ସର୍ବକାଳୀନ ରେକର୍ଡ, ହଜାରେ କୋଟି ଟପିଲା ବିଏମ୍‌‌ସି ବଜେଟ୍‌‌

The Sakala Picture
Published On

ଭୁବନେଶ୍ୱର: ବିଏମ୍‌‌ସି ବଜେଟ୍‌‌ ଟପିଲା ହଜାରେ କୋଟି ଟଙ୍କା। ଯାହା ବିଏମ୍‌‌ସି ଇତିହାସର ସର୍ବକାଳୀନ ରେକର୍ଡ। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍‌‌ସି ବଜେଟ୍‌‌ ପାରିତ ହୋଇଛି। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍‌‌ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ବିଏମ୍‌‌ସି ପକ୍ଷରୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବଜେଟ୍‌‌ରେ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ […]

ଭୁବନେଶ୍ୱର: ବିଏମ୍‌‌ସି ବଜେଟ୍‌‌ ଟପିଲା ହଜାରେ କୋଟି ଟଙ୍କା। ଯାହା ବିଏମ୍‌‌ସି ଇତିହାସର ସର୍ବକାଳୀନ ରେକର୍ଡ। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍‌‌ସି ବଜେଟ୍‌‌ ପାରିତ ହୋଇଛି। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍‌‌ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ବୋଲି ବିଏମ୍‌‌ସି ପକ୍ଷରୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ୧୦ଟି କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବା ପାଇଁ ବଜେଟ୍‌‌ରେ ବ୍ୟବସ୍ଥା କରାଯାଇଛି। ସେହିପରି ସ୍ୱାସ୍ଥ୍ୟ ସେବାକୁ ପରିବ୍ୟାପ୍ତ କରିବା ପାଇଁ ଆଉ ୪ଟି ଅର୍ବାନ ୱେଲ୍‌‌ନେସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ କରାଯାଉଛି। ଜଳବନ୍ଦୀକୁ ସାମ୍ନା କରିବା ପାଇଁ ଆବଶ୍ୟକ ପମ୍ପସେଟ୍‌‌ କ୍ରୟ, ଜରୁରିକାଳୀନ ପରିସ୍ଥିତି ପାଇଁ ଡିଜି ସେଟ୍‌‌ କ୍ରୟ ଆଦି ରହିଛି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଭୁବନେଶ୍ୱର ମହାନଗର ନିଗମର ସୁପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ଓ ବର୍ଜ୍ୟ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ପାଇଁ ୫୦ କୋଟି, ପେଭର୍‌‌ ବ୍ଲକ ରାସ୍ତା ନିର୍ମାଣ ପାଇଁ ୯୭.୭୨ କୋଟି, ଡ୍ରେନ୍‌‌ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ୱାର୍ଡ ଅଫିସ ନିର୍ମାଣ ପାଇଁ ୨୧ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ସହ ଯାନବାହାନ କ୍ରୟ, ପାନୀୟ ଜଳ, ଆଲୋକକୀକରଣ ଏବଂ ଅନ୍ୟାନ୍ୟ ମୌଳିକ କାର୍ଯ୍ୟକୁ ଗୁରୁତ୍ୱ ଦେଇ ୧୫୧୪.୪୫ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ବଜେଟ୍‌‌ ପ୍ରସ୍ତୁତ କରାଯାଇଛି। ଏହା ଏକ ସନ୍ତୁଳିତ ବଜେଟ୍‌‌। ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ନିଗମକୁ ସବୁ ଦିଗରୁ ସରସ ସୁନ୍ଦର କରିବା ପାଇଁ ଏହି ବ୍ୟୟ ଅଟଳର କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ତେବେ ଚିଠା ବଜେଟରେ ବ୍ୟୟ ଅଟକଳ ୧୪୯୨.୫୦ କୋଟି ରହିଥିବା ବେଳେ ଆଜିର ବଜେଟରେ ୧୫୧୪.୪୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଏମ୍‌‌ସି ବିଭିନ୍ନ ଦିଗରୁ ହେଉଥିବା ପ୍ରମୁଖ ଆୟ ମଧ୍ୟରେ ରାଜସ୍ୱ ପ୍ରାୟ ୯୧ କୋଟି, ସରକାରୀ ଅନୁଦାନ ବାବଦରେ ୧୨୫ କୋଟି, ମୁକ୍ତା ପାଇଁ ୬୦ କୋଟି, ଡ୍ରେନ ଉନ୍ନତିକରଣ ପାଇଁ ୫୦ କୋଟି, ଜଳାଶୟଗୁଡ଼ିକର ଉନ୍ନତିକରଣ ପାଇଁ ୫୦ କୋଟି ଏବଂ ବିଭିନ୍ନ ଟିକସ ବାବଦରେ ୯୨ କୋଟି, ରାଜସ୍ୱ ଆୟ ୨୩୨.୧୨ କୋଟି ଏବଂ ସରକାରୀ ଅନୁଦାନ ବାବଦରେ ୬୩୬ କୋଟିରୁ ଅଧିକ ଟଙ୍କା ଆୟ ଯୋଜନା ରହିଛି ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ମୋଟାମୋଟି ଭାବେ କହିବାକୁ ଗଲେ, ଆର୍ଥିକ ବର୍ଷ ୨୦୨୩-୨୪ ଶେଷରେ ୬୩୨.୯୬ କୋଟି ଟଙ୍କା ବଳକା ଅର୍ଥ ରହିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜସ୍ୱ ଆୟ ୫୮୧.୨୮ କୋଟି, ପୁଞ୍ଜିଭୁକ୍ତ ଆୟ ୩୦୦ କୋଟି ଏପରି ମୋଟ ୧୫୧୪. ୪୫ କୋଟି ଟଙ୍କା ଆୟ ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସେହିପରି ରାଜସ୍ୱ ବ୍ୟୟ ୫୮୦.୪୭ କୋଟି, ପୁଞ୍ଜିଭୁକ୍ତ ବ୍ୟୟ ୪୪୭.୦୮ କୋଟି ଏବଂ ବର୍ଷ ଶେଷକୁ ୪୮୬.୯୦ କୋଟି ଟଙ୍କା ବଳକା ଅର୍ଥ ଅଟକଳ କରାଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଜେଟ୍‌‌ ଆଲୋଚନାରେ କମିସନର ବିଜୟ ଅମୃତା କୁଲାଙ୍ଗେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ବିଳାସ କୁମାର ବେହେରା, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର ଉପସ୍ଥିତ ଥିଲେ। ଏହି ଆଲୋନଚାରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ବିଏମ୍‌‌ସିର ବରିଷ୍ଠ ଅଧିକାରୀ ଓ ଟିମ୍‌‌ ବିଏମ୍‌‌ସି ଉପସ୍ଥିତ ଥିଲେ। ଏହି ସ୍ୱତନ୍ତ୍ର ଅଧିବେଶନରେ କମିସନର ସ୍ୱାଗତ ଭାଷଣ ଦେଇଥିବା ବେଳେ, ମେୟର ବଜେଟର ମୁଖ୍ୟାଂଶ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର ବଜେଟ୍‌‌ର ବିସ୍ତୃତ ବିବରଣୀ ପାଠ କରିଥିବା ବେଳେ ଅତିରିକ୍ତ କମିସନର୍‌‌ ଶୁଭେନ୍ଦୁ କୁମାର ସାହୁ ପରିଚାଳନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର