କେସ୍ କୋହଳ କରିବାକୁ ଲାଞ୍ଚ ନେଇ ଖସି ପଳାଉଥିଲେ ଅତିରିକ୍ତ ଥାନା ଅଧିକାରୀ, ଗୋଡ଼ାଇ ଗୋଡ଼ାଇ ଧରିଲା ଭିଜିଲାନ୍ସ

The Sakala Picture
Published On

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ଥାନା ବାବୁ। କେସ୍ କୋହଳ କରିବାକୁ ୨୦ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଭିଜିଲାନ୍ସ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି। ଏକ ପୁରୁଣା ମାମଲା କୋହଳ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ ଲିମରାଜ। […]

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ଥାନା ବାବୁ। କେସ୍ କୋହଳ କରିବାକୁ ୨୦ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ଭିଜିଲାନ୍ସ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନଙ୍କୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

ଏକ ପୁରୁଣା ମାମଲା କୋହଳ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ଦେଉଥିଲେ ଲିମରାଜ। ଭିଜିଲାନ୍ସ ଟିମ୍ ନିକଟରେ ଏନେଇ ଅଭିଯୋଗକାରୀ ଆଗରୁ ଲିଖିତ ଅଭିଯୋଗ କରିଥିଲେ। ତାପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଲିମରାଜ ପ୍ରଧାନଙ୍କୁ ଧରିବା ପାଇଁ ପ୍ରସ୍ତୁତ ଥିଲା। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଥାନାରେ ନଳିନୀକାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଲାଞ୍ଚ ନେଇଥିଲେ ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ। ତେବେ ଏହାପରେ ଭିଜିଲାନ୍ସ ଟିମ୍‌ ଆସିବା ଦେଖି ଭିଜିଲାନ୍ସକୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୨୨କୁ ଶୁଣାଣି ଘୁଞ୍ଚାଇଲେ ସୁପ୍ରିମକୋର୍ଟ

ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି ଏସ ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ। ଏହି ଚଢ଼ାଉ ବେଳେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଟିମ୍ ସାମିଲ ଥିଲେ। ବର୍ତମାନ ଶ୍ରୀ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆଯାଇଛି ଏବଂ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଛି। କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନଙ୍କର ଖାତିଗୁଡ଼ା ଥାନାକୁ ବଦଳି ହୋଇଥିଲା ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ୨୫ ଲକ୍ଷ ଟଙ୍କାର ସାଇବର ଠକେଇ: ଗିରଫ ହେଲେ ୩ ଭାଇଭଉଣୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର