ଦେଶର ଶ୍ରେଷ୍ଠ ୨୦ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଲା ଏମ୍ସ ଭୁବନେଶ୍ୱର

The Sakala Picture
Published On

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ୨୦ତମ ସ୍ଥାନ ମିଳିଛି। ଗତବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି। କାରଣ ଗତବର୍ଷ ଏମ୍ସ ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା। ‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, […]

ଭୁବନେଶ୍ୱର: ସ୍ଥାପନା ହେବାର ପ୍ରଥମ ଦଶନ୍ଧି ମଧ୍ୟରେ ପାଇଥିବା ସଫଳତାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି ଏମ୍ସ ଭୁବନେଶ୍ୱର। ଦେଶର ସର୍ବୋତ୍ତମ ୨୦ ଶ୍ରେଷ୍ଠ ମେଡିକାଲ୍ କଲେଜ ମଧ୍ୟରେ ସ୍ଥାନ ପାଇଛି ଏହି ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ। ଇଣ୍ଡିଆ ଟୁଡେ ସର୍ଭେ- ୨୦୨୨ ମେଡିକାଲ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ୨୦ତମ ସ୍ଥାନ ମିଳିଛି। ଗତବର୍ଷ ତୁଳନାରେ ଏହା ଏକ ବିରାଟ ଉପଲବ୍ଧି। କାରଣ ଗତବର୍ଷ ଏମ୍ସ ୨୫ତମ ସ୍ଥାନରେ ସ୍ଥାନିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ରୋଗୀ ସେବା ପ୍ରତି ବିସ୍ତୃତ ଆଭିମୁଖ୍ୟ ତଥା ଡାକ୍ତରୀ ଛାତ୍ରମାନଙ୍କ ଗବେଷଣା ତଥା ସାମଗ୍ରିକ ବିକାଶ ହେତୁ ଚଳିତ ବର୍ଷ ଏମ୍ସ ଭୁବନେଶ୍ୱର ଏପରି ଉନ୍ନତ ମାନ୍ୟତା ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଏହି ସର୍ଭେରେ ଏମ୍ସ ନୂଆଦିଲ୍ଲୀ ପ୍ରଥମ ସ୍ଥାନ ଅଧିକାର କରିଛି। ସେହିଭଳି, ୨୦୦୦ ମସିହା କିମ୍ବା ପରେ ସ୍ଥାପିତ ଶ୍ରେଷ୍ଠ ୧୦ଟି ଉଦୀୟମାନ / ସର୍ବାଧିକ ସ୍କୋରିଂ କଲେଜ ମଧ୍ୟରେ ଏମ୍ସ ଭୁବନେଶ୍ୱରକୁ ଶ୍ରେଷ୍ଠ ଦ୍ୱିତୀୟ ମାନ୍ୟତା ମିଳିଛି। ଏଥିସହିତ ଏହି ସର୍ଭେ ଏମ୍ସ ଭୁବନେଶ୍ୱରକୁ ସର୍ବନିମ୍ନ ଫି ନେଉଥିବା ସରକାରୀ ମେଡିକାଲ କଲେଜଗୁଡିକ ମଧ୍ୟରେ ଚତୁର୍ଥ ସ୍ଥାନ ଦେଇଛି।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ମୁକେଶ ତ୍ରିପାଠୀ ଏଭଳି ସଫଳତାରେ ଖୁସି ବ୍ୟକ୍ତ କରିବା ସହିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗବେଷଣା ଏବଂ ଆଧୁନିକ ଅନୁସନ୍ଧାନ ପଦ୍ଧତି ସହିତ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଜିଗାଇଦେବାକୁ ଏମ୍ସ ଭୁବନେଶ୍ୱର ପ୍ରତିବଦ୍ଧ। ସାମଗ୍ରିକ ବିକାଶ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହା ବର୍ତ୍ତମାନ ଦେଶରେ ବିଶ୍ୱାସର ପ୍ରତୀକ ପାଲଟିଛି ବୋଲି ଡକ୍ଟର ତ୍ରିପାଠୀ କହିଛନ୍ତି।

ବିଗତ ବର୍ଷ ମଧ୍ୟରେ ଏମ୍ସ ଭୁବନେଶ୍ୱର ଏକ ଉତ୍ତମ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଉଭା ହୋଇଛି। ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭ କରି ତାଲିମ, ଚିକିତ୍ସା ଏବଂ ଅନୁସନ୍ଧାନ, ପ୍ରତ୍ୟେକ କ୍ଷେତ୍ରରେ ଏହା ଅତ୍ୟନ୍ତ ଉତ୍ତମ ପ୍ରଦର୍ଶନ କରୁଥିବା ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ଡିନ ଡାକ୍ଟର ଦେବାଶିଷ ହୋତା, ରେଜିଷ୍ଟ୍ରାର ବି ବି ମିଶ୍ର ପ୍ରମୁଖ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିରେ ଅନେକ ପ୍ରଶଂସା ସାଉଁଟିଛି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଞ୍ଚଳିକ ଅସନ୍ତୁଳନକୁ ଦୂର କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପରିକଳ୍ପନାକୁ ଏହା ବାସ୍ତବରେ ପରିଣତ କରିବାକୁ ପ୍ରଚେଷ୍ଟା ଜାରିରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର