ବେଙ୍ଗାଲୁରୁରେ ଦେବଦୂତ ସାଜିଛନ୍ତି ଓଡ଼ିଆ ଯୁବକ

The Sakala Picture
Published On

କଟକ : କରୋନା ମହାମାରୀରେ ବହୁ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କ ମୃତ୍ୟୁ ଘଟୁଛି। ଏଭଳି ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢୀ। କୌଣସି ସାମାଜିକ ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା ଓଡ଼ିଆଙ୍କୁୁ ଯୋଗାଉଛନ୍ତି ଖାଦ୍ୟ ଏବଂ ଅମ୍ଳଜାନ ସିଲିଣ୍ଡର। କରୋନା ଯୋଗୁ ରୋଜଗାର ହରାଇଥିବା ବହୁ ଓଡ଼ିଆ ପରିବାରଙ୍କୁ ସେ ଖାଦ୍ୟ ସାମାଗ୍ରୀ ଯୋଗାଉଥିବା […]

କଟକ : କରୋନା ମହାମାରୀରେ ବହୁ ଆକ୍ରାନ୍ତ ହେଉଥିବାବେଳେ ଅନେକଙ୍କ ମୃତ୍ୟୁ ଘଟୁଛି। ଏଭଳି ସମୟରେ ରାଜ୍ୟ ବାହାରେ ବା ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆଙ୍କ ପାଇଁ ଦେବଦୂତ ସାଜିଛନ୍ତି କଟକର ପୁଅ ଆଦିତ୍ୟ ପାଢୀ। କୌଣସି ସାମାଜିକ ସଙ୍ଗଠନ କିମ୍ବା ବ୍ୟକ୍ତିଙ୍କ ଠାରୁ ସହାୟତା ନ ନେଇ ସେ କରୋନା ଆକ୍ରାନ୍ତ ହେଉଥିବା ଓଡ଼ିଆଙ୍କୁୁ ଯୋଗାଉଛନ୍ତି ଖାଦ୍ୟ ଏବଂ ଅମ୍ଳଜାନ ସିଲିଣ୍ଡର। କରୋନା ଯୋଗୁ ରୋଜଗାର ହରାଇଥିବା ବହୁ ଓଡ଼ିଆ ପରିବାରଙ୍କୁ ସେ ଖାଦ୍ୟ ସାମାଗ୍ରୀ ଯୋଗାଉଥିବା ବେଳେ ଶହଶହ କରୋନାରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଓଡ଼ିଆ ବ୍ୟକ୍ତିଙ୍କୁ ଅକ୍ସିଜେନ ଯୋଗାଇଛନ୍ତି। ଆଦିତ୍ୟଙ୍କ ଘର ବାରବାଟୀ ଦୁର୍ଗ କିଲ୍ଲା ଫୋର୍ଟ ଅଞ୍ଚଳରେ। ସେ ଦୀର୍ଘ ୨୨ ବର୍ଷ ହେବ ବେଙ୍ଗାଲୁରୁ ନର୍ଥ କେ. ଆରପୁରମ ଅଞ୍ଚଳରେ ରହୁଛନ୍ତି। ସେ ଜଣେ ଯୁବ ଶିଳ୍ପୋଦ୍ୟଗୀ। ଏକ ସଫ୍ଟ ୱେୟାର ସଂସ୍ଥା ଚଳାଉଛନ୍ତି।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଓ ଶୃଙ୍ଖଳାଗତ କାରଣ: ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ

ସେ ଯେଉଁ ଅଞ୍ଚଳରେ ରହିଛନ୍ତି ସେଠାରେ ବହୁ ଓଡ଼ିଆ କାମ କରନ୍ତି। କିଏ ଇଟା ଭାଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଛି ତ ଆଉ କିଏ ବିଭିନ୍ନ ପୋଷାକ ଦୋକାନରେ କାମ କରୁଛନ୍ତି। କରୋନା ମହାମାରୀ ସମୟରେ ବହୁ ବ୍ୟକ୍ତି ହାତ ବାନ୍ଧି ବସି ରହିଛନ୍ତି। ଓଡ଼ିଶା ଫେରିବାକୁ ନା ଅଛି ଗାଡିର ସୁବିଧା ନା ସେମାନଙ୍କ ପାଖରେ ଅଛି ଅର୍ଥ। ବହୁ ଦିନ ଧରି କାମ ବନ୍ଦ ରହିଥିବାରୁ ଯାହା କିଛି ଅର୍ଥ ସଞ୍ଚୟ କରୁଥିଲେ ତାହାକୁ ଖର୍ଚ୍ଚ କରି ଦିନ କାଟୁଛନ୍ତି। ଆଦିତ୍ୟ ପରେ ଓଡ଼ିଶାର ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିଲେ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର