ବିଦ୍ୟୁତ ବିଭାଗର ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ଥାନାଧିକାରୀ ଅଟକ

The Sakala Picture
Published On

ବାହାନଗା: ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଜଣେ ଯୁବକଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ବିଭାଗୀୟ ଅବହେଳା ପାଇଁ ଯୁବକଙ୍କ ପ୍ରାଣହାନି ଘଟିଥିବାରୁ ଉତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ଥାନାଧିକାରୀଙ୍କୁ ଅଟକ ରଖିଛନ୍ତି। ସୂଚନା ମୁତାବକ ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ୧୨ନଂ ୱାର୍ଡ ରସଲପୁର ଗ୍ରାମର ଗଣେଶ(୪୦) ବିଲକୁ ଧାନ ରୋଇବା ପାଇଁ ତଳି ବିଡା ନେଇ ଯାଇଥିଲେ। ତାଙ୍କ ବିଲ ନିକଟରେ ବିଦ୍ୟୁତ ବିଭାଗ ତାର ଟାଣିଥିଲା। […]

ବାହାନଗା: ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଜଣେ ଯୁବକଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ବିଭାଗୀୟ ଅବହେଳା ପାଇଁ ଯୁବକଙ୍କ ପ୍ରାଣହାନି ଘଟିଥିବାରୁ ଉତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ଥାନାଧିକାରୀଙ୍କୁ ଅଟକ ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସୂଚନା ମୁତାବକ ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ୧୨ନଂ ୱାର୍ଡ ରସଲପୁର ଗ୍ରାମର ଗଣେଶ(୪୦) ବିଲକୁ ଧାନ ରୋଇବା ପାଇଁ ତଳି ବିଡା ନେଇ ଯାଇଥିଲେ। ତାଙ୍କ ବିଲ ନିକଟରେ ବିଦ୍ୟୁତ ବିଭାଗ ତାର ଟାଣିଥିଲା। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ତାର ବିଲ ଉପରେ ମାତ୍ର ୨ଫୁଟ ଉଚ୍ଚତାରେ ତାର ଓହଳି ରହିଥିଲା। ତାର ଓହଳି ରହିବା ଯୋଗୁଁ ଚାଷ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ଗଣେଶ ବାରମ୍ବାର ବିଭାଗୀୟ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅଣଦେଖା ମନୋବୃତ୍ତି ଯୋଗୁଁ ତାର ଟେକା ହୋଇନଥିଲା। ଆଜି ବିଲରେ ଧାନ ରୋଇବା ପାଇଁ ଯାଇଥିବା ବେଳେ ତାରକୁ ଟେକୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତେବେ ଗୁରୁତ୍ୱପୂର୍ଣ ଘଟଣାକ୍ରମେ ବିଭାଗ ନିମ୍ନମାନର କେବୁଲ ଟାଣି ଥିବାରୁ ଗଣେଶଙ୍କର ପ୍ରାଣ ହାନି ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ। ଖବରପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ପହଂଚି ନଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୁଧାରିବା ତଥା ମୃତଦେହ ଜବତ ପାଇଁ ଖନ୍ତାପଡା ଥାନାଧିକାରୀ ବିମଳ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି କ୍ଷତିପୂରଣ ପ୍ରଦାନ ନକରିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ନଦେବା ପାଇଁ ଜିଦରେ ଥାନାଧିକାରୀ ଶ୍ରୀ ନାୟକଙ୍କୁ ଅଟକ ରଖିଛନ୍ତି।ତାଙ୍କ ମୃତ୍ୟୁରେ ପୁରା ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁରନ୍ତ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

07 Aug 2021 By The Sakala

ବିଦ୍ୟୁତ ବିଭାଗର ଅବହେଳା ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ଥାନାଧିକାରୀ ଅଟକ

ବାହାନଗା: ବିଦ୍ୟୁତ ବିଭାଗର ଚରମ ଅବହେଳା ପାଇଁ ଜଣେ ଯୁବକଙ୍କର ଆଜି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି । ବିଭାଗୀୟ ଅବହେଳା ପାଇଁ ଯୁବକଙ୍କ ପ୍ରାଣହାନି ଘଟିଥିବାରୁ ଉତ୍ୟକ୍ତ ଗ୍ରାମବାସୀ ଘଟଣାସ୍ଥଳରେ ଥାନାଧିକାରୀଙ୍କୁ ଅଟକ ରଖିଛନ୍ତି।

ସୂଚନା ମୁତାବକ ବାହାନଗା ବ୍ଲକ କସବାଜୟପୁର ପଞ୍ଚାୟତ ୧୨ନଂ ୱାର୍ଡ ରସଲପୁର ଗ୍ରାମର ଗଣେଶ(୪୦) ବିଲକୁ ଧାନ ରୋଇବା ପାଇଁ ତଳି ବିଡା ନେଇ ଯାଇଥିଲେ। ତାଙ୍କ ବିଲ ନିକଟରେ ବିଦ୍ୟୁତ ବିଭାଗ ତାର ଟାଣିଥିଲା। ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ପାଇଁ ତାର ବିଲ ଉପରେ ମାତ୍ର ୨ଫୁଟ ଉଚ୍ଚତାରେ ତାର ଓହଳି ରହିଥିଲା। ତାର ଓହଳି ରହିବା ଯୋଗୁଁ ଚାଷ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ଗଣେଶ ବାରମ୍ବାର ବିଭାଗୀୟ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅଣଦେଖା ମନୋବୃତ୍ତି ଯୋଗୁଁ ତାର ଟେକା ହୋଇନଥିଲା। ଆଜି ବିଲରେ ଧାନ ରୋଇବା ପାଇଁ ଯାଇଥିବା ବେଳେ ତାରକୁ ଟେକୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ତେବେ ଗୁରୁତ୍ୱପୂର୍ଣ ଘଟଣାକ୍ରମେ ବିଭାଗ ନିମ୍ନମାନର କେବୁଲ ଟାଣି ଥିବାରୁ ଗଣେଶଙ୍କର ପ୍ରାଣ ହାନି ହୋଇଥିବାର ପରିବାର ଲୋକେ ଅଭିଯୋଗ କରିଥିଲେ। ଖବରପାଇ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗର କୌଣସି ଅଧିକାରୀ ପହଂଚି ନଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୁଧାରିବା ତଥା ମୃତଦେହ ଜବତ ପାଇଁ ଖନ୍ତାପଡା ଥାନାଧିକାରୀ ବିମଳ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଂଚି କ୍ଷତିପୂରଣ ପ୍ରଦାନ ନକରିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ନଦେବା ପାଇଁ ଜିଦରେ ଥାନାଧିକାରୀ ଶ୍ରୀ ନାୟକଙ୍କୁ ଅଟକ ରଖିଛନ୍ତି।ତାଙ୍କ ମୃତ୍ୟୁରେ ପୁରା ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତୁରନ୍ତ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର