ନିର୍ବାଚନରେ ପ୍ରଭାବହୀନ ବରିଷ୍ଠ ନେତା, ପତିଆରା ହରାଉଛନ୍ତି ନରସିଂହ, କନକ,ସଙ୍ଗିତା, ସୁରେନ୍ଦ୍ର

The Sakala Picture
Published On

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତ ଓ ପୈାର ନିର୍ବାଚନ ଅନେକ ନେତାଙ୍କ ଭବିଷ୍ୟତକୁ ସନ୍ଦେହ ଘେରକୁ ଠେଲିଦେଇଛି। ବର୍ଷ ବର୍ଷ ଧରି ଯେଉଁ ଅଞ୍ଚଳରେ ନିଜର ପତିଆରା ଜାହିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ। ତାହା ଏବେ ଧ୍ୱଂସାଭିମୁଖୀ । ସେ କଂଗ୍ରେସର ନରସିଂହ ମିଶ୍ର ହୁଅନ୍ତୁ କୁ ବିଜେପି କନକ ବର୍ଦ୍ଧନ ସିଂହଦେଓ, କଂଗ୍ରେସର ସନ୍ତୋଷ ସିଂ ସାଲୁଜା,ବିଜେଡିର ଆୟୁବ ଖାନ ହୁଅନ୍ତୁ । ପଞ୍ଚାୟତ ଓ ପୈାର ନିର୍ବାଚନରେ ନେତା ମାନଙ୍କ ସପକ୍ଷରେ […]

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତ ଓ ପୈାର ନିର୍ବାଚନ ଅନେକ ନେତାଙ୍କ ଭବିଷ୍ୟତକୁ ସନ୍ଦେହ ଘେରକୁ ଠେଲିଦେଇଛି। ବର୍ଷ ବର୍ଷ ଧରି ଯେଉଁ ଅଞ୍ଚଳରେ ନିଜର ପତିଆରା ଜାହିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ। ତାହା ଏବେ ଧ୍ୱଂସାଭିମୁଖୀ । ସେ କଂଗ୍ରେସର ନରସିଂହ ମିଶ୍ର ହୁଅନ୍ତୁ କୁ ବିଜେପି କନକ ବର୍ଦ୍ଧନ ସିଂହଦେଓ, କଂଗ୍ରେସର ସନ୍ତୋଷ ସିଂ ସାଲୁଜା,ବିଜେଡିର ଆୟୁବ ଖାନ ହୁଅନ୍ତୁ । ପଞ୍ଚାୟତ ଓ ପୈାର ନିର୍ବାଚନରେ ନେତା ମାନଙ୍କ ସପକ୍ଷରେ ମତଦାତା ମାନେ ଭୋଟ ଦେଇନଥିବା ବେଳେ ସେମାନଙ୍କ ମ୍ୟାଜିକ କାମ କରିନଥିଲା । ଯାହାର ପରିଣାମ ଏବେ ସମସ୍ତଙ୍କ ସାମ୍ନାରେ । ଜିଲ୍ଲାପରିଷଦ ନିର୍ବାଚନରେ ବିଜେଡିର ବାଜିମାତ, ଅଧାରୁ ଅଧିକ ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଆଉ ଏବେ ପୈାରପରିଷଦ ଓ ଏନଏସି।

ଆହୁରି ପଢ଼ନ୍ତୁ: ଚାଷୀଙ୍କୁ ମିଳିଲା 'ସିଏମ୍ କିଷାନ' ଯୋଜନାର ୫ମ କିସ୍ତି, DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା

୨୦୧୪ ମସିହାରେ ପରିବର୍ତ୍ତନର ନାରା ଦେଇ ବଲାଙ୍ଗିର ବିଧାୟକ ଭାବେ ନରସିଂହ ମିଶ୍ର ବିଜୟୀ ହୋଇଥିଲେ। ସେ ଦଶନ୍ଧି ଧରି ବଲାଙ୍ଗିର ବିଧାୟକ ରହିଥିବା ଅନଙ୍ଗଙ୍କୁ ହରାଇଥିଲେ। ୨୦୧୪ ଓ ୨୦୧୯ରେ ଲଗାତାର ଦୁଇ ଥର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ରହିଛନ୍ତି ସତ କିନ୍ତୁ ଏହି ଭିତରେ ହୋଇଥିବା ଅନ୍ୟ ନିର୍ବାଚନରେ କିନ୍ତୁ ନରସିଂହ ନିଜ ଦଳ କିମ୍ବା ନିଜ ସମର୍ଥିତଙ୍କୁ ପଦ ପଦବୀରେ ବସାଇବାରେ ବିଫଳ ହୋଇଛନ୍ତି। ଯାହା ଫଳରେ ଏବେ ଦଳ ଭିତରେ ହିଁ ଅସନ୍ତୋଷ କୁହୁଲିବା ଆରମ୍ଭ କରିଛି। ୨୦୧୪ ପୈାର ନିର୍ବାଚନରେ ବିଜେଡି ପୈାରପରିଷଦ୍ ଦଖଳ କରିଥିବା ବେଳେ ଚଳିତ ନିର୍ବାଚନରେ ପୁଣି ବିଜେଡି ବାଜିମାତ କରିଛି। ପଞ୍ଚାୟତ ନିର୍ବାଚନରେ ନରସିଂହ ଙ୍କ ଚାରୋଟି ନିର୍ବାଚନମଣ୍ଡଳୀରୁ ଚାରୋଟି ରେ ବିଜେଡି ବିଜୟୀ ହୋଇଥିଲା। ସଦର ବ୍ଲକରେ ବିଜେଡି ଅଧ୍ୟକ୍ଷ ବସିଥିବା ବେଳେ ଦେଓଗାଁରେ ବିଜେଡି ନେତା ଅଧ୍ୟକ୍ଷ ଆସନରେ ବସିଛନ୍ତି।ଯଦିଓ ଏହି ବ୍ଲକରେ ମିଶ୍ରିତ ସମୀକରଣ କରିଛୀ ତଥାପି ନରସିଂହଙ୍କ ପତିଆରାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ସେହିପରି ଆଉ ଜଣେ ହେଭିୱେଟ ନେତା ହେଉଛନ୍ତି ବିଜେପିର କନକ ବର୍ଦ୍ଧନ ସିଂହଦେଓ। ପାଟଣାଗଡରୁ ଦୁଇ ଦଶନ୍ଧିରୁ ଅଧିକ ସମୟ ପ୍ରତିନିଧିତ୍ୱ କରିଥିବା ଶ୍ରୀ ସିଂହଦେଓ ଗତ ନିର୍ବାଚନରେ ପରାଜିତ ହୋଇଥିଲେ। ସେହି ଦିନ ଠାରୁ କ୍ଷମତା ଯେମିତି ତାଙ୍କ ପାଖ ମାଡୁନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନିର୍ବାଚନମଣ୍ଡଳିର ତିନି ବ୍ଲକ ପାଟଣାଗଡ, ବେଲପଡା ଓ ଖପ୍ରାଖୋଳରୁ ମାତ୍ର ଗୋଟି ଜିଲ୍ଲା ପରିଷଦ ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ତିନି ରୁ ତିନି ବ୍ଲକ ବିଜେଡି ଦଖଳ କରିଥିଲା। ବର୍ତ୍ତମାନ ପୈାର ନିର୍ବାଚନରେ ମଧ୍ୟ ସମାନ ଅବସ୍ଥା ଲାଗିରହିଛି। ୧୫ ୱାର୍ଡରୁ ଗୋଟିଏ ବି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇନଥିବା ବେଳେ ଅଧ୍ୟକ୍ଷ ଆସନରେ ମଧ୍ୟ ବିଜେପି ପରାଜିତ ହୋଇଛି। ଅବଶ୍ୟ ତାଙ୍କ ସ୍ତ୍ରୀ ବିଜେପିରୁ ସାଂସଦ ରହିଛନ୍ତି ତଥାପି ତାଙ୍କର ମ୍ୟାଜିକ ମଧ୍ୟ କିଛି କାମ କରିନାହିଁ। ଫଳରେ ଜିଲ୍ଲାରେ ବିଜେପି ସଙ୍ଗଠନ ଧିରେ ଧିରେ ଅସ୍ଥୀତ୍ୱ ହରାଇବା ଦିଗରେ ଅଗ୍ରସର ହେଉଥିବା ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

ସେହିପରି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଟାଣୁଆ ବିଜେଡି ନେତା ହେଉଛନ୍ତି ଆୟୁବ ଖାନ। ଗତ ନିର୍ବାଚନରେ ଦଳ ତାଙ୍କୁ ବିଧାୟକ ପ୍ରାର୍ଥୀ କରିନଥିବା ବେଳେ ନିଜ ଅଞ୍ଚଳରେ ପତିଆରା ବଜାୟ ରଖିଥିଲେ ଆୟୁବ। କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀରେ ଭଳ ପ୍ରଦର୍ଶନ କରିଥିଲା। ନିର୍ବାଚନ ପରିଚାଳନା ଦାୟିତ୍ୱରେ ଦୁଇ ବିଜେଡି ନେତା ରହିବା ସତ୍ୱେ ପଞ୍ଚାୟତ ଫଳାଫଳ ନିରାଶ କରିଥିଲା। ତିନି ବ୍ଲକରୁ ଦୁଇ ବ୍ଲକରେ କଂଗ୍ରେସ ଅଧ୍ୟକ୍ଷ ବସାଇଥିବା ବେଳେ ବିଜେଡି ବହୁ ଗଣିତ କରିବା ପରେ ଗୋଟିଏ ବ୍ଲକରେ ସୀମିତ ରହିଥିଲା। ବର୍ତ୍ତମାନ ଏନଏସି ନିର୍ବାଚନରେ ଏହି ଦୁଇ ବିଜେଡି ନେତା ଧରାଶାୟୀ ହୋଇଛନ୍ତି । ୧୬ ୱାର୍ଡରୁ ମାତ୍ର ପାଞ୍ଚ ଆସନରେ ବିଜେଡି କାଉନସିଲର ବିଜୟୀ ହୋଇଥିବା ଆୟୁବ ଖାନ ଓ ଅଜୟ ଦାସଙ୍କ ପତିଆରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏକଦା ଟିଟିଲାଗଡରୁ ପ୍ରତିନିଧିତ୍ୱ କରି ମନ୍ତ୍ରୀ ପଦ ହାସଲ କରିଥିବା ସୁରେନ୍ଦ୍ର ସିଂ ଭୋଇଙ୍କ ପତିଆରା ଏବେ ବିପଦରେ ପଡିଛି। ସଇଁନ୍ତଲା ବ୍ଲକକୁ ଛାଡିଦେଲେ ସେ ଆଉ ଅନ୍ୟ ବ୍ଲକରେ ଦେଖିବାକୁ ମିଲୁନାହାନ୍ତି ।

ପରିଣାମ ସ୍ୱରୂପ ଟିଟିଲାଗଡ ବ୍ଲକ ଓ ପୈାରାଞ୍ଚଳରେ କଂଗ୍ରେସ ନିଜ ଅସ୍ଥୀତ୍ୱ ହରାଇଛି। ତାଙ୍କ ନିର୍ବାଚନମଣ୍ଡଳିରେ ଥିବା ତୁଷୁରାରେ ମଧ୍ୟ କଂଗ୍ରେସର ପ୍ରଦର୍ଶନ ଅତି ନିରାଶ କରିଥିବା ବେଳେ ଆଗକୁ ତାଙ୍କ ଭବିଷ୍ୟତକୁ ନେଇ ସମୀକ୍ଷକ ମାନେ ପ୍ରଶ୍ନ ଉଠାଇଛନ୍ତି । ଏହି ନେତା ମାନଙ୍କ ପତିଆରା କିଛି ବର୍ଷ ପୂର୍ବରୁ କାହିଁରେ କେତେ ଥିଲା। କିନ୍ତୁ ଗତ କିଛି ନିର୍ବାଚନରେ ଏହି ନେତା ମାନଙ୍କ ପତିଆରା କ୍ଷୁର୍ଣ୍ଣ ହେବାରେ ଲାଗିଥିବା ବେଳେ ଏମାନଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗତ ପଞ୍ଚାୟତ ଓ ଚଳିତ ପୈାର ନିର୍ବାଚନ ଏହି ନେତା ମାନଙ୍କ ଧ୍ୱଂସାଭିମୁଖୀ ଅଭେଦ୍ୟ ଗଡର କାହାଣୀ କହୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର