ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ସମସ୍ତ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୋଟ ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ୧୩ କ୍ୟାବିନେଟ […]

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ସମସ୍ତ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୋଟ ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା। ଆଜି ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶପଥ ପାଠ ପରେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: ମୋତେ ଚାକିରି ଫେରାଇ ଦିଅନ୍ତୁ… ମୁଁ କେମିତି ବଞ୍ଚିବି….ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ

ଆଜି ଶପଥ ନେଇଥିବା କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା। ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

ଆହୁରି ପଢ଼ନ୍ତୁ: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା: ଥାନା ଘେରାଉ ସହ କଟକ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଗ୍ରାମବାସୀ

୧. ଜଗନ୍ନାଥ ସାରକା (ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ)

୨.ନିରଞ୍ଜନ ପୂଜାରୀ (ଅର୍ଥ, ସଂସଦୀୟ ବ୍ୟାପାର)

୩.ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ)

୪.ପ୍ରଦୀପ କୁମାର ଅମାତ (ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ)

୫. ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ)

୬.ଟୁକୁନି ସାହୁ ( ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ)

୭.ଉଷା ଦେବୀ ( ଗୃହ ଓ ନଗର ଉନ୍ନୟନ)

୮. ପ୍ରତାପ କେଶରୀ ଦେବ(ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ)

୯. ପ୍ରମିଳା ମଲ୍ଲିକ( ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)

୧୧. ନବ କିଶୋର ଦାସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

୧୨. ଅଶୋକ ଚନ୍ଦ୍ର ପଣ୍ଡା( ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)

୧୩.ରାଜେନ୍ଦ୍ର ଢୋଲକିଆ ( ଯୋଜନା ଓ ସଂଯୋଜନ)

୧୪. ରୋହିତ ପୂଜାରୀ ( ଉଚ୍ଚ ଶିକ୍ଷା )

୧୫. ସମୀର ରଞ୍ଜନ ଦାସ ( ଗଣଶିକ୍ଷା )

୧୬. ବାସନ୍ତୀ ହେମ୍ୱମ୍ (ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି)

୧୭.ପ୍ରୀତିରଞ୍ଜନ ଘଢେଇ (ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)

୧୮. ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବ ବ୍ୟାପାର, ଅତିରିକ୍ତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ)

୧୯. ରୀତା ସାହୁ ( ହସ୍ତତନ୍ତ ଓ ବୟନ ଶିଳ୍ପ)

୨୦. ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ, ଅବକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ)

୨୧.  ଶ୍ରୀକାନ୍ତ ସାହୁ (ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ)

05 Jun 2022 By The Sakala

ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ନୂଆ ମନ୍ତ୍ରୀ । ସମସ୍ତ ନୂଆ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମନ୍ତ୍ରୀଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ମୋଟ ୨୧ ଜଣ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିଛନ୍ତି । ନବୀନଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ୧୩ କ୍ୟାବିନେଟ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ପାହ୍ୟା। ଆଜି ଲୋକସେବା ଭବନର କନଭେନସନ ହଲରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶପଥ ପାଠ ପରେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି।

ଆଜି ଶପଥ ନେଇଥିବା କ୍ୟାବିନେଟ୍ ମନ୍ତ୍ରୀମାନେ ହେଲେ- ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବ କିଶୋର ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା। ସେହିପରି ଶପଥ ନେଇଥିବା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)ମାନେ ହେଲେ- ସମୀର ରଞ୍ଜନ ଦାଶ, ଅଶ୍ୱିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼େଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ।

୧. ଜଗନ୍ନାଥ ସାରକା (ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ)

୨.ନିରଞ୍ଜନ ପୂଜାରୀ (ଅର୍ଥ, ସଂସଦୀୟ ବ୍ୟାପାର)

୩.ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ)

୪.ପ୍ରଦୀପ କୁମାର ଅମାତ (ପଞ୍ଚାୟତରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ)

୫. ଅତନୁ ସବ୍ୟସାଚୀ ନାୟକ (ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ)

୬.ଟୁକୁନି ସାହୁ ( ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ)

୭.ଉଷା ଦେବୀ ( ଗୃହ ଓ ନଗର ଉନ୍ନୟନ)

୮. ପ୍ରତାପ କେଶରୀ ଦେବ(ଶକ୍ତି, ଶିଳ୍ପ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ)

୯. ପ୍ରମିଳା ମଲ୍ଲିକ( ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା)

୧୧. ନବ କିଶୋର ଦାସ (ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)

୧୨. ଅଶୋକ ଚନ୍ଦ୍ର ପଣ୍ଡା( ବିଜ୍ଞାନ ଓ କାରିଗରୀ କୌଶଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)

୧୩.ରାଜେନ୍ଦ୍ର ଢୋଲକିଆ ( ଯୋଜନା ଓ ସଂଯୋଜନ)

୧୪. ରୋହିତ ପୂଜାରୀ ( ଉଚ୍ଚ ଶିକ୍ଷା )

୧୫. ସମୀର ରଞ୍ଜନ ଦାସ ( ଗଣଶିକ୍ଷା )

୧୬. ବାସନ୍ତୀ ହେମ୍ୱମ୍ (ମହିଳା, ଶିଶୁ କଲ୍ୟାଣ ଓ ମିଶନ ଶକ୍ତି)

୧୭.ପ୍ରୀତିରଞ୍ଜନ ଘଢେଇ (ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା)

୧୮. ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବ ବ୍ୟାପାର, ଅତିରିକ୍ତ ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ)

୧୯. ରୀତା ସାହୁ ( ହସ୍ତତନ୍ତ ଓ ବୟନ ଶିଳ୍ପ)

୨୦. ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ, ଅବକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ)

୨୧.  ଶ୍ରୀକାନ୍ତ ସାହୁ (ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ)

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର