ବନ ବିଭାଗ ହାତରେ 6 ହରିଣ ଶିକାରୀ ଗିରଫ, ଶିକାର ସରଞ୍ଜାମ ଜବତ

The Sakala Picture
Published On

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରୁ 6 ହରିଣ ଶିକାରୀକୁ ବନ ବିଭାଗ ଗିରଫ କରିଥିବା ଜଣାପଡ଼ିଛି।ସେମାନଙ୍କ ନିକଟରୁ ଶୀକାର ରେ ବ୍ୟବହୃତ ସରଞ୍ଜାମ ଓ କିଛି ହରିଣ ମାଂସ ଜବତ ହୋଇଥିବା ବନ ବିଭାଗ ସୂଚନା ପ୍ରଦାନ କରିଛି। ସୂଚନା ଅନୁସାରେ, ସମାକୋଈ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ବଡ଼ ହରିଣକୁ କେତେକ କୁକୁର ଗୋଡ଼ାଇବାରୁ ହରିଣ ଟି ପ୍ରାଣ ବିକଳରେ ଦେଉଳଡିହା ପଞ୍ଚାୟତ ର ମଧ୍ୟପୁର ଗାଁ ଆଡ଼କୁ ଦୌଡ଼ି ଚାଲିଆସିଥିଲା।ଏ ବାବଦରେ […]

ତେଲକୋଇ/କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ରୁ 6 ହରିଣ ଶିକାରୀକୁ ବନ ବିଭାଗ ଗିରଫ କରିଥିବା ଜଣାପଡ଼ିଛି।ସେମାନଙ୍କ ନିକଟରୁ ଶୀକାର ରେ ବ୍ୟବହୃତ ସରଞ୍ଜାମ ଓ କିଛି ହରିଣ ମାଂସ ଜବତ ହୋଇଥିବା ବନ ବିଭାଗ ସୂଚନା ପ୍ରଦାନ କରିଛି। ସୂଚନା ଅନୁସାରେ, ସମାକୋଈ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରୁ ଏକ ବଡ଼ ହରିଣକୁ କେତେକ କୁକୁର ଗୋଡ଼ାଇବାରୁ ହରିଣ ଟି ପ୍ରାଣ ବିକଳରେ ଦେଉଳଡିହା ପଞ୍ଚାୟତ ର ମଧ୍ୟପୁର ଗାଁ ଆଡ଼କୁ ଦୌଡ଼ି ଚାଲିଆସିଥିଲା।ଏ ବାବଦରେ କେତେକ ଜନ୍ତୁ ଶିକାରୀ ଜାଣିପାରି ଶିକାର ସରଞ୍ଜାମ ସାହାଯ୍ୟ ରେ ହରିଣଟିକୁ କାବୁ କରିଥିଲେ।ଶୁକ୍ରବାର ବିଳମ୍ବିତ ରାତ୍ରିରେ ହରିଣକୁ ଗାଁ ନିକଟସ୍ଥ ପୋଖରୀ କୁଳରେ କାଟୁଥିବା ତେଲକୋଇ ବନ ବିଭାଗ ସୂଚନା ପାଇଥିଲା। ସେଠାରେ ଚଢ଼ାଉ କରାଯାଇ ମଧ୍ୟପୁର ଗ୍ରାମର ଭୋଳେଶ୍ୱର ବେହେରା,ବେଣୁଧର ବେହେରା, ଅଶୋକ ବେହେରା, ପଠାଣି ମନ୍ତ୍ରି, ଈଶ୍ୱର ସେଠୀ ଓ ଗଣେଶ୍ୱର ଦେହୁରୀ ପ୍ରମୁଖ ଶିକାରୀ ମାନଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀ ମାନଙ୍କ ନିକଟରୁ ଶିକାରରେ ବ୍ୟବହାର ହୁକ ତାର,ଖୁଣ୍ଟି,ହରିଣ କାଟିବାରେ ବ୍ୟବହୃତ ଟାଙ୍ଗିଆ ଓ କିଛି ହରିଣ ମାଂସ ଜବତ ହୋଇଛି। ତେଲକୋଇ ବନ ବିଭାଗ କେଶ ନମ୍ବର 44/2021 ରେ ମାମଲା ରୁଜ୍ଜୁକରି ଗିରଫ ଶିକାରୀ ମାନଙ୍କୁ କୋର୍ଟ ଚାଲାଣ କରୁଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ରାଜ୍ୟର ଆଉ ୧୨ ସାଂଗଠନିକ ଜିଲ୍ଲାରେ ବିଜେଡିର ନୂଆ କମିଟି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp