ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପାଇଁ ରାଜ୍ୟସରକାରଙ୍କ ଆଗୁଆ ପ୍ରସ୍ତୁତି

The Sakala Picture
Published On

ଭୁବନେଶ୍ବର: ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଲଗାତାର ମେ ମାସରେ ଖରା ଦିନିଆ ଝଡ ବାତ୍ୟା ଆସୁଛି ଏଥିରୁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଛି । ପାରାଦୀପ ଓ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି । ଯାହା ସାଇକ୍ଲୋନନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ସାଇକ୍ଲୋନ ପରିସ୍ଥିତିରେ ଟେଲିକମ୍ […]

ଭୁବନେଶ୍ବର: ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ନେବାକୁ ଥିବା ପଦେକ୍ଷପ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ଲଗାତାର ମେ ମାସରେ ଖରା ଦିନିଆ ଝଡ ବାତ୍ୟା ଆସୁଛି ଏଥିରୁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଛି । ପାରାଦୀପ ଓ ଗୋପାଳପୁରରେ ଡୋପଲର ରାଡାର କାର୍ଯ୍ୟ କରୁଛି । ଯାହା ସାଇକ୍ଲୋନନ୍ ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ । ସାଇକ୍ଲୋନ ପରିସ୍ଥିତିରେ ଟେଲିକମ୍ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବା ପାଇଁ ବିଏସ୍ଏନ୍ଏଲ୍ ଏବଂ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ଆପଦକାଳୀନ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଶୁଣାଣିକୁ ସେପ୍ଟେମ୍ବର ୭କୁ ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆଗୁଆ ମୋବାଇଲ୍ ଟାୱାରଗୁଡିକୁ ନିୟୋଜିତ କରିବା ପାଇଁ ଯୋଜନା କରାଯାଇଅଛି । ସମ୍ଭାବ୍ୟ ବାତ୍ୟା ପ୍ରବଣ ଅଞ୍ଚଳର ସମସ୍ତ ସେଲ ଫୋନ୍ ଗ୍ରାହକଙ୍କୁ ଭଏସ୍ ମେସେଜ୍ ସହିତ SMS ମାଧ୍ୟମରେ ସାଇକ୍ଲୋନନ୍ ଚେତାବନୀ ଏବଂ IMD ର ଆଲର୍ଟ ମେସେଜ୍ ପଠାଇବାକୁ BSNL କୁ ନିର୍ଦ୍ଦେଶ ଦିଆଯାଇଛି । ମେ’ ମାସ ୧ ତାରିଖରୁ ବିଭାଗ ଓ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଏହି କଣ୍ଟ୍ରୋଲ୍ ରୁମ୍ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଜୁନ୍ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା/ ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକ ସ୍ତରରେ Table Top Exercise ଓ ବାତ୍ୟା Mock Drill ଅନୁଷ୍ଠିତ ହେବ । ୩୧୭ ଟି ଫାୟାର ଷ୍ଟେସନଗୁଡିକରେ ଆବଶ୍ୟକୟ ସନ୍ଧାନ ଓ ଉଦ୍ଧାର ଉପକରଣ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ତାଲିମପ୍ରାପ୍ତ ଅଧିକାରୀମାନେ ଅବସ୍ଥାନ କରିଛନ୍ତି।  ରାଜ୍ୟରେ ୩୪୨ ଆଞ୍ଚଳିକ ଅଗ୍ନୀଶମସେବା ବାହିନୀ ଯେକୌଣସି ଆପଦକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । NDRF ତୃତୀୟ ବାଟାଲିୟନରେ ୧୭ ଟି ଟିମ୍ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ୧୬ ଟି ଟିମ ମୁଣ୍ଡଳୀଠାରେ ଏବଂ ଗୋଟିଏ ଟିମ ବାଲେଶ୍ୱର ଠାରେ ଅବସ୍ଥାପିତ ଅଛନ୍ତି । ଏହି NDRF ଟିମ୍ OSDMA ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ୮୭୯ ଟି ବହୁମୁଖୀ ବାତ୍ୟା / ବନ୍ୟା ଆଶ୍ରୟସ୍ଥଳୀ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାର କରାଯାଉଅଛି। ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାୱାର ଲାଇଟ୍ ର କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାୱାର ଲାଇଟ୍ ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ OSDMA କୁ ନିର୍ଦ୍ଦେଶ ଦିଆଯାଇଅଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ଜଳ ସମ୍ପଦ ବିଭାଗ ଠିକ୍ ସମୟରେ ବନ୍ୟାର ପୂର୍ବାନୁମାନ, ବିଭିନ୍ନ ନଦୀ ପ୍ରଣାଳୀର ଜଳସ୍ତର ଏବଂ ଜଳ ପ୍ରବାହ ଏବଂ ଜଳଭଣ୍ଡାରର ସୁପରିଚାଳନାକୁ ନିଶ୍ଚିତ କରିବେ। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱଛତା ଏବଂ ପରିମଳ ଉପରେ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ କରିବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, କ୍ଲୋରିନ୍ ଟାବଲେଟ୍, ଚୂନ ପାଉଡର ଇତ୍ୟାଦି ମହଜୁଦ୍ ରଖିବେ । ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗଙ୍କ ପାଖରେ ୧୦ଟି Mobile Treatment Plant ମହଜୁଦ୍ ଅଛି । ପାଣି ଟ୍ୟାଙ୍କର ମାଧ୍ୟମରେ ମଧ୍ୟ ପାନୀୟ ଜଳ ପ୍ରଭାବିତ ଅଞ୍ଚଳକୁ ଯୋଗାଇ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି । ବାତ୍ୟା ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ଜଳଯୋଗାଣ ପ୍ରକଳ୍ପ କୁ ତୁରନ୍ତ ପୁନଃରୁଦ୍ଧାର କରି କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

ଏହି ବିଭାଗମାନେ ବାତ୍ୟା ପୂର୍ବରୁ ଆବଶ୍ୟକୀୟ ମାନବ ସମ୍ବଳ, ଯନ୍ତ୍ରପାତି ଆଗୁଆ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରିବେ । ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସମୟରେ ଖୁବ୍ କମ୍ ସମୟ ମଧ୍ୟରେ ରିଲିଫ୍ ଲାଇନ କ୍ଲିୟରାନ୍ସ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା / କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ପୁନଃରୁଦ୍ଧାର ପାଇଁ ବ୍ୟବସ୍ଥା କରିବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବନ୍ୟା ସମ୍ବନ୍ଧୀୟ ରୋଗ ପାଇଁ ଆବଶ୍ୟକୀୟ ଔଷଧ, ଜଳ ବିଶୋଧକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାପକାମୁଡା ଇଞ୍ଜେକ୍ସନ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ମୌସୁମୀ ପୂର୍ବରୁ ପଶୁ ଚିକିତ୍ସାଳୟରେ ଆବଶ୍ୟକୀୟ ପଶୁ ଔଷଧ ମହଜୁଦ୍ ରଖିବା ଏବଂ ଗୋରୁଗାଈ ମାନଙ୍କ ଟୀକାକରଣ ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ଶକ୍ତି ବିଭାଗ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକୁ ସେମାନଙ୍କର ବିପର୍ଯ୍ୟୟ ପରିଚାଳନା ଯୋଜନା ସମୀକ୍ଷା କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେବେ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣର ଶୀଘ୍ର ପୁନରୁଦ୍ଧାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବେ । ଖାଦ୍ୟ ଯୋଗାଣ ଓ ଖାଉଟୀ ବିଭାଗ ବର୍ଷା ଋତୁ ପୂର୍ବରୁ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଆଗୁଆ ଖାଦ୍ୟ ସାମଗ୍ରୀ ଏବଂ PDS ଦ୍ରବ୍ୟ ମହଜୁଦ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି। ପେଟ୍ରୋଲ ପମ୍ପ ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ / ଡିଜେଲ ମହଜୁଦ୍ ରଖିବା ପାଇଁ ପଦକ୍ଷେପ ନେବେ। ବିଭିନ୍ନ ବିଭାଗମାନେ ସେମାନଙ୍କର ନୋଡାଲ ଅଫିସର ମାନଙ୍କର ମୋବାଇଲ୍ ନମ୍ବର, ହ୍ୱାଟ୍ସଆପ୍ ନମ୍ବର ଓ ଟେଲିଫୋନ୍ ନମ୍ବର ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟଳୟକୁ ଏପ୍ରିଲ୍ ମାସ ୩୦ ତାରିଖ ସୁଦ୍ଧା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର