ମନୋରଞ୍ଜନ
ଓଡ଼ିଶା
ଶ୍ୱଶୁର ଘରୁ ନିଜ ଜିନିଷ ନେବାକୁ ଟାଉନ ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂହଦେଓ
ବଲାଙ୍ଗୀର: ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ । ଶ୍ୱଶୁର ଘରୁ ନିଜ ଜିନିଷପତ୍ର ନେବାକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ତଥା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପ୍ୟାଲେସକୁ ଯିବା ପାଇଁ ଅଦ୍ରିଜା ପୋଲିସ ସୁରକ୍ଷା ମାଗିଛନ୍ତି । ସୂଚନା ଅନୁସାରେ, ଆଜି ନିଜ ବ୍ୟବହାର ସାମଗ୍ରୀ ନେବାକୁ ଅଦ୍ରିଜା ବଲାଙ୍ଗୀର ଆସିଥିଲେ । ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ […]
ବଲାଙ୍ଗୀର: ଥାନାର ଦ୍ବାରସ୍ଥ ହେଲେ ରାଜା ଘର ବୋହୂ । ଶ୍ୱଶୁର ଘରୁ ନିଜ ଜିନିଷପତ୍ର ନେବାକୁ ଅନଙ୍ଗ ଉଦୟ ସିଂହଦେଓଙ୍କ ସାନବୋହୂ ତଥା ଅର୍କେଶ ସିଂହଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ବଲାଙ୍ଗୀର ଟାଉନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପ୍ୟାଲେସକୁ ଯିବା ପାଇଁ ଅଦ୍ରିଜା ପୋଲିସ ସୁରକ୍ଷା ମାଗିଛନ୍ତି ।
ସୂଚନା ଅନୁସାରେ, ଆଜି ନିଜ ବ୍ୟବହାର ସାମଗ୍ରୀ ନେବାକୁ ଅଦ୍ରିଜା ବଲାଙ୍ଗୀର ଆସିଥିଲେ । ହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଟାଉନ ଥାନା ଯାଇ ସୁରକ୍ଷା ମାଗିଥିଲେ। ହେଲେ ପୁଲିସ ଡେରାଡୁନ ପୁଲିସର ବିନା ଅବଗତିରେ ସୁରକ୍ଷା ଦେଇ ହେବ ନାହିଁ ବୋଲି କହିଥିଲେ ପୋଲିସ । ତେଣୁ ପୁଲିସକୁ ଜଣାଇ ଆଦ୍ରିଜା ପ୍ୟାଲେସକୁ ଯାଇଥିଲେ । ମାତ୍ର ସେଠି ତାଲା ପଡିଥିବାରୁ ସେ ଫେରିଆସିଥିଲେ।
ଗତ ଡିସେମ୍ବର ମାସରେ ସ୍ଵାମୀ ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁରେ ଅଦ୍ରିଜା ଡେରାଡୁନ ଥାନାରେ ନିର୍ଯାତନା ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ମାମଲା ରୁଜୁ ନକରିବାରୁ ମେ ମାସରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ଡେରାଡୁନ୍ ପୋଲିସ ଅର୍କେଶ ସିଂହଦେଓ ଏବଂ ତାଙ୍କର ଦୁଇ ଜଣ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏବେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାରଧୀନ ରହିଛି ।





