Mar 2021 By The Sakala

https://www.thesakala.in/latest-odisha-news/trading-app-news/article-1032
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର