କଟକରେ ଛଦ୍ମବେଶୀ ଆଫଗାନୀ

The Sakala Picture
Published On

ଭୁବନେଶ୍ୱର: ୨୦୧୮ ମସିହାରୁ ବେଆଇନ ଭାବେ ଭାରତରେ ଛଦ୍ମ ବେଶରେ ରହିଆସୁଥିବା ଜଣେ ଧୂର୍ତ୍ତକୁ ଏୟାରପୋର୍ଟ ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ଆଫଗାନିସ୍ତାନ କାବୁଲର ମହମ୍ମଦ ୟୁସୁଫ୍‌। ନକଲି ପାସ୍‌ପୋର୍ଟରେ ଦୁବାଇରୁ ଭୁବନେଶ୍ବର ଫେରିବା ବେଳେ ଭୁବନେଶ୍ବର ବିମାନବନ୍ଦରରେ ସେ ଧରାପଡ଼ିଛି। ତା’ ନିକଟରୁ ପୁଲିସ୍‌ ଗୋଟିଏ ନକଲି ପାସ୍‌ପୋର୍ଟ ଏବଂ କିଛି ଜାଲ୍‌ କାଗଜପତ୍ର ଜବତ କରିଛି। ସେ କଟକର ମୋତି ଖାନଙ୍କ ପୁଅ ୟାହା ଖାନଙ୍କ ନାମରେ ଏକ ନକଲି ଭାରତୀୟ […]

ଭୁବନେଶ୍ୱର: ୨୦୧୮ ମସିହାରୁ ବେଆଇନ ଭାବେ ଭାରତରେ ଛଦ୍ମ ବେଶରେ ରହିଆସୁଥିବା ଜଣେ ଧୂର୍ତ୍ତକୁ ଏୟାରପୋର୍ଟ ଥାନା ପୁଲିସ୍‌ ଗିରଫ କରିଛି। ସେ ହେଲା, ଆଫଗାନିସ୍ତାନ କାବୁଲର ମହମ୍ମଦ ୟୁସୁଫ୍‌। ନକଲି ପାସ୍‌ପୋର୍ଟରେ ଦୁବାଇରୁ ଭୁବନେଶ୍ବର ଫେରିବା ବେଳେ ଭୁବନେଶ୍ବର ବିମାନବନ୍ଦରରେ ସେ ଧରାପଡ଼ିଛି। ତା’ ନିକଟରୁ ପୁଲିସ୍‌ ଗୋଟିଏ ନକଲି ପାସ୍‌ପୋର୍ଟ ଏବଂ କିଛି ଜାଲ୍‌ କାଗଜପତ୍ର ଜବତ କରିଛି। ସେ କଟକର ମୋତି ଖାନଙ୍କ ପୁଅ ୟାହା ଖାନଙ୍କ ନାମରେ ଏକ ନକଲି ଭାରତୀୟ ପାସପୋର୍ଟ (ନମ୍ୱର ୟୁ୧୩୮୦୨୫୧) କରିଥିଲା। ସେ ପରିଚୟ ବଦଳାଇ ଦୀର୍ଘ ଦିନ ହେଲା କଟକରେ ରହି ଆସୁଛି। ବିଜୁ ପଟ୍ଟନାୟକ ବିମାନବନ୍ଦରରର ଇମିଗ୍ରେସନ୍‌ ଡିଏସ୍‌ପି ସମାପିକା ପଟ୍ଟନାୟକଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ୟୁସୁଫ୍‌ କେବଳ ଜାଲ୍‌ ପାସ୍‌ପୋର୍ଟ ନୁହେଁ, ଏଠାରେ ରହି ସେ ଆଧାର କାର୍ଡ, ପ୍ୟାନ୍‌ କାର୍ଡ, ଭୋଟର୍‌ କାର୍ଡ ଓ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଛଦ୍ମ ନାମରେ କରାଇନେଇଛି। ତେବେ ସେ କେଉଁ ଉଦ୍ଦେଶ୍ୟରେ ଓଡ଼ିଶାରେ ରହିଆସୁଛି; ସେନେଇ ପୁଲିସ୍‌ ତନାଘନା ଚଳାଇଛି।

ସୂଚନାଯୋଗ୍ୟ, ଗତକାଲି ୟୁସୁଫ୍‌ ଦୁବାଇ (ୟୁଏଇ)ରୁ ବିମାନ ନମ୍ବର (୬ଇ-୧୪୮୮)‌ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏଠାରେ ସେ କଟକର ମୋତି ଖାନଙ୍କ ପୁଅ ୟାହା ଖାନଙ୍କ ନାମରେ ଏକ ନକଲି ଭାରତୀୟ ପାସପୋର୍ଟ (ନମ୍ୱର ୟୁ୧୩୮୦୨୫୧) ଉପସ୍ଥାପନ କରିଥିଲା। ଇମିଗ୍ରେସନ୍‌ କ୍ଲିୟରାନ୍ସ ସମୟରେ ତା’ ଉପରେ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ଇମିଗ୍ରେସନ୍‌ ଡିଏସ୍‌ପି ସମାପିକା ଏବଂ ଅନ୍ୟ କର୍ମଚାରୀମାନେ ବିସ୍ତୃତ ଯାଞ୍ଚ କରିବା ପରେ ଉକ୍ତ ପାସ୍‌ପୋର୍ଟ ନକଲି ବୋଲି ଜଣାପଡ଼ିଥିଲା।

ଅଭିଯୁକ୍ତ ବିରୋଧରେ କୋଲକାତା ବିମାନବନ୍ଦରରୁ ଏକ ଡିସ୍କ୍ରିଟ୍‌ ଏଲ୍‌ଓସି ଜାରି କରାଯାଇଥିଲା। ପରବର୍ତ୍ତୀ ଯାଞ୍ଚରୁ ଜଣା‌ଯାଇଥିଲା ଯେ ବ୍ୟକ୍ତିଜଣକ ପ୍ରକୃତ ନାମ ମହମ୍ମଦ ୟୁସୁଫ୍‌। ସେ ଜଣେ ଆଫଗାନ ନାଗରିକ। ମୂଳ ପାସପୋର୍ଟ ନଂ -୦୨୪୫୭୬୫୫ ଧରି ୨୦୧୮ ରେ ବେଆଇନ ଭାବରେ ଭାରତରେ ପ୍ରବେଶ କରିଥିଲା। ଏକ ନକଲି ଭାରତୀୟ ପରିଚୟ ଗ୍ରହଣ କରିଥିଲା। ସେ ଜାଲ ଦସ୍ତାବିଜ୍‌ ବ୍ୟବହାର କରି ଆଧାର, ପ୍ୟାନ୍‌, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ପାସ୍‌ପୋର୍ଟ ଭଳି ଭାରତୀୟ ପରିଚୟପତ୍ର ଜାଲିଆତି କରି ସଂଗ୍ରହ କରିଥିଲା। ନିଜର ପ୍ରକୃତ ପରିଚୟ ଲୁଚାଇ ଓଡ଼ିଶାର କଟକରେ ରହୁଥିଲା। ସେ ରାଜ୍ୟ ବାହାରକୁ ଯାତ୍ରା କରିବା ପାଇଁ ମଧ୍ୟ ଜାଲ ପାସ୍‌ପୋର୍ଟର ବ୍ୟବହାର କରୁଥିଲା। ୟୁସୁଫକୁ ପଚରାଉଚରା କରାଯିବା ପରେ ସେ ସତ ମାନିଥିଲା। ଭାରତରେ ରହିବା ଏବଂ ବ୍ୟବସାୟ କରିବା ପାଇଁ ଜାଲ ପରିଚୟପତ୍ର ବ୍ୟବହାର କରିଥିବା ସ୍ୱୀକାର କରିଥିଲା। ତା’ ବୟାନ ଆଧାରରେ ପୁଲିସ ତା’ ଘରେ ଚଢ଼ଉ କରି ଏକାଧିକ ନକଲି କାଗଜପତ୍ର ଜବତ କରିଛି। ତା’ ନିକଟରୁ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ମୁଦ୍ରା, ଜାଲ୍‌ ପରିଚୟପତ୍ର (ଆଧାର ନମ୍ୱର ୨୩୪୭ ୧୬୪୯ ୪୩୭୮, ଭୋଟର ଆଇଡି, ଗୋଟିଏ ମୋବାଇଲ୍‌ ଫୋନ୍‌, ଦୁଇଟି ସୁନା କାନଫୁଲ ଏବଂ ନଗଦ ୩୦,୦୦୦ ଟଙ୍କା ଜବତ କରାଯାଇଥିଲା। ଏହା ବ୍ୟତୀତ, ତଲାସି ସମୟରେ ୟାହା ଖାନଙ୍କ ନାମରେ ଥିବା ବ୍ୟାଙ୍କ ଡକ୍ୟୁମେଣ୍ଟ ଏବଂ ନଗଦ ୫୦ହଜାର ଟଙ୍କା ମଧ୍ୟ ପୁଲିସ୍ ଜବତ କରିଛି।

22 Jun 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର