୧୪୧୧ କୋଟି ଟଙ୍କାର ୯ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ବୈଠକରେ ମଞ୍ଜୁରୀ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧.୫୮ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଆଜି ସିଙ୍ଗଲୱିଣ୍ଡୋ ପ୍ରାଧିକରଣ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ସହ ଏହା ରାଜ୍ୟର ଅର୍ଥନୀତିକ ଗତିବିଧିକୁ ଅଧିକ ପ୍ରୋତ୍ସାହିତ […]

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସିଙ୍ଗଲ୍ ୱିଣ୍ଡୋ ବୈଠକରେ ୧୪୧୧.୫୮ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହିସବୁ ପ୍ରକଳ୍ପରେ ୨୮୪୬ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଚି ହେବ । ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ, ସାର, ଇସ୍ପାତ ଡାଉନ ଷ୍ଟ୍ରିମ୍ ପ୍ରକଳ୍ପ ରହିଛି । ଆଜି ସିଙ୍ଗଲୱିଣ୍ଡୋ ପ୍ରାଧିକରଣ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିବା ସହ ଏହା ରାଜ୍ୟର ଅର୍ଥନୀତିକ ଗତିବିଧିକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏସବୁ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ୟ୍ୟକ୍ଷମ ହେବା ପାଇଁ ସେମାନଙ୍କୁ ଆବଶ୍ୟକ ପରିମାଣର ଜମି ଓ ଜଳ ଯୋଗାଇ ଦେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଆଜି ସିଙ୍ଗଲୱିଣ୍ଡୋ ବୈଠକରେ ମଞ୍ଜୁରୀ ହୋଇଥିବା ପ୍ରକଳ୍ପ ମଧ୍ୟରେ ଗଞ୍ଜାମ ଗୋପାଳପୁର ଏସଇଜେଡରେ ସମୁଦ୍ର ପାଣିରୁ ମଧୁର ଜଳ ପ୍ରସ୍ତୁତ ପାଇଁ ୧୦୭ କୋଟି ଟଙ୍କା ନିବେଶ କରିବ ଟାଟା । ବର୍ଷକୁ ୫ ହଜାର ୪୭୫ ନିୟୁତ ଲିଟର ମଧୁର ଜଳ ଉତ୍ପାଦନ ହେବ ।ସେହିପରି କୋଣାର୍କରେ ସି-ସ୍କୋପ୍ କମ୍ପାନୀ ୧୦୦ କୋଟି ଟଙ୍କା ଖର୍ଚ୍ଚ କରି ହୋଟେଲ ନିର୍ମାଣ କରିବ । ବାରଙ୍ଗରେ ଡ୍ରେନେଜ୍ ଏବଂ ସ୍ୱେଜ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଉପକରଣ ପାଇଁ କାରଖାନା ନିର୍ମାଣ ହେବ । ଓଡ଼ିଶା କଂକ୍ରିଟ ପ୍ରା.ଲି ଏଥିରେ ୫୪.୪୨ କୋଟି ଟଙ୍କା ନିବେଶ କରିବାକୁ ଥିବାବେଳେ ୧୦୬ ଜଣଙ୍କୁ ନିଯୁକ୍ତି ମିଳିବ । ବାରିପଦାରେ ୫୫ କୋଟି ଟଙ୍କାର ଖର୍ଚ୍ଚରେ ଅତ୍ୟାଧିୁନିକ ଟେକନୋମେକ କାରଖାନା ସମ୍ପ୍ରସାରିତ ହେବ । ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମିଳିବ ।

ଆହୁରି ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନକୁ ଏନକାଉଣ୍ଟର କରି କାବୁକଲା କେନ୍ଦୁଝର ପୁଲିସ୍

ସେହିପରି ଅନୁଗୁଳ, ବରଗଡ଼, ଯାଜପୁର, ଝାରସୁଗୁଡ଼ା ଏବଂ ସମ୍ବଲପୁରରେ ୩୧୯ କୋଟି ଟଙ୍କା ବ୍ୟୟରେ ବାୟୋ ଗ୍ୟାସ କାରଖାନା ହେବ । ଏଥିରେ ୧୨୫୦ ଜଣଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାସହ କଳାହାଣ୍ଡିର ଜୁନାଗଡ଼ରେ ୨୩୫ କୋଟି ଟଙ୍କା ଖର୍ଚ୍ଚରେ ଇଥାନଲ ଉତ୍ପାଦନ ହେବ । ଏଥିରେ ନିଯୁକ୍ତି ପାଇବେ ୨୦୦ ଜଣ । ପାରାଦୀପ ଇଫକୋରେ ବର୍ଷକୁ ୩୩ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ନୂଆ ୟୁରିଆ ୟୁନିଟ ତିଆରି ହେବ । ଯେଉଁଥିରେ ୨୦୦ ଲୋକ କାମ ପାଇବ । ଏହିସବୁ ପ୍ରକଳ୍ପ କିପରି ଖୁବଶୀଘ୍ର ଆରମ୍ଭ ହୋଇପାରିବ ସେଥିପାଇଁ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପରିବେଶ ସଚିବ ମୋନା ଶର୍ମା, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଭାରସାମ୍ୟ ହରାଇ ଓଲଟିଲା ଡିଜେ ଗାଡ଼ି: ଜଣଙ୍କର ମୃତ୍ୟୁ, ୧୦ରୁ ଊର୍ଦ୍ଧ୍ୱ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର