ପରିକ୍ରମା ଲୋକାର୍ପଣ: ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଯଜ୍ଞ ଓ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

The Sakala Picture
Published On

ପୁରୀ: ସକାଳୁ ସକାଳୁ ଶୀକ୍ଷେତ୍ର ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଆସନ୍ତାକାଲିଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ […]

ପୁରୀ: ସକାଳୁ ସକାଳୁ ଶୀକ୍ଷେତ୍ର ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆସନ୍ତାକାଲିଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

14 Jan 2024 By The Sakala

ପରିକ୍ରମା ଲୋକାର୍ପଣ: ସକାଳୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଯଜ୍ଞ ଓ ଅନ୍ୟାନ୍ୟ ପ୍ରସ୍ତୁତି ଅନୁଧ୍ୟାନ କଲେ 5T ଅଧ୍ୟକ୍ଷ

ପୁରୀ: ସକାଳୁ ସକାଳୁ ଶୀକ୍ଷେତ୍ର ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ 5T ଅଧ୍ୟକ୍ଷ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପରେ ପହଞ୍ଚିଥିଲେ ପରିକ୍ରମା ପ୍ରକଳ୍ପ ସ୍ଥଳରେ । ପ୍ରକଳ୍ପ ସ୍ଥଳ ବୁଲି ଦେଖିବା ସହ ଉଦଘାଟନ ନେଇ ଯଜ୍ଞ ଓ ଅନ୍ୟାନ୍ୟ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।

ଆସନ୍ତାକାଲିଠାରୁ ପରିକ୍ରମା ଲୋକାର୍ପଣ ଆଦ୍ୟପର୍ବ ଆରମ୍ଭ ହୋଇଯାଇଛି । ଗତକାଲି ଅଙ୍କୁର ପୂଜନ ସହ ମଣ୍ଡପ ସ୍ଥାପନ କରାଯାଇଥିଲା । ଆଜି ଧ୍ବଜା ଓ ତୋରଣ ସ୍ଥାପନ କରାଯିବ । ଆସନ୍ତାକାଲି ମକର ସଂକ୍ରାନ୍ତିଠାରୁ ଆରମ୍ଭ ହେବ ମହାଯଜ୍ଞ । ଏହାକୁ ନେଇ ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ । ରାଜ୍ୟର ପ୍ରତି ଗାଁରେ ବୁଲୁଛି ଜଗନ୍ନାଥ ରଥ । ଜଗା ରଥକୁ ସ୍ବାଗତ କରିବାକୁ ଚିତା ଓ ରଙ୍ଗୋଲୀରେ ସଜେଇ ହୋଇଛି ଗାଁ ରାସ୍ତା । ଦୁଆର ମୁହଁରେ କଳସ ବସାଇ ମାଆମାନେ ଜଗନ୍ନାଥ ରଥକୁ ସ୍ବାଗତ କରିବା ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ଅର୍ପଣ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର