ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ, ଭିଡ଼ିଓ ଭାଇରାଲ ପରେ ଥାନାରେ ଅଭିଯୋଗ

The Sakala Picture
Published On

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରର। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯାଇଛନ୍ତି। ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ସାପୋଇସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ […]

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରର। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯାଇଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ସାପୋଇସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ରହନ୍ତି । ସମସ୍ତ ଛାତ୍ରଙ୍କୁ ଭୋର ୩ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ହେଲେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଛାତ୍ରଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ମାଡ ମାରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ସତ୍ତ୍ୱେ ଉକ୍ତ କର୍ମକର୍ତ୍ତା ପିଲାମାନଙ୍କୁ ନିର୍ଦ୍ଦୟ ଭାବେ ପିଟିବା ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି ।  ଅନ୍ୟପଟେ ଚାଇଲ୍ଡ ଲାଇନ୍ ପକ୍ଷରୁ ଏ ନେଇ ବିଦ୍ୟାଗୁରୁ ଏକାଡେମୀ ନାଁରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହ ନିର୍ଯାତନାର ଶିକାର ହୋଇଥିବା ପିଲାଙ୍କ ଅଭିଭାବକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା ଚାଇଲଡ ଲାଇନ୍‌ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

26 Aug 2023 By The Sakala

ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ, ଭିଡ଼ିଓ ଭାଇରାଲ ପରେ ଥାନାରେ ଅଭିଯୋଗ

ଅନୁଗୁଳ: ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହିଠାରେ ଥିବା ଏକ କୋଚିଂ ସେଣ୍ଟରର। ଭିଡିଓ ଭାଇରାଲ ହେବା ପରେ ଚାଇଲଡ ଲାଇନ୍‌ କର୍ତ୍ତୃପକ୍ଷ ଆଜି ଉକ୍ତ କୋଚିଂ ସେଣ୍ଟରକୁ ଯାଇଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାର ସାପୋଇସାହିରେ ରହିଛି ବିଦ୍ୟାଗୁରୁ ଏକାଡେମୀ ନାମକ ଏକ ଟ୍ୟୁସନ ସେଣ୍ଟର । ଯେଉଁଠି ପିଲା ପାଠ ପଢିବା ସହ ସେଠାରେ ଥିବା ହଷ୍ଟେଲରେ ରହନ୍ତି । ସମସ୍ତ ଛାତ୍ରଙ୍କୁ ଭୋର ୩ଟାରୁ ଉଠି ପାଠ ପଢିବାକୁ ବାଧ୍ୟ କରାଯାଏ । ହେଲେ ଆଜି ଭୋରରେ କିଛି ଛାତ୍ର ଉଠି ନଥିଲେ । ଏହାକୁ ନେଇ ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଛାତ୍ରଙ୍କୁ ଜଣ ଜଣ କରି ବାଡ଼ିରେ ନିସ୍ତୁକ ମାଡ ମାରୁଥିବାର ଭିଡ଼ିଓ ଭାଇରାଲ ହେଉଛି । ଶିକ୍ଷାନୁଷ୍ଠାନରେ ଶାସନ ଆଳରେ କୌଣସି ଶିକ୍ଷକ ପିଲାଙ୍କୁ ମାଡ ମାରିପାରିବେ ନାହିଁ ବୋଲି ସ୍ପଷ୍ଟ ନିୟମ ଥିବା ସତ୍ତ୍ୱେ ଉକ୍ତ କର୍ମକର୍ତ୍ତା ପିଲାମାନଙ୍କୁ ନିର୍ଦ୍ଦୟ ଭାବେ ପିଟିବା ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି ।  ଅନ୍ୟପଟେ ଚାଇଲ୍ଡ ଲାଇନ୍ ପକ୍ଷରୁ ଏ ନେଇ ବିଦ୍ୟାଗୁରୁ ଏକାଡେମୀ ନାଁରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏଥିସହ ନିର୍ଯାତନାର ଶିକାର ହୋଇଥିବା ପିଲାଙ୍କ ଅଭିଭାବକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିବା ଚାଇଲଡ ଲାଇନ୍‌ ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର