ଗଣମାଧ୍ୟମ ପ୍ରତିନିଧିଙ୍କୁ ନିବେଦନ କଲେ ଅପରାଜିତା: ଆମକୁ ଏକା ଛାଡ଼ିଦିଅନ୍ତୁ
ଭୁବନେଶ୍ବର: ଷ୍ଟାରକଳିର ସପ୍ତାହେ ପରେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେବା ସହ ଏବେ ବିବାଦରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସ୍ବାମୀ ଉତ୍ତମ ମହାନ୍ତି ଓ ଭିଣୋଇ ଅସୁସ୍ଥ ଅଛନ୍ତି । ଘର ସାମ୍ନାରେ ଗଣମାଧ୍ୟମ ଓ ଫ୍ୟାନଙ୍କ ଭିଡ଼ ଯୋଗୁ ବାହାରକୁ ଯାଇପାରୁ ନାହାନ୍ତି। ତାଙ୍କ ପାଇଁ ଗଳିରେ ଭିଡ଼ ହେଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି। ତେଣୁ ଗଣମାଧ୍ୟମକୁ ଏଥିରୁ […]
ଭୁବନେଶ୍ବର: ଷ୍ଟାରକଳିର ସପ୍ତାହେ ପରେ ବାବୁସାନଙ୍କ ମାଆ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ଏଥିରେ ସେ ସମସ୍ତ ଗଣମାଧ୍ୟମକୁ ଧନ୍ୟବାଦ ଦେବା ସହ ଏବେ ବିବାଦରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି। ସ୍ବାମୀ ଉତ୍ତମ ମହାନ୍ତି ଓ ଭିଣୋଇ ଅସୁସ୍ଥ ଅଛନ୍ତି । ଘର ସାମ୍ନାରେ ଗଣମାଧ୍ୟମ ଓ ଫ୍ୟାନଙ୍କ ଭିଡ଼ ଯୋଗୁ ବାହାରକୁ ଯାଇପାରୁ ନାହାନ୍ତି। ତାଙ୍କ ପାଇଁ ଗଳିରେ ଭିଡ଼ ହେଉଥିବାରୁ ଲୋକେ ସମସ୍ୟା ଭୋଗୁଛନ୍ତି।
ତେଣୁ ଗଣମାଧ୍ୟମକୁ ଏଥିରୁ ବିରତ ରହିବାକୁ ଅପରାଜିତା ନିବେଦନ କରିଛନ୍ତି। ସେପଟେ ଅଭିନେତା ରବି ମିଶ୍ର ମଧ୍ୟ ଗଣମାଧ୍ୟମକୁ ବିରତ ରହିବାକୁ ଅପିଲ୍ କରିଛନ୍ତି। ବାବୁ-ତୃପ୍ତି କଥା ହୋଇଛନ୍ତି, ସବୁ ଠିକଠାକ୍ ଅଛି ବୋଲି କହିଛନ୍ତି ରବି ମିଶ୍ର । ଗତକାଲି ବାବୁସାନଙ୍କ ବାର୍ଥଡେ’ରେ ତାଙ୍କ ଶ୍ବଶୁର ସାମିଲ ହେବା ଏହାର ପ୍ରମାଣ ବୋଲି କହିଛନ୍ତି ରବି ମିଶ୍ର । ଦୀର୍ଘ ୮ ଦିନ ଧରି ଗଣମାଧ୍ୟମରେ ବାବୁସାନ, ପତ୍ନୀ ଓ ପ୍ରକୃତିଙ୍କ ବିବାଦ ଚର୍ଚ୍ଚା ଜୋର ଧରିଛି । ବାବୁସାନ୍ ଓ ପତ୍ନୀଙ୍କ ବିବାଦର ସମାଧାନ ପାଇଁ ଆପୋଷ ବୁଝାମଣା ପାଇଁ ପ୍ରୟାସ ଚାଲିଛି ।





