ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ପୋଲିସ ମେଡାଲ୍ ଘୋଷିତ; ଓଡ଼ିଶାର ୮୦ଜଣ ପୋଲିସ କର୍ମଚାରୀ ପାଇବେ ପଦକ

The Sakala Picture
Published On

ନୂଆଦିଲ୍ଲୀ: ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ବିଜେତାଙ୍କ ନାଁ । ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ଓଡ଼ିଶାର ୮୦ ଜଣ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବାବେଳେ […]

ନୂଆଦିଲ୍ଲୀ: ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୁଲିସ୍‌ ପଦକ ବିଜେତାଙ୍କ ନାଁ । ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩୮୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ଓଡ଼ିଶାର ୮୦ ଜଣ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବାବେଳେ ଅତି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେମାନେ ହେଲେ ଏସଆଇଡବ୍ଲୁର ଡିଏସ୍‌ପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସର କନଷ୍ଟେବଲ ଭାବଗ୍ରାହୀ ତ୍ରିପାଠୀ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ସେପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ମିଳିବ । କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ । ସେହିପରି ବରଗଡ଼ର ଡେପୁଟୀ ଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁରର ଡେପୁଟୀ ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟୀ ଏସପି ସତ୍ୟବାନ ମହାନନ୍ଦ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ଏହି ପଦକ ମିଳିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର