ଦେହ ଭଲ ହୋଇଯିବ କହି ମହିଳାଙ୍କଠୁ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

The Sakala Picture
Published On

ଅନୁଗୁଳ : ଅନୁଗୁଳ ସହରରେ ଦିନ ଦ୍ବିପ୍ରହରରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ ହୋଇଥିବା ନେଇ ସେ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ୨ ଜଣ ଅଣ ଓଡ଼ିଆ ଠକ ତାଙ୍କୁ ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି । ପୁଲିସ ସୂଚନା ମୁତାବକ, […]

ଅନୁଗୁଳ : ଅନୁଗୁଳ ସହରରେ ଦିନ ଦ୍ବିପ୍ରହରରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ ହୋଇଥିବା ନେଇ ସେ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ୨ ଜଣ ଅଣ ଓଡ଼ିଆ ଠକ ତାଙ୍କୁ ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିରୂପା ନଦୀରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର, ଦୁଇଦିନ ତଳୁ ନିଖୋଜ ଥିଲେ

ପୁଲିସ ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ରସାନନ୍ଦ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ଶିମିଳିପଡା ମା’ ଭୈରବୀ ଔଷଧ ଦୋକାନରେ ବସୁଥିବା ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ନିକଟକୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥିଲା । ଡାକ୍ତର ଦେଖାଇ ସାରି ଚାଲିଚାଲି ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କ ସାଙ୍ଗରେ ଚାଲିଚାଲି ଆସିଲେ ଓ ହିନ୍ଦୀରେ ତାଙ୍କ ସହ କଥା ହେଲେ। ଇତି ମଧ୍ୟରେ ସେମାନେ ମହିଳାଙ୍କ ଦେହରେ ଠାକୁରାଣୀଙ୍କ କୋପରୁ ଖରାପ ହେଉଛି । ତେଣୁ ସେ ଲକ୍ଷ୍ମୀ ମା’ ଓ କାଳୀ ମା’ଙ୍କୁ ସ୍ମରଣ କଲେ ସେ ସବୁ ଦୂର ହେବ ଓ ଘରେ ଧନଲକ୍ଷ୍ମୀ ବୃଦ୍ଧି ହେବ ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ପିନ୍ଧିଥିବା ସୁନା ଗହଣାକୁ ଦେହରୁ ଖୋଲି ହାତରେ ଧରି ଆଖୁ ବନ୍ଦ କରି ୫୧ ଫୁଟ ଚାଲିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

08 Nov 2022 By The Sakala

ଦେହ ଭଲ ହୋଇଯିବ କହି ମହିଳାଙ୍କଠୁ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳ ସହରରେ ଦିନ ଦ୍ବିପ୍ରହରରେ ଲୁଟ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। କାଞ୍ଚନ ଟକିଜ ଛକ ଠାରୁ ବସଷ୍ଟାଣ୍ଡ ରାସ୍ତାରେ ଜଣେ ମହିଳାଙ୍କୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟ ହୋଇଥିବା ନେଇ ସେ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି । ୨ ଜଣ ଅଣ ଓଡ଼ିଆ ଠକ ତାଙ୍କୁ ଠକିଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ପୁଲିସ ସୂଚନା ମୁତାବକ, ଆଠମଲ୍ଲିକ ଅଞ୍ଚଳର ରସାନନ୍ଦ ସାହୁଙ୍କ ପତ୍ନୀ ଗୀତାଞ୍ଜଳି ଶିମିଳିପଡା ମା’ ଭୈରବୀ ଔଷଧ ଦୋକାନରେ ବସୁଥିବା ଜଣେ ଚର୍ମରୋଗ ବିଶେଷଜ୍ଞଙ୍କ ନିକଟକୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଆସିଥିଲା । ଡାକ୍ତର ଦେଖାଇ ସାରି ଚାଲିଚାଲି ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କ ସାଙ୍ଗରେ ଚାଲିଚାଲି ଆସିଲେ ଓ ହିନ୍ଦୀରେ ତାଙ୍କ ସହ କଥା ହେଲେ। ଇତି ମଧ୍ୟରେ ସେମାନେ ମହିଳାଙ୍କ ଦେହରେ ଠାକୁରାଣୀଙ୍କ କୋପରୁ ଖରାପ ହେଉଛି । ତେଣୁ ସେ ଲକ୍ଷ୍ମୀ ମା’ ଓ କାଳୀ ମା’ଙ୍କୁ ସ୍ମରଣ କଲେ ସେ ସବୁ ଦୂର ହେବ ଓ ଘରେ ଧନଲକ୍ଷ୍ମୀ ବୃଦ୍ଧି ହେବ ବୋଲି କହିଥିଲେ। ସେଥିପାଇଁ ତାଙ୍କୁ ପିନ୍ଧିଥିବା ସୁନା ଗହଣାକୁ ଦେହରୁ ଖୋଲି ହାତରେ ଧରି ଆଖୁ ବନ୍ଦ କରି ୫୧ ଫୁଟ ଚାଲିବାକୁ ପଡ଼ିବ ବୋଲି ମଧ୍ୟ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର