ନୟାଗଡ଼ରେ ରହି ବିଛାଇଥିଲେ ଅନଲାଇନ ଠକେଇର ଜାଲ, ୩ ସାଇବର ଠକ ଗିରଫ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସାରା ଦେଶକୁ ଠକେଇର ଚେର ଲମ୍ବାଇଥିବା ୩ ଜଣ ସାଇବର ଅପରାଧିଙ୍କୁ ଟାଉନଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପୁରୁଣାସହର ମଙ୍ଗଳସାହିର ପଞ୍ଚୁ ଦାଶଙ୍କ ପୁଅ ମନୋରଞ୍ଜନ ଦାଶ ଓରଫ ସିଧୁ, ନବଘନପୁର ଗାଁର ଅଜୟ କୁମାର କରଙ୍କ ପୁଅ ଆଶୁତୋଷ କର ଓରଫ ସିଲୁ, ନୟାଗଡ଼ ରଥଗଡ଼ାସାହିର ସୁଧାଶୁଂ ମୋହନ ପାଣିଗ୍ରାହୀଙ୍କ ପୁଅ ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର । […]

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସାରା ଦେଶକୁ ଠକେଇର ଚେର ଲମ୍ବାଇଥିବା ୩ ଜଣ ସାଇବର ଅପରାଧିଙ୍କୁ ଟାଉନଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପୁରୁଣାସହର ମଙ୍ଗଳସାହିର ପଞ୍ଚୁ ଦାଶଙ୍କ ପୁଅ ମନୋରଞ୍ଜନ ଦାଶ ଓରଫ ସିଧୁ, ନବଘନପୁର ଗାଁର ଅଜୟ କୁମାର କରଙ୍କ ପୁଅ ଆଶୁତୋଷ କର ଓରଫ ସିଲୁ, ନୟାଗଡ଼ ରଥଗଡ଼ାସାହିର ସୁଧାଶୁଂ ମୋହନ ପାଣିଗ୍ରାହୀଙ୍କ ପୁଅ ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର । ସାଗର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପୁଲିସ ସୂଚନା ଅନୁଯାୟୀ, କଟକର ସମ୍ପ୍ରତ୍ତି ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ଓଏଲଏସ୍କରେ ଏକ ଆଇ-ଫୋନ୍ ବିକ୍ରି ହେବାର ବିଜ୍ଞାପନ ଦେଖିଥିଲେ । ସେ ଏହା ଦେଖି ତତସଲଗ୍ନ ନମ୍ବରରେ ଯୋଗାଯୋଗ କରିଥିଲେ । ଆଇ ଫୋନ୍ ବାବାଦକୁ ବିକ୍ରି କରିବାକୁ ଥିବା ବ୍ୟକ୍ତି ୪୫ ହଜାର ଟଙ୍କା ମାଗିଥିଲେ । ସମ୍ପ୍ରତ୍ତି ଏନେଇ ଗୁଗୁଲି ପେ ମାଧ୍ୟମରେ ତାଙ୍କୁ ଟଙ୍କା ଦେଇଥିଲେ । ଫୋନ୍ ପାଇବା ପାଇଁ ସମ୍ପ୍ରତ୍ତି ବାରମ୍ବାର ଯୋଗାଯୋଗ କରିଥିବା ବେଳେ ସାଗର ଆଉ ଧରା ଦେଇ ନ ଥିଲେ । ପରେ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ଏ
ସମସ୍ତ କାରନାମା ସାଗର ଚଳାଇଥିଲା । ସେ ଏହି କାରନାମାରେ ଅନ୍ୟ ଦୁଇ ଜଣଙ୍କୁ ସାମିଲ କରିଥିଲା । ଆଇ ଫୋନ ନପାଇ ସମ୍ପତ୍ତି ଠକେଇର ଶୀକାର ହୋଇଥିବା ଜାଣିପାରିଥିଲେ ।

କୌଣସି ସୁତ୍ରରୁ ସାଗର ଅଭିଯୁକ୍ତମାନେ ନୟାଗଡ଼ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ । ଫଳରେ ସେ ନୟାଗଡ଼ ଆସି ଟାଉନଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।ନୟାଗଡ଼ ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଏନେଇ ଖୋଳତାଡ଼ କରିବାରେ ଅଭିଯୁକ୍ତ ଏକା ନଥିବା ଏବଂ ଅନ୍ୟ ଦୁଇ ଜଣ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ । ସେମାନେ ମିଳିତ ଭାବେ ଅନଲାଇନ ମାଧ୍ୟରେ ଜାଲ ବିଛାଇ ବିଭିନ୍ନ ଲୋକଙ୍କୁ ଠକେଇ କରିଥିବା ଜଣାପଡ଼ିଥିଲା । ଏପରିକି ରାଜ୍ୟ ବାହାରର ବହୁ ଲୋକଙ୍କୁ ପ୍ରତିଦିନ ଜାଲ ବିଛାଇ ଫସାଇବା ସେମାନଙ୍କ ନିଶା ଥିଲା । ଅଭିଯୁକ୍ତଙ୍କଠାରୁ ପୁଲିସ ୧ ଲକ୍ଷ ୬୫ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତି ଜେନା ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଜ୍ୟର ଡିଜିଟାଲ ଓ ମୋବାଇଲ ସଂଯୋଗର ସାନ୍ଦ୍ରତା ନେଇ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ମାନସ ମଙ୍ଗରାଜ

25 Nov 2022 By The Sakala

ନୟାଗଡ଼ରେ ରହି ବିଛାଇଥିଲେ ଅନଲାଇନ ଠକେଇର ଜାଲ, ୩ ସାଇବର ଠକ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ସାରା ଦେଶକୁ ଠକେଇର ଚେର ଲମ୍ବାଇଥିବା ୩ ଜଣ ସାଇବର ଅପରାଧିଙ୍କୁ ଟାଉନଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନେ ହେଲେ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ପୁରୁଣାସହର ମଙ୍ଗଳସାହିର ପଞ୍ଚୁ ଦାଶଙ୍କ ପୁଅ ମନୋରଞ୍ଜନ ଦାଶ ଓରଫ ସିଧୁ, ନବଘନପୁର ଗାଁର ଅଜୟ କୁମାର କରଙ୍କ ପୁଅ ଆଶୁତୋଷ କର ଓରଫ ସିଲୁ, ନୟାଗଡ଼ ରଥଗଡ଼ାସାହିର ସୁଧାଶୁଂ ମୋହନ ପାଣିଗ୍ରାହୀଙ୍କ ପୁଅ ସିଦ୍ଧାର୍ଥ ପାଣିଗ୍ରାହୀ ଓରଫ ସାଗର । ସାଗର ମୁଖ୍ୟ ଅଭିଯୁକ୍ତ ବୋଲି ସୂଚନା ମିଳିଛି ।

ପୁଲିସ ସୂଚନା ଅନୁଯାୟୀ, କଟକର ସମ୍ପ୍ରତ୍ତି ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ଓଏଲଏସ୍କରେ ଏକ ଆଇ-ଫୋନ୍ ବିକ୍ରି ହେବାର ବିଜ୍ଞାପନ ଦେଖିଥିଲେ । ସେ ଏହା ଦେଖି ତତସଲଗ୍ନ ନମ୍ବରରେ ଯୋଗାଯୋଗ କରିଥିଲେ । ଆଇ ଫୋନ୍ ବାବାଦକୁ ବିକ୍ରି କରିବାକୁ ଥିବା ବ୍ୟକ୍ତି ୪୫ ହଜାର ଟଙ୍କା ମାଗିଥିଲେ । ସମ୍ପ୍ରତ୍ତି ଏନେଇ ଗୁଗୁଲି ପେ ମାଧ୍ୟମରେ ତାଙ୍କୁ ଟଙ୍କା ଦେଇଥିଲେ । ଫୋନ୍ ପାଇବା ପାଇଁ ସମ୍ପ୍ରତ୍ତି ବାରମ୍ବାର ଯୋଗାଯୋଗ କରିଥିବା ବେଳେ ସାଗର ଆଉ ଧରା ଦେଇ ନ ଥିଲେ । ପରେ ନମ୍ବର ମଧ୍ୟ ବଦଳାଇ ଦେଇଥିଲେ । ଏ
ସମସ୍ତ କାରନାମା ସାଗର ଚଳାଇଥିଲା । ସେ ଏହି କାରନାମାରେ ଅନ୍ୟ ଦୁଇ ଜଣଙ୍କୁ ସାମିଲ କରିଥିଲା । ଆଇ ଫୋନ ନପାଇ ସମ୍ପତ୍ତି ଠକେଇର ଶୀକାର ହୋଇଥିବା ଜାଣିପାରିଥିଲେ ।

କୌଣସି ସୁତ୍ରରୁ ସାଗର ଅଭିଯୁକ୍ତମାନେ ନୟାଗଡ଼ ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ । ଫଳରେ ସେ ନୟାଗଡ଼ ଆସି ଟାଉନଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।ନୟାଗଡ଼ ଟାଉନଥାନା ଅଧିକାରୀ ପ୍ରଜ୍ଞା ପାରମିତା ଜେନା ଏନେଇ ଖୋଳତାଡ଼ କରିବାରେ ଅଭିଯୁକ୍ତ ଏକା ନଥିବା ଏବଂ ଅନ୍ୟ ଦୁଇ ଜଣ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲେ । ସେମାନେ ମିଳିତ ଭାବେ ଅନଲାଇନ ମାଧ୍ୟରେ ଜାଲ ବିଛାଇ ବିଭିନ୍ନ ଲୋକଙ୍କୁ ଠକେଇ କରିଥିବା ଜଣାପଡ଼ିଥିଲା । ଏପରିକି ରାଜ୍ୟ ବାହାରର ବହୁ ଲୋକଙ୍କୁ ପ୍ରତିଦିନ ଜାଲ ବିଛାଇ ଫସାଇବା ସେମାନଙ୍କ ନିଶା ଥିଲା । ଅଭିଯୁକ୍ତଙ୍କଠାରୁ ପୁଲିସ ୧ ଲକ୍ଷ ୬୫ ହଜାର ଟଙ୍କା, ୫ଟି ମୋବାଇଲ ଫୋନ୍ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀମତି ଜେନା ସୂଚନା ଦେଇଛନ୍ତି ।

https://www.thesakala.in/latest-odisha-news/angul/3-cyber-lootera-arrested-in-nayagarh/article-16853
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର