ଫୋକସରେ ଉପାନ୍ତ ଜିଲ୍ଲା: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରୁଛନ୍ତି ୫ଟି ସଚିବ ଓ ମୁଖ୍ୟ ଶାସନ ସଚିବ
କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ଉନ୍ନତି । ସରକାରଙ୍କ ଯୋଜନା ଆଧାରରେ କେତେ ଆଗେଇଛି କାମ, ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରୁଛନ୍ତି । ପ୍ରଥମେ ନବରଙ୍ଗପୁର ଜିଲ୍ଲାରେ ଏକ ମେଗା […]
କୋରାପୁଟ: ରାଜ୍ୟ ସରକାରଙ୍କ ଫୋକସରେ ଉପାନ୍ତର ଉନ୍ନତି । ସରକାରଙ୍କ ଯୋଜନା ଆଧାରରେ କେତେ ଆଗେଇଛି କାମ, ଏସବୁ ତଦାରଖ କରିବାକୁ ଆଜି କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ କେତେ ବାଟ ଆଗେଇଛି, ସେନେଇ ଉଭୟ ସମୀକ୍ଷା କରୁଛନ୍ତି ।
ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି
ପ୍ରଥମେ ନବରଙ୍ଗପୁର ଜିଲ୍ଲାରେ ଏକ ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପର କାର୍ଯ୍ଯ ଅଗ୍ରଗତିର ତଦାରଖ କରିଛନ୍ତି । ଏହା ସହିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ନିର୍ମାଣାଧୀନ ଅକ୍ସିଜେନ୍ ପ୍ଲାଣ୍ଟର ତଦାରଖ କରିଛନ୍ତି । ଏହାସହ ନବରଙ୍ଗପୁର ଜିଲ୍ଲାର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ RCD HIGH SCHOOL କ୍ଲାସ ବିଷୟରେ ତଦାରଖ କରିଛନ୍ତି । ଏହା ପରେ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାରେ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲର ନିର୍ମାଣ କାର୍ଯ୍ଯ ଅନୁଧ୍ୟାନ କରିବେ ।






