ମତଦାନ ସାବ୍ୟସ୍ତ କଲେ ସହରୀ ଭୋଟର : ଜାଣନ୍ତୁ ୧୦୬ ପୌରାଞ୍ଚଳ ଏବଂ ୩ ମହାନଗର ନିଗମରେ ହେଲା କେତେ ପ୍ରତିଶତ ଭୋଟିଂ

The Sakala Picture
Published On

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି। ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ ସୂଚନା ମୁତାବକ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପୂର୍ବ ନିର୍ବାଚନ ଠାରୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିଛି । ଅର୍ଥାତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୫୦ […]

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି। ମତଦାନ ସାବ୍ୟସ୍ତ କରିଛନ୍ତି ସହରୀ ଭୋଟର। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ପକ୍ରିୟା ଶେଷ ହୋଇଛି। ରାଜ୍ୟ ନିର୍ବାଚନ କିମିଶନଙ୍କ ସଦ୍ୟ ସୂଚନା ମୁତାବକ ସଂନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୫ ପ୍ରତିଶତ ମତଦାନ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ପୂର୍ବ ନିର୍ବାଚନ ଠାରୁ ଭୋଟ ପ୍ରତିଶତ ସାମାନ୍ୟ ବୃଦ୍ଧି ଘଟିଛି । ଅର୍ଥାତ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ୫୦ ପ୍ରତିଶତ ମତଦାନ ଗ୍ରହଣ କରାଯାଇଅଛି । ସେପଟେ ଇଭିଏମ ତ୍ରୁଟି ପାଇଁ କେଉଁଠି ବି ନିର୍ବାଚନ ବନ୍ଦ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନାନୁସାରେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଛି। ଅଳ୍ପ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି ଏଥି ସହିତ କିଛି ବୁଥରେ ଇଭିଏମ୍‌ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ମୋଟ ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ (୫୯) (ଏନ୍‌ଏସି) ଓ ପୌର ପରିଷଦ (୪୭)ରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି। ଏଥି ସହିତ ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ଶାନ୍ତିପୂର୍ଣ୍ଣ ଭୋଟିଂ ପାଇଁ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିବା ସମସ୍ତ ପୋଲିଂ କର୍ମଚାରୀ, ପୁଲିସ କର୍ମଚାରୀ, ଜିଲ୍ଲା ଓ ପୁଲିସ ପ୍ରଶାସନ, ସମସ୍ତ ରାଜନୈତିକ ଦଳ, ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ଓଡ଼ିଶାର ଭୋଟର ଭାଇଭଉଣୀଙ୍କ ଅକୁଣ୍ଠ ସହଯୋଗ ପାଇଁ ରାଜ୍ୟ ନିର୍ବାଚନ କମିସନ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର